ଡିଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୩: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ (ଡିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ଡିଏସ୍‌ପି ଏସ୍‌ ଆଣ୍ଡ ପି ବିଏସ୍‌ଇ ଲିକ୍ୱିଡ ରେଟ ଇଟିଏଫ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ନିୟୁ ଫଣ୍ଡ ଅଫରର ସବସ୍କ୍ରିପସନ ନିକଟରେ ଆରମ୍ଭ ହୋଇଥିବାବେଳେ ୨୦୨୪ ମାର୍ଚ୍ଚ ୨୦ରେ ଶେଷ ହେବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି ଏସ ଆଣ୍ଡ ପି ବିଏସଇ ଲିକ୍ୱିଡ ରେଟ ଇଣ୍ଡେକ୍ସକୁ ନକଲ କରୁଥିବା ଏକ ଓପନ ଏଣ୍ଡେଡ ଫଣ୍ଡ […] The post ଡିଏମ୍‌ଏଫ୍‌ର ନୂତନ ଉତ୍ପାଦ appeared first on Dharitri Odia News.

ଡିଏମ୍‌ଏଫ୍‌ର ନୂତନ ଉତ୍ପାଦ

ଭୁବନେଶ୍ୱର,୧୮।୩: ଡିଏସ୍‌ପି ମ୍ୟୁଚୁଆଲ ଫଣ୍ଡ (ଡିଏମ୍‌ଏଫ୍‌)ର ନୂତନ ଉତ୍ପାଦ ‘ଡିଏସ୍‌ପି ଏସ୍‌ ଆଣ୍ଡ ପି ବିଏସ୍‌ଇ ଲିକ୍ୱିଡ ରେଟ ଇଟିଏଫ୍‌ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷ କରି ଏହି ନିୟୁ ଫଣ୍ଡ ଅଫରର ସବସ୍କ୍ରିପସନ ନିକଟରେ ଆରମ୍ଭ ହୋଇଥିବାବେଳେ ୨୦୨୪ ମାର୍ଚ୍ଚ ୨୦ରେ ଶେଷ ହେବ ବୋଲି କମ୍ପାନୀ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି। ସେହିଭଳି ଏସ ଆଣ୍ଡ ପି ବିଏସଇ ଲିକ୍ୱିଡ ରେଟ ଇଣ୍ଡେକ୍ସକୁ ନକଲ କରୁଥିବା ଏକ ଓପନ ଏଣ୍ଡେଡ ଫଣ୍ଡ ଭାବେ ଏହାର ପ୍ରଚଳନ ହୋଇଛି, ଏହି ଫଣ୍ଡ କମ୍‌ ଆପଦରେ ପର୍ଯ୍ୟାପ୍ତ ଲିକ୍ୱିଡିଟି ସୁବିଧା ଥିବାବେଳେ ନିବେଶକଙ୍କ ପାଇଁ ସହଜ ଅର୍ଥ ପରିଚାଳନା ସୁଯୋଗ ମଧ୍ୟ ଯୋଗାଇ ଦେଉଛି। ଏ ସମ୍ପର୍କରେ ଡିଏସପି ମ୍ୟୁଚୁଆଲ ଫଣ୍ଡର ସିଏଫଏ ଏବଂ ହେଡ (ପାସିଭ ଇନଭେଷ୍ଟମେଣ୍ଟ ଆଣ୍ଡ ପ୍ରଡକ୍ସସ)ର ଅନିଲ ଘେଲାନି କହିଛନ୍ତି, ଏହା ସର୍ବଦା ନିବେଶକଙ୍କ ଟଙ୍କାକୁ କାର୍ଯ୍ୟକ୍ଷମ ରଖିବ ଏବଂ ସେଥିପାଇଁ ଏହା ବିପୁଳ ଗ୍ରାହକ, ପିଏସଏସ ଯୋଗାଣକାରୀ, ଏଫଆଣ୍ଡଓ ବ୍ରୋକର, ପ୍ରତ୍ୟକ୍ଷ ଇକ୍ୱିଟିଜ ଏଚଏନଆଇରେ ନିବେଶ କରୁଥିବା ସଂସ୍ଥା ଏବଂ ଷ୍ଟକ ଏକ୍ସଚେଞ୍ଜରେ ଟ୍ରେଡିଂ କରୁଥିବା ରିଟେଲ ନିବେଶକଙ୍କ ପାଇଁ ଏକ ଉପାଦେୟ ପ୍ରଡକ୍ଟ କରି ଗଢି ତୋଳୁଛି ବୋଲି ଅନିଲ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି।

The post ଡିଏମ୍‌ଏଫ୍‌ର ନୂତନ ଉତ୍ପାଦ appeared first on Dharitri Odia News.