ଗୁଜରାଟରେ ପାର୍ସେଲ ବୋମାରେ ବାପ-ଝିଅଙ୍କ ମୃତ୍ୟୁ
ନୂଆଦିଲ୍ଲୀ : ଗୁଜରାଟର ସବରକାଣ୍ଠା ଜିଲ୍ଲାରେ ଆଜି ଏକ ପାର୍ସେଲ ବୋମାରେ ଜଣେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ଅନ୍ୟ ୨ ଜଣ ଶିଶୁ ଅତି ଗୁରୁତର ଭାବେ ଆହତ ହୋଇଛନ୍ତି। ଜଣେ ଅଜଣା ବ୍ୟକ୍ତି ଉକ୍ତ ପରିବାରକୁ ଏକ ଇଲେକ୍ଟ୍ରୋନିକ ଜିନିଷ ପଠାଇଥିଲେ। ଏହା ଏକ ପାର୍ସେଲ ବୋମା ଥିଲା। ଏହାକୁ ପ୍ଲଗ୍ ଇନ କରିବାପରେ ବିସ୍ଫୋରଣ ହୋଇଥିଲା। ଉକ୍ତ ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ବଦାଲି ଥାନା ଏସଆଇଙ୍କ ଅନୁଯାୟୀ ବେଡା ଗ୍ରାମରେ […]

ନୂଆଦିଲ୍ଲୀ : ଗୁଜରାଟର ସବରକାଣ୍ଠା ଜିଲ୍ଲାରେ ଆଜି ଏକ ପାର୍ସେଲ ବୋମାରେ ଜଣେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ଉକ୍ତ ଘଟଣାରେ ଅନ୍ୟ ୨ ଜଣ ଶିଶୁ ଅତି ଗୁରୁତର ଭାବେ ଆହତ ହୋଇଛନ୍ତି। ଜଣେ ଅଜଣା ବ୍ୟକ୍ତି ଉକ୍ତ ପରିବାରକୁ ଏକ ଇଲେକ୍ଟ୍ରୋନିକ ଜିନିଷ ପଠାଇଥିଲେ। ଏହା ଏକ ପାର୍ସେଲ ବୋମା ଥିଲା। ଏହାକୁ ପ୍ଲଗ୍ ଇନ କରିବାପରେ ବିସ୍ଫୋରଣ ହୋଇଥିଲା। ଉକ୍ତ ଘଟଣାରେ ବାପ-ଝିଅଙ୍କ ମୃତ୍ୟୁ ହୋଇଛି। ବଦାଲି ଥାନା ଏସଆଇଙ୍କ ଅନୁଯାୟୀ ବେଡା ଗ୍ରାମରେ ଏହି ଘଟଣା ଘଟିଛି। ବୋମା ବିସ୍ଫୋରଣରେ ଜିତୁ ବନଜାରା (୩୩)ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ତାଙ୍କ ଅନ୍ୟ ୩ ଝିଅଙ୍କୁ ହସ୍ପିଟାଲ ପଠାଯାଇଥିଲା। ତାଙ୍କ ୧୧ ବର୍ଷୀୟା ଝିଅଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଝିଅ ଆହତ ହୋଇଛନ୍ତି। ଅନ୍ୟ ଜଣେ ଝିଅ ଭେଣ୍ଟିଲେଟରରେ ଥିବା ଜଣାପଡ଼ିଛି।