୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ
ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍ ହୋଇଥିଲେ ମଧ୍ୟ ଏହି ୪୨ ବର୍ଷୀୟ ଭେଟେରାନ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ପ୍ରଥମ ଉଇକେଟକିପର ଭାବରେ ୧୫୦ କ୍ୟାଚ ନେବାରେ ସଫଳତା ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉଇକେଟ କିପର ଆଇପିଏଲ ଇତିହାସରେ ୧୫୦ କ୍ୟାଚ ନେଇ ନାହାଁନ୍ତି, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ୪୨ […] The post ୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ appeared first on Dharitri Odia News.
ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍ ହୋଇଥିଲେ ମଧ୍ୟ ଏହି ୪୨ ବର୍ଷୀୟ ଭେଟେରାନ ଇତିହାସ ସୃଷ୍ଟି କରିଛନ୍ତି। ଆଇପିଏଲରେ ମହେନ୍ଦ୍ର ସିଂ ଧୋନୀ ପ୍ରଥମ ଉଇକେଟକିପର ଭାବରେ ୧୫୦ କ୍ୟାଚ ନେବାରେ ସଫଳତା ହାସଲ କରିଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଉଇକେଟ କିପର ଆଇପିଏଲ ଇତିହାସରେ ୧୫୦ କ୍ୟାଚ ନେଇ ନାହାଁନ୍ତି, କିନ୍ତୁ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଅଧିନାୟକ ୪୨ ବର୍ଷ ବୟସରେ ଏହି ସଫଳତା ହାସଲ କରିଛନ୍ତି।
ମହେନ୍ଦ୍ର ସିଂ ଧୋନୀ ଆଇପିଏଲର ପ୍ରଥମ ସଂସ୍କରଣରୁ ଖେଳୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବ୍ୟତୀତ ଏହି ଖେଳାଳି ରାଇଜିଂ ପୁଣେ ସୁପର ଜାଏଣ୍ଟସର ଏକ ଅଂଶ ହୋଇସାରିଛନ୍ତି। ଏପର୍ଯ୍ୟନ୍ତ ଆଇପିଏଲର ୨୬୧ ମ୍ୟାଚରେ କ୍ୟାପଟେନ କୁଲ ଉଇକେଟକିପର ଭାବରେ ୧୫୦ କ୍ୟାଚ ନେଇଛନ୍ତି ଏବଂ ୪୨ ବ୍ୟାଟ୍ସମ୍ୟାନଙ୍କୁ ମଧ୍ୟ ଷ୍ଟମ୍ପ ଆଉଟ୍ କରିଛନ୍ତି। ଏହି ପରି ଭାବରେ ଉଇକେଟ କିପର ଭାବରେ ମହେନ୍ଦ୍ର ସିଂ ଧୋନର ୧୯୨ ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍ କରିଛନ୍ତି। ଏଥି ସହିତ ଦୀନେଶ କାର୍ତ୍ତିକ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏପର୍ଯ୍ୟନ୍ତ ଦୀନେଶ କାର୍ତ୍ତିକ ୨୪୫ ଆଇପିଏଲ ମ୍ୟାଚରେ ୧୪୧ଟି କ୍ୟାଚ ନେଇଥିବାବେଳେ ୩୬ ଜଣ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ ଆଉଟ୍ କରିଛନ୍ତି।
ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ସିମରଜିତ ସିଂଙ୍କ ବଲରୁ ଜିତେଶ ଶର୍ମାଙ୍କ କ୍ୟାଚ ନେଇ ମହେନ୍ଦ୍ର ସିଂ ଧୋନୀ ନିଜର ୧୫୦ତମ କ୍ୟାଚ ଶେଷ କରିଥିଲେ।
The post ୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ appeared first on Dharitri Odia News.