Paytmର ପେମେଣ୍ଟ ବ୍ୟାଙ୍କର ରଦ୍ଦ ହେବ ଲାଇସେନ୍ସ ! ଆକ୍ସନ ମୋଡରେ RBI
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ପରିଚାଳନା ଲାଇଲେନ୍ସ ରଦ୍ଦ କରିବା ପାଇଁ ଚିନ୍ତା କରୁଛି । ଜମାକାରୀଙ୍କ ସିକ୍ୟୁରିଟିକୁ ସୁନିଶ୍ଚିତ କରିବା ପରେ ନିଷ୍ପତ୍ତି ନିଆଯାଇପାରେ । ଉଲ୍ଲେଖଯୋଗ୍ୟ ଯେ ପେଟିଏମର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ନିକଟରେ ପେଟିଏମ ବ୍ୟାଙ୍କରେ ୪୯ ପ୍ରତିଶତ ମାଲିକାନା ରହିଛି । ପେଟିଏମ ଏହାକୁ ନିଜର ସବ୍ସିଡାଏରୀ କମ୍ପାନି ପରିବର୍ତ୍ତେ ନିଜର ସହଯୋଗୀ ରୂପେ ଉଲ୍ଲେଖ କରିଥାଏ । ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଆସନ୍ତା ମାସ ଆରମ୍ଭରେ ଆରବିଆଇ ଲାଇସେନ୍ସ ରଦ୍ଦ କରିବା ନେଇ ଘୋଷଣା କରିପାରେ । ଏହାର ଅର୍ଥ ଏହା ଯେ ଲାଇସେନ୍ସ ରଦ୍ଦ ହେବା ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଅସ୍ତିତ୍ୱ ରହିବ ନାହିଁ । ତେବେ ଆରବିଆଇ ପୂର୍ବରୁ ହିଁ ଘୋଷଣା କରି ସାରିଛି ଯେ ଫେବ୍ରୁଆରୀ ୨୯ ପରେ ପେଟିଏମ ବ୍ୟାଙ୍କର ଅଧିକାଂଶ ସର୍ଭିସ୍ ବନ୍ଦ ହୋଇଯିବ । ଏହାରି ଭିତରେ ମର୍ଗନ ଷ୍ଟେନଲୀ ଶୁକ୍ରବାର ଓପନ ମାର୍କେଟ୍ ମାଧ୍ୟମରେ ପ୍ରାୟ ୨୪୪ କୋଟି ଟଙ୍କାରେ ୱାନ୯୭ କମ୍ୟୁନିକେଶନ ଲିମିଟେଡରେ ୦.୮ ପ୍ରତିଶତ ଅଂଶଧନ ହାସଲ କରିଥିଲା । ପଢନ୍ତୁ: Paytm ବିରୋଧରେ RBIଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଅସ୍ନିର ଗ୍ରୋଭର ଅସନ୍ତୁଷ୍ଟ, ଜାଣନ୍ତୁ କହିଲେ କ’ଣ? ଏହା ପୂର୍ବରୁ ୱାନ୯୭ କମ୍ୟୁନିକେଶନ ଲିମିଟେଡର ସିଇଓ ବିଜୟ ଶେଖର ଶର୍ମା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର
ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ପରିଚାଳନା ଲାଇଲେନ୍ସ ରଦ୍ଦ କରିବା ପାଇଁ ଚିନ୍ତା କରୁଛି । ଜମାକାରୀଙ୍କ ସିକ୍ୟୁରିଟିକୁ ସୁନିଶ୍ଚିତ କରିବା ପରେ ନିଷ୍ପତ୍ତି ନିଆଯାଇପାରେ । ଉଲ୍ଲେଖଯୋଗ୍ୟ ଯେ ପେଟିଏମର ପେରେଣ୍ଟ କମ୍ପାନି ୱାନ୯୭ କମ୍ୟୁନିକେଶନ ନିକଟରେ ପେଟିଏମ ବ୍ୟାଙ୍କରେ ୪୯ ପ୍ରତିଶତ ମାଲିକାନା ରହିଛି । ପେଟିଏମ ଏହାକୁ ନିଜର ସବ୍ସିଡାଏରୀ କମ୍ପାନି ପରିବର୍ତ୍ତେ ନିଜର ସହଯୋଗୀ ରୂପେ ଉଲ୍ଲେଖ କରିଥାଏ ।
ବ୍ଲୁମବର୍ଗର ରିପୋର୍ଟ ଅନୁସାରେ ଆସନ୍ତା ମାସ ଆରମ୍ଭରେ ଆରବିଆଇ ଲାଇସେନ୍ସ ରଦ୍ଦ କରିବା ନେଇ ଘୋଷଣା କରିପାରେ । ଏହାର ଅର୍ଥ ଏହା ଯେ ଲାଇସେନ୍ସ ରଦ୍ଦ ହେବା ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କର ଅସ୍ତିତ୍ୱ ରହିବ ନାହିଁ । ତେବେ ଆରବିଆଇ ପୂର୍ବରୁ ହିଁ ଘୋଷଣା କରି ସାରିଛି ଯେ ଫେବ୍ରୁଆରୀ ୨୯ ପରେ ପେଟିଏମ ବ୍ୟାଙ୍କର ଅଧିକାଂଶ ସର୍ଭିସ୍ ବନ୍ଦ ହୋଇଯିବ । ଏହାରି ଭିତରେ ମର୍ଗନ ଷ୍ଟେନଲୀ ଶୁକ୍ରବାର ଓପନ ମାର୍କେଟ୍ ମାଧ୍ୟମରେ ପ୍ରାୟ ୨୪୪ କୋଟି ଟଙ୍କାରେ ୱାନ୯୭ କମ୍ୟୁନିକେଶନ ଲିମିଟେଡରେ ୦.୮ ପ୍ରତିଶତ ଅଂଶଧନ ହାସଲ କରିଥିଲା ।
ପଢନ୍ତୁ: Paytm ବିରୋଧରେ RBIଙ୍କ କାର୍ଯ୍ୟାନୁଷ୍ଠାନକୁ ନେଇ ଅସ୍ନିର ଗ୍ରୋଭର ଅସନ୍ତୁଷ୍ଟ, ଜାଣନ୍ତୁ କହିଲେ କ’ଣ?
ଏହା ପୂର୍ବରୁ ୱାନ୯୭ କମ୍ୟୁନିକେଶନ ଲିମିଟେଡର ସିଇଓ ବିଜୟ ଶେଖର ଶର୍ମା ପେଟିଏମ ପେମେଣ୍ଟ ବ୍ୟାଙ୍କ ଉପରେ ଆରବିଆଇର କାର୍ଯ୍ୟାନୁଷ୍ଠାନ ଉପରେ ସଫେଇ ଦେଇଥିଲେ । ସେ ସ୍ପଷ୍ଟ କରିଥିଲେ ଯେ ଡିଜିଟାଲ ନେଣଦେଣ ଏବଂ ଆପ୍ ପେଟିଏମ କାମ କରୁଛି ଏବଂ ଫେବ୍ରୁଆରୀ ୨୯ ପରେ ବି ସବୁବେଳେ କାମ କରିବ ।
The post Paytmର ପେମେଣ୍ଟ ବ୍ୟାଙ୍କର ରଦ୍ଦ ହେବ ଲାଇସେନ୍ସ ! ଆକ୍ସନ ମୋଡରେ RBI appeared first on Prameya News7.