ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧।୭: ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ରାଜ୍ୟସ୍ତରୀୟ ସହ ଜିଲାସ୍ତରରେ ମଧ୍ୟ ଶୁଣାଣି କରାଯାଉଛି। ଲୋକମାନେ ପ୍ରଥମେ ଜିଲାସ୍ତରରେ ଅଭିଯୋଗ କରନ୍ତୁ। ଜିଲାସ୍ତରରେ ସମାଧାନ ହୋଇଗଲେ ଆଉ ଭୁବନେଶ୍ବର ଆସିବାକୁ ପଡ଼ିବନି। ଆଜି ଯେତିକି ଶୁଣାଣି ହୋଇଛି ସେଥିରୁ ପ୍ରାୟ ୯୯% ସମାଧାନ ହୋଇଯିବ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାରଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ପ୍ରତି ସୋମବାର ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ। […] The post ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ସୂଚନା appeared first on Dharitri Odia News.

ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ସୂଚନା

ଭୁବନେଶ୍ୱର,୧।୭: ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ରାଜ୍ୟସ୍ତରୀୟ ସହ ଜିଲାସ୍ତରରେ ମଧ୍ୟ ଶୁଣାଣି କରାଯାଉଛି। ଲୋକମାନେ ପ୍ରଥମେ ଜିଲାସ୍ତରରେ ଅଭିଯୋଗ କରନ୍ତୁ। ଜିଲାସ୍ତରରେ ସମାଧାନ ହୋଇଗଲେ ଆଉ ଭୁବନେଶ୍ବର ଆସିବାକୁ ପଡ଼ିବନି। ଆଜି ଯେତିକି ଶୁଣାଣି ହୋଇଛି ସେଥିରୁ ପ୍ରାୟ ୯୯% ସମାଧାନ ହୋଇଯିବ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସୋମବାରଠାରୁ ସାଧାରଣ ଜନତାଙ୍କ ପାଇଁ ଖୋଲିଛି। ପ୍ରତି ସୋମବାର ଏଠାରେ ମୁଖ୍ୟମନ୍ତ୍ରୀ ସାଧାରଣ ଜନତାଙ୍କ ଅଭିଯୋଗ ଶୁଣିବେ। ଏହି ସମୟରେ ମୁଖ୍ୟମନ୍ତ୍ରୀ କେଉଁଠି ବସିବେ, କେଉଁ ସ୍ଥାନରେ ଲୋକଙ୍କ ଅଭିଯୋଗ ଶୁଣିବେ, ସେନେଇ ରବିବାର ସାଧାରଣ ପ୍ରଶାସନ ବିଭାଗ ସଚିବ ସୁରେନ୍ଦ୍ର କୁମାର ସ୍ଥିତି ପରଖିଥିଲେ। ଅଧିକାରୀଙ୍କ ସହ ଆଲୋଚନା କରିବା ସହ ବ୍ୟାରିକେଡ ବ୍ୟବସ୍ଥା ମଧ୍ୟ କରାଯାଇଛି।

 

The post ଅଭିଯୋଗ ଶୁଣାଣି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଦେଲେ ବଡ଼ ସୂଚନା appeared first on Dharitri Odia News.