କିନ୍ନର ପ୍ରେମିକା ସହ ମିଶି ବାପାଙ୍କୁ ହତ୍ୟା କଲା ପୁଅ

ବ୍ରହ୍ମପୁର : ଶିକ୍ଷିତ ପୁଅର ଜଘନ୍ୟ କାଣ୍ଡ I ଟଙ୍କା ଲୋଭରେ ବୃଦ୍ଧ ବାପାଙ୍କୁ ନିର୍ମମ ଭାବରେ ହତ୍ୟା କଲା ପୁଅ I ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଯୋଧ୍ୟା ଲେନ-୩ ରେ I ବୃଦ୍ଧ ବାପାଙ୍କର ପେନଶନ ଟଙ୍କା ହାତେଇବା ପାଇଁ କିନ୍ନର ପ୍ରେମିକା ସହ ମିଶି ବାପାଙ୍କୁ ହତ୍ୟା କରିବା ପାଇଁ ପଛାଇଲା ନାହିଁ ଇଂଜିନିୟର ପୁଅ I ମୃତ ବାପାଙ୍କ ନାଁ ଗରିବବନ୍ଧୁ ପଣ୍ଡା (୭୪) ବର୍ଷ I ସେ […]

କିନ୍ନର ପ୍ରେମିକା ସହ ମିଶି ବାପାଙ୍କୁ ହତ୍ୟା କଲା ପୁଅ
କିନ୍ନର ପ୍ରେମିକା ସହ ମିଶି ବାପାଙ୍କୁ ହତ୍ୟା କଲା ପୁଅ

ବ୍ରହ୍ମପୁର : ଶିକ୍ଷିତ ପୁଅର ଜଘନ୍ୟ କାଣ୍ଡ I ଟଙ୍କା ଲୋଭରେ ବୃଦ୍ଧ ବାପାଙ୍କୁ ନିର୍ମମ ଭାବରେ ହତ୍ୟା କଲା ପୁଅ I ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୈଦ୍ୟନାଥପୁର ଥାନା ଅଯୋଧ୍ୟା ଲେନ-୩ ରେ I ବୃଦ୍ଧ ବାପାଙ୍କର ପେନଶନ ଟଙ୍କା ହାତେଇବା ପାଇଁ କିନ୍ନର ପ୍ରେମିକା ସହ ମିଶି ବାପାଙ୍କୁ ହତ୍ୟା କରିବା ପାଇଁ ପଛାଇଲା ନାହିଁ ଇଂଜିନିୟର ପୁଅ I ମୃତ ବାପାଙ୍କ ନାଁ ଗରିବବନ୍ଧୁ ପଣ୍ଡା (୭୪) ବର୍ଷ I ସେ ରାଜସ୍ବ ବିଭାଗରେ କିରାଣୀ ଭାବରେ କାର୍ଯ୍ୟ କରି ଅବସର ନେଇଛନ୍ତି I ହତ୍ୟା ଅଭିଯୁକ୍ତ ୨ ଜଣ ହେଲେ ପୁଅ ସନ୍ଦୀପ ପଣ୍ଡା ଏବଂ କିନ୍ନର ଶ୍ରୀୟା I ଉଭୟେ ମିଶି ବାପାଙ୍କୁ ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାପାଇଁ ଚେଷ୍ଟା କରିଥିଲେ ହେଲେ ଶେଷରେ ପୋଲିସ ହାତରେ ଧରାପଡ଼ିଛନ୍ତି I

ସୂଚନାନୁସାରେ,ଗତ ୧୬ ତାରିଖରେ ଗରିବବନ୍ଧୁ ପଣ୍ଡାଙ୍କୁ ଗୁରୁତର ଅବସ୍ଥାରେ ପୁଅ ସନ୍ଦୀପ ପଣ୍ଡା ବ୍ରହ୍ମପୁର ଏମ୍କେସିଜି ମେଡିକାଲକୁ ଚିକିତ୍ସା ପାଇଁ ନେଇଥିଲା I ତେବେ ମେଡିକାଲ ପହଂଚିବା ପୂର୍ବରୁ ଗରିବବନ୍ଧୁଙ୍କର ମୃତ୍ୟୁ ହୋଇ ସାରିଥିଲା I ଏହାପରେ ଡାକ୍ତରଖାନାରେ ଗରିବବନ୍ଧୁଙ୍କର ବ୍ୟବଚ୍ଛେଦ ପରେ ଘଟଣା ସାମ୍ନାକୁ ଆସିଥିଲା I ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଗରିବବନ୍ଧୁଙ୍କ ଶରୀରରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିଲା ଏବଂ ଆଘାତ ୨ ଦିନ ପୂର୍ବର I ତାଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ଛାତି ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା I ତେବେ ବାପା ଘର ଚଟାଣରେ ପଡିଯିବା ଯୋଗୁଁ ଆଘାତ ଲାଗିଥିବା ନେଇ ପୁଅ ସନ୍ଦୀପ ଡାକ୍ତରଙ୍କୁ ସଫେଇ ଦେଇଥିଲା I ଏହି ଘଟଣାରେ ସନ୍ଦେହ ଉପୁଜିବାରୁ ଡାକ୍ତରଙ୍କ ପକ୍ଷରୁ ଏନେଇ ଵୈଦ୍ୟପୁର ଥାନାରେ ଖବର ଦିଆଯାଇଥିଲା I ପୋଲିସ ପହଞ୍ଚି ଘଟଣାର ତଦନ୍ତ କରି ସନ୍ଦୀପ ପଣ୍ଡାଙ୍କ ଘରକୁ ଯାଇଥିଲା I ସେଠାରେ ଯାଇ ସଂଦୀପଙ୍କ ସାହି ପଡୋଶୀଙ୍କ ପଚରା ଉଚରା ପରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ପାଇଥିଲା I

ମୃତ ଗରିବବନ୍ଧୁଙ୍କ ପତ୍ନୀଙ୍କ ୨ ବର୍ଷ ପୂର୍ବରୁ ମୃତ୍ୟୁ ଘଟିଥିବାବେଳେ ଟଙ୍କା ଝିଅ ବିବାହ ପରେ ଆମେରିକାରେ ରହି ଆସୁଛନ୍ତି I ପୂର୍ବରୁ ସନ୍ଦୀପ ମହାରାଷ୍ଟ୍ରରେ ଇଂଜିନିୟର ଭାବରେ କାର୍ଯ୍ୟରତ ଥିଲେ I ସନ୍ଦୀପ ପୂର୍ବରୁ ବିବାହିତ ଥିବା ବେଳେ ପତ୍ନୀ ୨ ବର୍ଷ ପୂର୍ବେ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ମୁମ୍ବାଇରେ ଥିବା ବେଳେ ସନ୍ଦୀପ ଶ୍ରୀୟାଙ୍କ ସଂସ୍ପର୍ଶରେ ଆସିଥିଲେ। ଶ୍ରୀୟା ଜଣେ କିନ୍ନର। ତାଙ୍କର ପ୍ରକୃତ ନାମ ପ୍ରବୀଣ କୁମାର ଶର୍ମା I ତାଙ୍କ ଘର ମହାରାଷ୍ଟ୍ରର ଥାଣେ ଜିଲ୍ଲାର କାଲପ୍ପା ଥାନା ଅନ୍ତର୍ଗତ ଶିବାଜୀନଗର ଅଞ୍ଚଳରେ ।

ଉଭୟ ସନ୍ଦୀପ ଓ ଶ୍ରୀୟା ୩ ମାସ ହେଲା ମୁମ୍ବାଇରୁ ଆସି ଗରୀବବନ୍ଧୁଙ୍କୁ ପାଖରେ ରହୁଥିଲେ। ସେମାନେ ତାଙ୍କ ପେନସନ୍‌ ଟଙ୍କା ହଡ଼ପ୍‌ କରିବା ସହ ଅନେକ ସମୟରେ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମଧ୍ୟ ମାରୁଥିଲେ ସେମାନେ ଗରିବବନ୍ଧୁଙ୍କ ATM କାର୍ଡ ହଡ଼ପ କରିବାକୁ ଚେଷ୍ଟା କରୁଥିଲେ। ମାତ୍ର ଗରୀବବନ୍ଧୁ ଏହାକୁ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ଲାଗି ରହୁଥିଲେ।

ଗତ ୧୫ ତାରିଖ ରାତିରେ ଘଟଣା ଉଗ୍ର ରୂପ ଧାରଣ କଲା। ଉଭୟ ପକ୍ଷଙ୍କ ମଧ୍ୟରେ ପାଟିଗୋଳ ହେବାରୁ ଉଭୟ ସନ୍ଦୀପ ଓ ଶ୍ରୀୟା ଗରୀବବନ୍ଧୁଙ୍କ ମୁଣ୍ଡକୁ ପ୍ରଥମେ କାନ୍ଥରେ ପିଟି ଦେଇଥିଲେ। ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ ହେଉଥିବା ବେଳେ ଏତିକିରେ ଉଭୟଙ୍କ ମନ ଶାନ୍ତି ହୋଇ ନ ଥିଲା। ଫଳରେ ଘରେ ଥିବା ଆଲମାରିଙ୍କୁ ଗରୀବବନ୍ଧୁଙ୍କ ଉପରେ ପକାଇ ଦେଇଥିଲେ। ଫଳରେ ତାଙ୍କ ପଞ୍ଜରା ହାଡ଼ ଭାଙ୍ଗି ଯାଇଥିଲା। ଘଟଣାର ସତ୍ୟାସତ୍ୟ ଜଣାପଡିବା ପରେ ବୈଦ୍ୟନାଥ ପୁର ଥାନା ପୋଲିସ ଉଭୟ ସନ୍ଦୀପ ଓ ଶ୍ରୀୟାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି I