ଶତାବ୍ଦୀ ଶେଷ ସୁଦ୍ଧା ୭୫% ବରଫ ହରାଇପାରେ ହିନ୍ଦୁକୁଶ
ନୂଆଦିଲ୍ଲୀ,୩୧ା୫(ପି.ଟି.): ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱ ତାପମାତ୍ରା ଯଦି ୨ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଏ, ତେବେ ହିନ୍ଦୁକୁଶ ହିମାଳୟ ଏହାର ୭୫ ପ୍ରତିଶତ ବରଫ ହରାଇବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଞ୍ଚଳର ଗ୍ଲେସିୟର ହିମାଳୟରୁ ବାହାରିଥିବା ନଦୀଗୁଡ଼ିକୁ ପାଣି ଯୋଗାଇଥାଏ। ଗ୍ଲେସିୟର ତରଳିଗଲେ ଉକ୍ତ ନଦୀଗୁଡ଼ିକ ଉପରେ ନିର୍ଭର କରୁଥିବା ୨୦୦ କୋଟି ଲୋକ ପ୍ରଭାବିତ ହେବେ। ସାଇନ୍ସ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଉତ୍ତାପ ବୃଦ୍ଧି ସ୍ତରକୁ ଯଦି […] The post ଶତାବ୍ଦୀ ଶେଷ ସୁଦ୍ଧା ୭୫% ବରଫ ହରାଇପାରେ ହିନ୍ଦୁକୁଶ appeared first on Dharitri Odia News.
ନୂଆଦିଲ୍ଲୀ,୩୧ା୫(ପି.ଟି.): ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ବିଶ୍ୱ ତାପମାତ୍ରା ଯଦି ୨ ଡିଗ୍ରୀ ସେଲ୍ସିୟସ୍ ବୃଦ୍ଧି ପାଏ, ତେବେ ହିନ୍ଦୁକୁଶ ହିମାଳୟ ଏହାର ୭୫ ପ୍ରତିଶତ ବରଫ ହରାଇବ ବୋଲି ଏକ ନୂଆ ଅଧ୍ୟୟନରୁ ଜଣାପଡ଼ିଛି। ଏହି ଅଞ୍ଚଳର ଗ୍ଲେସିୟର ହିମାଳୟରୁ ବାହାରିଥିବା ନଦୀଗୁଡ଼ିକୁ ପାଣି ଯୋଗାଇଥାଏ। ଗ୍ଲେସିୟର ତରଳିଗଲେ ଉକ୍ତ ନଦୀଗୁଡ଼ିକ ଉପରେ ନିର୍ଭର କରୁଥିବା ୨୦୦ କୋଟି ଲୋକ ପ୍ରଭାବିତ ହେବେ।
ସାଇନ୍ସ ଜର୍ନାଲରେ ପ୍ରକାଶିତ ଅଧ୍ୟୟନ ଅନୁଯାୟୀ, ଉତ୍ତାପ ବୃଦ୍ଧି ସ୍ତରକୁ ଯଦି ପ୍ରାକ୍ ଶିଳ୍ପାୟନ ସ୍ତରରୁ ୧.୫ ଡିଗ୍ରୀ ସେଲ୍ସିୟସ୍ ଅଧିକ ମଧ୍ୟରେ ସୀମିତ ରଖାଯାଇପାରିବ, ତେବେ ହିମାଳୟ ଏବଂ କୌକାସସ୍ ପର୍ବତମାଳାର ୪୦ରୁ ୪୫ ପ୍ରତିଶତ ଗ୍ଲେସିୟର ବରଫ ସଂରକ୍ଷିତ ରହିବ। ତେବେ ବର୍ତ୍ତମାନର ଜଳବାୟୁ ନୀତି ଯଦି ଜାରି ରହେ ଏବଂ ଶତାବ୍ଦୀ ଶେଷ ବେଳକୁ ବିଶ୍ୱ ତାପମାତ୍ରା ୨.୭ ଡିଗ୍ରୀ ସେଲ୍ସିୟସ୍ ବଢ଼ିଯାଏ, ତେବେ ସାରା ବିଶ୍ୱରେ ମାତ୍ର ୨୫ ପ୍ରତିଶତ ଗ୍ଲେସିୟର ବରଫ ତିଷ୍ଠି ରହିବ। ମାନବ ଜାତି ପାଇଁ ଗ୍ଲେସିୟର ଅଞ୍ଚଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ତରଳିଲେ ୟୁରୋପୀୟ ଆଲ୍ପସ୍ ଏବଂ ପଶ୍ଚିମ ଆମେରିକା, କାନାଡ଼ା ଓ ଆଇସ୍ଲାଣ୍ଡର ରକି ପର୍ବତମାଳା ଅଧିକ କ୍ଷତିଗ୍ରସ୍ତ ହେବ ବୋଲି ଅଧ୍ୟୟନରେ କୁହାଯାଇଛି। ୨ ଡିଗ୍ରୀ ସେଲ୍ସିୟସ୍ ଉତ୍ତାପ ବଢ଼ିଲେ, ଉକ୍ତ ପର୍ବତମାଳାରେ ଥିବା ପ୍ରାୟ ସବୁ ବରଫ ହରାଇବ। ୨୦୨୦ରେ ସେଠାରେ ଯେତିକି ବରଫ ଥିଲା ସେଥିରୁ ମାତ୍ର ୧୦ରୁ ୧୫ ପ୍ରତିଶତ ତିଷ୍ଠି ରହିପାରେ ବୋଲି କୁହାଯାଇଛି। ସ୍କାଣ୍ଡିନେଭିଆରେ ଆଦ୍ରୌ ବରଫ ଗ୍ଲେସିୟର ରହିବ ନାହିଁ ବୋଲି ଆକଳନ କରାଯାଇଛି। ତେବେ ୨୦୧୫ର ପ୍ୟାରିସ୍ ଚୁକ୍ତିନାମାରେ ଧାର୍ଯ୍ୟ ହୋଇଥିବା ବର୍ଦ୍ଧିତ ତାପମାତ୍ରାକୁ ଯଦି ୧.୫ ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ସୀମିତ ରଖାଯାଇପାରେ, ତେବେ ସବୁ ଅଞ୍ଚଳରେ କିଛି ପରିମାଣରେ ଗ୍ଲେସିୟର ବରଫ ସଂରକ୍ଷିତ ରହିପାରିବ ବୋଲି କୁହାଯାଇଛି।
The post ଶତାବ୍ଦୀ ଶେଷ ସୁଦ୍ଧା ୭୫% ବରଫ ହରାଇପାରେ ହିନ୍ଦୁକୁଶ appeared first on Dharitri Odia News.