ଶୋଇଥିବା ଅବସ୍ଥାରେ ଏସିଡ ମାଡ଼,ଯୁବକ ଗୁରୁତର
ଭଦ୍ରକ : ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼ କଲେ ଦୁର୍ବୁତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏଥିରେ ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି । ଯୁବକଙ୍କ ନାଁ ସନାତନ ପଲାଇ I ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର ଗ୍ରାମରେ। ସୂଚନାନୁଯାୟୀ, ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର […]

ଭଦ୍ରକ : ଘରେ ଶୋଇଥିବା ବେଳେ ଯୁବକଙ୍କୁ ଏସିଡ୍ ମାଡ଼ କଲେ ଦୁର୍ବୁତ୍ତ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏଥିରେ ଯୁବକଙ୍କ ମୁହଁ ଆଖି ଓ ମୁଣ୍ଡ ପୋଡି ଯାଇଛି । ଯୁବକଙ୍କ ନାଁ ସନାତନ ପଲାଇ I ଗୁରୁତର ଅବସ୍ଥାରେ ତାଙ୍କୁ ବାସୁଦେବପୁର ଡ଼ାକ୍ତର ଖାନାରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର ଗ୍ରାମରେ।
ସୂଚନାନୁଯାୟୀ, ନାୟିକାଣଡ଼ିହି ଥାନା ରାମଚନ୍ଦ୍ରପୁର ଗ୍ରାମର ସନାତନ ପଲାଇଙ୍କ ପୁଅ ଜଣେ ଟେଣ୍ଟ ବ୍ୟବସାୟୀ । ଶୁକ୍ରବାର ଗାଁରେ ଅଷ୍ଟମ ପ୍ରହରୀ ଭୋଜି ଥିଲା । ଖାଇ ପି’ ଜଗବନ୍ଧୁ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଙ୍କ ଉପରକୁ ଏସିଡ୍ ମାଡ଼ କରିଛି। ଜଗବନ୍ଧୁଙ୍କୁ ଗୁରୁତର ଅବସ୍ଥାରେ ବାସୁଦେବପୁର ପରେ କଟକ ସ୍ଥାନାନ୍ତର କରାଯାଇଛି। ଏସିଡ ମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ବ୍ୟବସାୟିକ ଶତ୍ରୁତାରୁ ଏହି କାଣ୍ଡ ଘଟିଛି ବୋଲି ପରିବାର ଲୋକେ କହିଛନ୍ତି ଇ କାରଣ ପୂର୍ବରୁ ମଧ୍ୟ ଜଗବନ୍ଧୁଙ୍କ ଟେଣ୍ଟରେ କେହି ଜଣେ ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି । ବାସୁଦେବପୁର ଥାନା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି।