ଏମ୍ସରେ ଉଦ୍ଘାଟନ ହେବ ଟ୍ରମା କେୟାର ସେଣ୍ଟର
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଏମ୍ସରେ ଉଦ୍ଘାଟନ ହେବାକୁ ଯାଉଛି ଟ୍ରମା କେୟାର। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଗତି ପାଇଁ ଶନିବାର ଦିନ ଏମ୍ସରେ ଉଦ୍ଘାଟିତ ହେବ ଟ୍ରମା କେୟାର ସେଣ୍ଟରର ନୂତନ କୋଠା । ଏହି ଅବସରରେ ହାଇ ଏନର୍ଜି ଲିନିଅର ଆକ୍ସେଲେଟର ମେସିନ ଏବଂ ଏମ୍ସର ଧର୍ମଶାଳା ଉଦଘାଟନ ହେବ। ଏନେଇ ଭିଡିଓ କନ୍ଫରେନ୍ସ (ଭିସି) ଜରିଆରେ ଯୋଗଦେବେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଏମ୍ସରେ ଟ୍ରମା ଓ ଜରୁରୀକାଳୀନ ବିଭାଗ ବର୍ତ୍ତମାନ […]

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ ଏମ୍ସରେ ଉଦ୍ଘାଟନ ହେବାକୁ ଯାଉଛି ଟ୍ରମା କେୟାର। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଗତି ପାଇଁ ଶନିବାର ଦିନ ଏମ୍ସରେ ଉଦ୍ଘାଟିତ ହେବ ଟ୍ରମା କେୟାର ସେଣ୍ଟରର ନୂତନ କୋଠା । ଏହି ଅବସରରେ ହାଇ ଏନର୍ଜି ଲିନିଅର ଆକ୍ସେଲେଟର ମେସିନ ଏବଂ ଏମ୍ସର ଧର୍ମଶାଳା ଉଦଘାଟନ ହେବ। ଏନେଇ ଭିଡିଓ କନ୍ଫରେନ୍ସ (ଭିସି) ଜରିଆରେ ଯୋଗଦେବେ କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ । ଏମ୍ସରେ ଟ୍ରମା ଓ ଜରୁରୀକାଳୀନ ବିଭାଗ ବର୍ତ୍ତମାନ ସମୟରେ ୩୦ଟି ଶଯ୍ୟାକୁ ନେଇ କାର୍ଯ୍ୟ କରୁଥିବା ବେଳେ ତେବେ ନୂତନ କୋଠା ଉଦଘାଟିତ ହେବା ପରେ ଏହା ୯୦ଶଯ୍ୟାରେ ପହଞ୍ଚିବ।
ଟ୍ରମା କେୟାର ନିର୍ମାଣ ପାଇଁ ପେଟ୍ରୋନେକ୍ସଟ ସିଏସଆର ଫଣ୍ଡରୁ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏଥିରେ ଅତ୍ୟାଧୁନିକ ଚିକିତ୍ସା ପାଇଁ ଆବଶ୍ୟକୀୟ ଯନ୍ତ୍ରପାତି ରହିଥିବା ବେଳେ ଏହା ସହ ଧର୍ମଶାଳାର ମଧ୍ୟ ଉଦଘାଟନ କରାଯିବ। ଏହି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ଦ୍ୱାରା ହାଇ ଏନର୍ଜି ଲିନିଅର ଆକ୍ସେଲେଟର ମେସିନ ଉଦଘାଟନ କରାଯାଇଛି। ଏହି ମେସିନ ଦ୍ୱାରା ଶରୀରର ମଧ୍ୟରେ ଥିବା କ୍ୟାନ୍ସର ସେଲ ଓ ଟ୍ୟୁମର ପୋଡ଼ିବା ପାଇଁ ସହାୟକ ହେବ ।
ଏମ୍ସରେ ଯେଉଁ ରୋଗୀମାନେ ଯେଉଁ ଡାକ୍ତରଙ୍କ ଅଧୀନରେ ଚିକିତ୍ସିତ ହେବେ, ସେହି ଡାକ୍ତରଙ୍କ ପରାମର୍ଶ କ୍ରମେ ରୋଗୀଙ୍କ ସମ୍ପର୍କୀୟ ମାନେ ଏହି ଧର୍ମଶାଳାରେ ରହଣି କରିପାରିବେ । ବର୍ତ୍ତମାନ ଏଠାରେ ମାତ୍ର ୭୮ ଜଣ ରହିବାର ବ୍ୟବସ୍ଥା ରହିଥିବା ବେଳେ ପରବର୍ତ୍ତୀ ସମୟରେ ୫୦୦ଜଣ ରହିବାର ବ୍ୟବସ୍ଥା ମଧ୍ୟ କରାଯାଉଛି। ୫୦୦ ଶଯ୍ୟା ବିଶିଷ୍ଟ ଏହି ଧର୍ମଶାଳାରେ ୩ ପ୍ରକାରର ରୁମ ସୁବିଧା ମିଳିବ । ୪ଟି ଶଯ୍ୟାର ସୁବିଧାଥିବା ରୁମରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ୫୦ ଟଙ୍କା ଦେବାକୁ ହେଲା ବେଳେ ଦୁଇଟି ଶଯ୍ୟାଥିବା ରୁମରେ ପ୍ରତ୍ୟେକଙ୍କୁ ଶହେ ଟଙ୍କା ଦେବାକୁ ପଡିବ। ସେହିପରି ପ୍ରତ୍ୟେକ କ୍ୟାବିନ ପାଇଁ ୫୦୦ ଟଙ୍କା ଦେବାକୁ ପଡିବ ।