ସନ୍ୟାସ ନେବାର ୧୦ ଘଣ୍ଟା ପରେ ଫେରିଲେ ଏହି ଅଲରାଉଣ୍ଡର, ଆଇପିଏଲ ୨୦୨୫ ପାଇଁ…
ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ନିଜେ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ତାଙ୍କୁ ଖେଳାଳି ଭାବରେ ଟି -୨୦ଲିଗରେ ମଧ୍ୟ ଦେଖିବାକୁ ମିଳିବ ନାହିଁ। କିନ୍ତୁ କ୍ରିକେଟ ପଡ଼ିଆରୁ ଦୂରେଇ ରହିବା ପରେ ମଧ୍ୟ ବ୍ରାଭୋ କ୍ରିକେଟ ସହ ସମ୍ପର୍କ ହରାଇ ନାହାଁନ୍ତି। ସେ କୋଚିଂ ଦୁନିଆରେ ପ୍ରବେଶ କରିଛନ୍ତି ଏବଂ ବର୍ତ୍ତମାନ ଆଇପିଏଲ ଦଳର କୋଲକାତା ନାଇଟ ରାଇଡର୍ସ (କେକେଆର୍) ର […] The post ସନ୍ୟାସ ନେବାର ୧୦ ଘଣ୍ଟା ପରେ ଫେରିଲେ ଏହି ଅଲରାଉଣ୍ଡର, ଆଇପିଏଲ ୨୦୨୫ ପାଇଁ… appeared first on Dharitri Odia News.
ନୂଆଦିଲ୍ଲୀ,୨୭।୯: ୱେଷ୍ଟଇଣ୍ଡିଜର କିମ୍ବଦନ୍ତୀ ଅଲରାଉଣ୍ଡର ଡୱେନ ବ୍ରାଭୋ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ବ୍ରାଭୋ ନିଜେ ୨୦୨୧ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ବର୍ତ୍ତମାନ ତାଙ୍କୁ ଖେଳାଳି ଭାବରେ ଟି -୨୦ଲିଗରେ ମଧ୍ୟ ଦେଖିବାକୁ ମିଳିବ ନାହିଁ। କିନ୍ତୁ କ୍ରିକେଟ ପଡ଼ିଆରୁ ଦୂରେଇ ରହିବା ପରେ ମଧ୍ୟ ବ୍ରାଭୋ କ୍ରିକେଟ ସହ ସମ୍ପର୍କ ହରାଇ ନାହାଁନ୍ତି। ସେ କୋଚିଂ ଦୁନିଆରେ ପ୍ରବେଶ କରିଛନ୍ତି ଏବଂ ବର୍ତ୍ତମାନ ଆଇପିଏଲ ଦଳର କୋଲକାତା ନାଇଟ ରାଇଡର୍ସ (କେକେଆର୍) ର ମେଣ୍ଟର ଭାବରେ ଏକ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି।
ସମସ୍ତ ଫର୍ମାଟରୁ ଅବସର ନେବା ପରେ ଡୱେନ ବ୍ରାଭୋଙ୍କୁ ବର୍ତ୍ତମାନ କୋଲକାତା ନାଇଟ ରାଇଡର୍ସର ଜର୍ସିରେ ଦେଖିବାକୁ ମିଳିବ, କିନ୍ତୁ ଖେଳାଳି ଭାବରେ ନୁହେଁ ବରଂ ଜଣେ ମେଣ୍ଟର ଭାବରେ। କୋଲକାତା ନାଇଟ ରାଇଡର୍ସର ସୋସିଆଲ ମିଡିଆ ପେଜ୍ଗୁଡ଼ିକ ମାଧ୍ୟମରେ ଏହି ଘୋଷଣା କରାଯାଇଛି, କ୍ୟାପସନରେ ଲେଖାଯାଇଛି – ଆମର ନୂଆ ମେଣ୍ଟର ଡିଜେ ‘ସାର୍ ଚାମ୍ପିୟନ’ ଙ୍କୁ ସ୍ବାଗତ, ଚାମ୍ପିୟନ ସହରକୁ ସ୍ବାଗତ!
ସୂଚନାଯୋଗ୍ୟ, ଏହା ପୂର୍ବରୁ ଗୌତମ ଗମ୍ଭୀର କୋଲକାତା ନାଇଟ ରାଇଡର୍ସର ମେଣ୍ଟର ଥିଲେ। ଯାହାର ନେତୃତ୍ୱରେ କୋଲକାତା ନାଇଟ ଆଇପିଏଲ ଟ୍ରଫି ଜିତିବାରେ ସଫଳ ହୋଇଥିଲେ।
The post ସନ୍ୟାସ ନେବାର ୧୦ ଘଣ୍ଟା ପରେ ଫେରିଲେ ଏହି ଅଲରାଉଣ୍ଡର, ଆଇପିଏଲ ୨୦୨୫ ପାଇଁ… appeared first on Dharitri Odia News.