ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୪।୨: (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ସାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉଦ୍ଦେଶ୍ୟ ରେ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମହମ୍‌ବତୀ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ଶେଖର ଦିଗାଲ, ଡାଇରେକ୍ଟର ସୁଶିଲ […] The post ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି appeared first on Dharitri Odia News.

ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ରାଇକିଆ,୧୪।୨: (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଠାରେ ଭାରତ ନିର୍ମାଣ ଆଜାଦି ସେବା ସଙ୍ଗଠନ ପକ୍ଷରୁ ଶୁକ୍ରବାର ସାରେ ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି। ଏହି ଉଦ୍ଦେଶ୍ୟ ରେ ଏକ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବହୁ ସଂଖ୍ୟାରେ ଜନ ସାଧାରଣ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ମହମ୍‌ବତୀ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । କାର୍ଯ୍ୟକ୍ରମକୁ ପ୍ରତିଷ୍ଠାତା ଶେଖର ଦିଗାଲ, ଡାଇରେକ୍ଟର ସୁଶିଲ ପ୍ରଧାନ, ରାଇକିଆ ଶାଖା ସଭାପତି ବିଟୁ ଦିଗାଲ, ମୁଖପାତ୍ର ରୋସନ ନାୟକଙ୍କ ସମେତ ସମସ୍ତ କର୍ମକର୍ତ୍ତା ପରିଚାଳନା କରିଥିବା ବେଳେ ପୁର୍ବତନ ସେନା କର୍ମଚାରୀମାନେ ସାମିଲ ହୋଇଥିଲେ। ୨୦୧୯ ଫେବୃଆରୀ ୧୪ ରେ ଆତଙ୍କବାଦୀ ଆକ୍ରମଣରେ ପୁଲୱାମାଠାରେ ଭାରତ ସେନାବାହିନୀ ର ୪୦ ଜଣ ସହିଦ ହୋଇଥିଲେ । ଏହି ଦିବସକୁ ସ୍ମୁତି ଚାରଣ ପାଇଁ ଏହାକୁ କଳା ଦିବସ ରୂପେ ପାଳନ କରାଯାଉଛି ।

The post ପୁଲୱାମା ଆକ୍ରମଣରେ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି appeared first on Dharitri Odia News.