ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କ ପରଲୋକ
ଅଯୋଧ୍ୟା,୭।୧: ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କର ଦିଲ୍ଲୀରେ ଦେହାନ୍ତ ହୋଇଛି। ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଅଗଷ୍ଟ ୨୦୨୪ରେ ଏହି ହସ୍ପିଟାଲରେ ଚୌପାଲଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା। ସେ ହିଁ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରଥମ ଇଟା ସ୍ଥାପନ କରିଥିଲେ। ସେ ବିହାର ବିଧାନ ପରିଷଦର ସଦସ୍ୟ ମଧ୍ୟ ଥିଲେ। ତାଙ୍କ ବିୟୋଗରେ ଭାଜପାରେ ଶୋକର ଛାୟା ଖେଳିଯାଇଛି। କାମେଶ୍ୱର […] The post ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କ ପରଲୋକ appeared first on Dharitri Odia News.
ଅଯୋଧ୍ୟା,୭।୧: ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କର ଦିଲ୍ଲୀରେ ଦେହାନ୍ତ ହୋଇଛି। ସେ ଅନେକ ଦିନ ଧରି ଅସୁସ୍ଥ ଥିଲେ। ଦିଲ୍ଲୀର ସାର୍ ଗଙ୍ଗାରାମ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଅଗଷ୍ଟ ୨୦୨୪ରେ ଏହି ହସ୍ପିଟାଲରେ ଚୌପାଲଙ୍କର କିଡନୀ ପ୍ରତିରୋପଣ କରାଯାଇଥିଲା।
ସେ ହିଁ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରଥମ ଇଟା ସ୍ଥାପନ କରିଥିଲେ। ସେ ବିହାର ବିଧାନ ପରିଷଦର ସଦସ୍ୟ ମଧ୍ୟ ଥିଲେ। ତାଙ୍କ ବିୟୋଗରେ ଭାଜପାରେ ଶୋକର ଛାୟା ଖେଳିଯାଇଛି। କାମେଶ୍ୱର ଚୌପାଲଙ୍କୁ ସଂଘ ପକ୍ଷରୁ ପ୍ରଥମ କର ସେବକର ମାନ୍ୟତା ମଧ୍ୟ ଦିଆଯାଇଥିଲା।
ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଟ୍ରଷ୍ଟି ଏବଂ ପୂର୍ବତନ ବିଧାନ ପରିଷଦ ସଦସ୍ୟ କାମେଶ୍ୱର ଚୌପାଲଙ୍କ ଦେହାନ୍ତ ହୋଇଛି। ଚୌପାଲ ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତ ଗୋଟିଏ ବର୍ଷ ଧରି ଅସୁସ୍ଥ ଥିଲେ। ତାଙ୍କର ଜନ୍ମ ସୁପୌଲ ଜିଲାର କାମରାଇଲ ଗାଁରେ ହୋଇଥିଲା। ୯ ନଭେମ୍ବର ୧୯୮୯ରେ ସେ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ପ୍ରଥମ ଇଟା ସ୍ଥାପନ କରିଥିଲେ। ତା’ପରେ ଦେଶର ବିଭିନ୍ନ ସ୍ଥାନରୁ ହଜାର ହଜାର ସନ୍ଥ ଏବଂ ମୁନି ଏବଂ ଲକ୍ଷ ଲକ୍ଷ କରସେବକ ଏଥିରେ ସାମିଲ ହୋଇଥିଲେ। ସେତେବେଳେ ସେ ଭିଏଚପିର ଯୁଗ୍ମ ସମ୍ପାଦକ ଥିଲେ। ତାଙ୍କୁ ୨୦୦୨ ମସିହାରେ ବିଧାନ ପରିଷଦ ସଦସ୍ୟ କରାଯାଇଥିଲା।
The post ରାମ ମନ୍ଦିରର ପ୍ରଥମ ଇଟା ରଖିଥିବା କାମେଶ୍ୱର ଚୌପାଲଙ୍କ ପରଲୋକ appeared first on Dharitri Odia News.