୭୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ…

ଜୟପୁର, ୩।୬: ରାଜସ୍ଥାନର ଏକ କୂଅରେ ଖସିପଡ଼ିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ୫୦ ଘଣ୍ଟାଧରି ଅପରେସନ୍‌ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ନାବାଳକକୁ ଉଦ୍ଧାର କରାଯାଇ ପାରିନାହିଁ। ମିଳିଥିବା ସୂଚନା ଅନୁସାରେ ରାଜସମନ୍ଦ ଜିଲାରେ ୧୩ ବର୍ଷର ଜଣେ ନାବଳକ ୭୦ ଫୁଟର କୂଅରେ ପଡ଼ିଯାଇଥିଲା। ଏସ୍‌ଡିଆର୍‌ଏଫ୍‌ ଟିମ୍‌ କୂଅ ଭିତରୁ ନାବାଳକକୁ ଉଦ୍ଧାର କରିବାକୁ ପ୍ରୟାସ ଚଳାଇଛି। କୂଅରୁ ପମ୍ପ ଯୋଗେ ପାଣି ବାହାର କରାଯାଉଛି। କିନ୍ତୁ କୂଅରେ ବାରମ଼୍ବର ପାଣି ଫୁଲ୍‌ […] The post ୭୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ… appeared first on Dharitri Odia News.

୭୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ…

ଜୟପୁର, ୩।୬: ରାଜସ୍ଥାନର ଏକ କୂଅରେ ଖସିପଡ଼ିଥିବା ଜଣେ ନାବାଳକକୁ ଉଦ୍ଧାର କରିବା ପାଇଁ ୫୦ ଘଣ୍ଟାଧରି ଅପରେସନ୍‌ ଜାରି ରହିଛି। କିନ୍ତୁ ଏପର୍ଯ୍ୟନ୍ତ ନାବାଳକକୁ ଉଦ୍ଧାର କରାଯାଇ ପାରିନାହିଁ। ମିଳିଥିବା ସୂଚନା ଅନୁସାରେ ରାଜସମନ୍ଦ ଜିଲାରେ ୧୩ ବର୍ଷର ଜଣେ ନାବଳକ ୭୦ ଫୁଟର କୂଅରେ ପଡ଼ିଯାଇଥିଲା। ଏସ୍‌ଡିଆର୍‌ଏଫ୍‌ ଟିମ୍‌ କୂଅ ଭିତରୁ ନାବାଳକକୁ ଉଦ୍ଧାର କରିବାକୁ ପ୍ରୟାସ ଚଳାଇଛି। କୂଅରୁ ପମ୍ପ ଯୋଗେ ପାଣି ବାହାର କରାଯାଉଛି। କିନ୍ତୁ କୂଅରେ ବାରମ଼୍ବର ପାଣି ଫୁଲ୍‌ ହେଇଯାଉଥିବାରୁ ପାଣି ଶୁଖିବାରେ ସମସ୍ୟା ହେଉଛି।
କୂଅରେ ଖସିପଡ଼ିଥିବା ନାବଳକର ନାମ ଲଳିତ ସିଂ ହୋଇଥିବା ବେଳେ ସେ ପଲରା ଗ୍ରାମର ବୋଲି ଜଣାପଡ଼ିଛି। ଲଳିତ ଛେଳି ଚରାଇବାକୁ ଯାଇଥିବା ବେଳେ ଅଜାଣତ ବଶତଃ ଏକ କୂଅରେ ଗଳିପଡ଼ିଥିଲା। ଲଳିତ ସହିତ ଯାଇଥିବା ଅନ୍ୟଜଣେ ବାଳକ ଏନେଇ ଲଳିତର ମାମୁଁଙ୍କୁ ଜଣାଇଥିଲା। ପରେ ଏନେଇ ପୋଲିସକୁ ସୂଚନା ଦିଆଯାଇଥିଲା। ତେବେ ଏନେଇ ଉପରିସ୍ଥ ପୋଲିସ୍‌ ଅଧିକାରୀ ଭବାନୀ ଶଙ୍କର କହିଛନ୍ତି ଯେ, କୂଅରେ ପଡ଼ିଯିବା ପରେ ଲଳିତର ମୃତ୍ୟୁ ହୋଇଯାଇଛି। ଏସ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର ପାଇଁ ଅପରେସନ୍‌ ଜାରି ରଖିଛନ୍ତି। କିନ୍ତୁ କୂଅରୁ ପାଣି ଶୁଖୁ ନଥିବା କରାଣରୁ ଉଦ୍ଧାର କରିବାରେ ସମସ୍ୟା ସୃଷ୍ଟି ହୋଇଛି।

The post ୭୦ ଫୁଟ୍‌ ଗଭୀର କୂଅରେ ଖସି ପଡ଼ିଲା ନାବଳକ, ତାପରେ… appeared first on Dharitri Odia News.