ହାରିସଙ୍କ ସହ ବିତର୍କ ପାଇଁ ହିନ୍ଦୁ ଆମେରିକୀୟ ତୁଳସୀ ଗବାର୍ଡଙ୍କ ସହଯୋଗ ନେଉଛନ୍ତି ଟ୍ରମ୍ପ୍
ୱାସିଂଟନ୍ ଡିସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉପରାଷ୍ଟ୍ରପତି କମଳା ହାରିସଙ୍କ ବିରୋଧରେ ତାଙ୍କ ବିତର୍କକୁ ଅଧିକ ପ୍ରଭାବଶାଳୀ କରିବାପାଇଁ ଡିମୋକ୍ରାଟିକ୍ ଦଳର ପୂର୍ବତନ ନେତ୍ରୀ ତଥା ହିନ୍ଦୁ ଆମେରିକୀୟ ତୁଳସୀ ଗବାର୍ଡଙ୍କ ସହଯୋଗ ନେଉଥିବା ଜଣାପଡ଼ିଛି । ହାରିସଙ୍କ ବିରୋଧରେ ବିତର୍କ ପାଇଁ ଟ୍ରମ୍ପ୍ଙ୍କୁ ପ୍ରସ୍ତୁତ ହେବାରେ ତୁଳସୀ ସାହାଯ୍ୟ କରିବେ। ୨୦୧୯ ରାଷ୍ଟ୍ରପତି ନିର୍ବାଚନ ପାଇଁ ତୁଳସୀ ଗବାର୍ଡ ହାରିସଙ୍କ ସହ ଯେଭଳି ବିତର୍କରେ ଭାଗ ନେଇଥିଲେ ତାହା ଅତ୍ୟନ୍ତ ଚମତ୍କାର ଥିଲା […]

ୱାସିଂଟନ୍ ଡିସି: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଉପରାଷ୍ଟ୍ରପତି କମଳା ହାରିସଙ୍କ ବିରୋଧରେ ତାଙ୍କ ବିତର୍କକୁ ଅଧିକ ପ୍ରଭାବଶାଳୀ କରିବାପାଇଁ ଡିମୋକ୍ରାଟିକ୍ ଦଳର ପୂର୍ବତନ ନେତ୍ରୀ ତଥା ହିନ୍ଦୁ ଆମେରିକୀୟ ତୁଳସୀ ଗବାର୍ଡଙ୍କ ସହଯୋଗ ନେଉଥିବା ଜଣାପଡ଼ିଛି । ହାରିସଙ୍କ ବିରୋଧରେ ବିତର୍କ ପାଇଁ ଟ୍ରମ୍ପ୍ଙ୍କୁ ପ୍ରସ୍ତୁତ ହେବାରେ ତୁଳସୀ ସାହାଯ୍ୟ କରିବେ। ୨୦୧୯ ରାଷ୍ଟ୍ରପତି ନିର୍ବାଚନ ପାଇଁ ତୁଳସୀ ଗବାର୍ଡ ହାରିସଙ୍କ ସହ ଯେଭଳି ବିତର୍କରେ ଭାଗ ନେଇଥିଲେ ତାହା ଅତ୍ୟନ୍ତ ଚମତ୍କାର ଥିଲା । ଟ୍ରମ୍ପ୍ ଏହି କଥାକୁ ମନେ ପକାଇ ତୁଳସୀଙ୍କ ସହଯୋଗ ନେଇଛନ୍ତି। ଟ୍ରମ୍ପ୍ଙ୍କ ବିତର୍କ ପ୍ରସ୍ତୁତିରେ ତୁଳସୀଙ୍କର ସମ୍ପୃକ୍ତି ଥିବା ନେଇ ତାଙ୍କ ପ୍ରଚାର ମୁଖପାତ୍ର କାରୋଲିନ୍ ଲେଭିଟ୍ ସ୍ପଷ୍ଟ କରିଛନ୍ତି। କାରୋଲିନ୍ କହିଛନ୍ତି, ଟ୍ରମ୍ପ୍ ବିତର୍କ ପାଇଁ ପ୍ରସ୍ତୁତ ହେବାର କିଛି ଆବଶ୍ୟକତା ନାହିଁ କିନ୍ତୁ ସେ ତୁଳସୀ ଗବାର୍ଡଙ୍କ ପରି ବ୍ୟକ୍ତିତ୍ବଙ୍କୁ ଭେଟିପାରନ୍ତି। ତେବେ ମିଳିଥିବା ସୂଚନାନୁଯାୟୀ ଟ୍ରମ୍ପ୍ ୨୦୧୬ ଏବଂ ୨୦୨୦ ତୁଳନାରେ ଚଳିତ ଥର ବିତର୍କ ପାଇଁ ଅଧିକ ପ୍ରସ୍ତୁତ ରହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କମଳା ଏବଂ ଟ୍ରମ୍ପ୍ ସେପ୍ଟେମ୍ବର ୧୦ ତାରିଖରେ ଫିଲାଡେଲଫିଆର ନେସନାଲ କନଷ୍ଟିଚ୍ୟୁସନ ସେଣ୍ଟରରେ ବିତର୍କରେ ଭାଗ ନେବେ।