ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ

ଦେବଗଡ଼,୩।୧୦(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଜନ୍ମଦାତ୍ରୀ ମା’ଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇନାହାନ୍ତି ଜଣେ ପୁଅ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମା’(୫୨)ଙ୍କୁ ୨୮ବର୍ଷୀୟ ପୁଅ ବଳାତ୍କାର କରିଛନ୍ତି। ଏନେଇ ମା’ଙ୍କ ଅଭିଯୋଗ ଆଧାରରେ ବାରକୋଟ ପୋଲିସ ଅଭିଯୁକ୍ତ ପୁଅ ବିରୋଧରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବାବେଳେ ଗୁରୁବାର ଅଭିଯୋଗ ପରେ ପ୍ରଘଟ […] The post ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ appeared first on Dharitri Odia News.

ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ

ଦେବଗଡ଼,୩।୧୦(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଜନ୍ମଦାତ୍ରୀ ମା’ଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇନାହାନ୍ତି ଜଣେ ପୁଅ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ମା’(୫୨)ଙ୍କୁ ୨୮ବର୍ଷୀୟ ପୁଅ ବଳାତ୍କାର କରିଛନ୍ତି। ଏନେଇ ମା’ଙ୍କ ଅଭିଯୋଗ ଆଧାରରେ ବାରକୋଟ ପୋଲିସ ଅଭିଯୁକ୍ତ ପୁଅ ବିରୋଧରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣା ଗତ ଶୁକ୍ରବାର ସନ୍ଧ୍ୟାରେ ଘଟିଥିବାବେଳେ ଗୁରୁବାର ଅଭିଯୋଗ ପରେ ପ୍ରଘଟ ହୋଇଛି। ଏହା ଜଣାପଡ଼ିବା ପରେ ଜିଲାରେ ଆଲୋଡନ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ ଅଭିଯୋଗକାରିଣୀ ମହିଳାଙ୍କ ସ୍ବାମୀ କୌଣସି ଏକ ମାମଲାରେ ଛନ୍ଦି ହୋଇ ଜେଲରେ ଅଛନ୍ତି। କିଛିବର୍ଷ ତଳେ ମହିଳା ଜଣଙ୍କ ତାଙ୍କ ପୁଅକୁ ଜଣେ ଯୁବତୀଙ୍କ ସହ ବିବାହ ଦେଇଥିଲେ। ମାତ୍ର ପୁଅ-ବୋହୂଙ୍କ ମଧ୍ୟରେ ବିଭିନ୍ନ ସମୟରେ ଗଣ୍ଡଗୋଳ ଘଟିବାରୁ ପ୍ରାୟ ୪ବର୍ଷ ହେଲା ବୋହୂ ତାଙ୍କ ବାପ ଘରକୁ ଚାଲିଯାଇଛନ୍ତି। ପୁଅ ବିଭିନ୍ନ ସମୟରେ ମା’ଙ୍କୁ ଗାଳିଗୁଲଜ କରିବା ସହ ଖରାପ କଥା କହିବା ସହ ମାଡ଼ ମଧ୍ୟ ମାରିଥାନ୍ତି। ଏହାକୁ ନେଇ ଗ୍ରାମରେ ଆଲୋଚାନ କରାଯିବା ସହ ଘଟଣାର ସମାଧାନ କରାଯାଇଥିଲା।

ଗତ ୨୭ ତାରିଖ ରାତି ପ୍ରାୟ ୮ଟାରେ ମହିଳା ଜଣକ ଘରେ ଶୋଇଥିବାବେଳେ ତାଙ୍କ ପୁଅ ହାତରେ ଏକ ଛୁରି ଧରି ଭୟ ଦେଖାଇବା ସହ ଜୋରଜବରଦସ୍ତି ବଳାତ୍କାର କରିଥିଲେ। ଫଳରେ ମହିଳା ଜଣକ ଲଜ୍ୟାରେ କାହାରିକୁ ମୁହଁ ନ ଦେଖାଇ ନିକଟସ୍ଥ ଗ୍ରାମକୁ ଚାଲିଯାଇ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ। ଗୁରୁବାର ବାରକୋଟ ଥାନାକୁ ଆସି ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଥିଲେ।

The post ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ appeared first on Dharitri Odia News.