ସନ୍ଥକବି ଭୀମ ଭୋଇ ଜୟନ୍ତୀ:ସନ୍ଥଙ୍କ କବିତା ଗବେଷଣା ସାପେକ୍ଷ
ସମ୍ବଲପୁର(ରେଢାଖୋଲ):ଭୀମ ଭୋଇ ଜଣେ ରହସ୍ୟବାଦୀ କବି ଥିଲେ। ତାଙ୍କ କବିତା ବୁଝିବା ସହଜ ନୁହେଁ। ତାଙ୍କ ରଚନାଗୁଡ଼ିକର ଗବେଷଣା ସାପେକ୍ଷ।ରେଢ଼ାଖୋଲ ବ୍ଲକ୍ କନ୍ଧରାସ୍ଥିତ ଭୀମ ଭୋଇ ସ୍ମୃତିପୀଠରେ ଗୁରୁବାର ଆୟୋଜିତ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବରେ ଅତିଥି ଗଣ ବକ୍ତବ୍ୟରେ ଏଭଳି କହିଛନ୍ତି। ରେଢ଼ାଖୋଲ ସନ୍ଥକବି ଭୀମ ଭୋଇ ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଆୟକର ବିଭାଗର ଅବସରପ୍ରାପ୍ତ ଅଧିକାରୀ ତଥା ଲେଖକ ରାଧାକାନ୍ତ ସେଠ୍ ମୁଖ୍ୟ ଅତିଥି, ଭାରତୀୟ ଡାକ […] The post ସନ୍ଥକବି ଭୀମ ଭୋଇ ଜୟନ୍ତୀ:ସନ୍ଥଙ୍କ କବିତା ଗବେଷଣା ସାପେକ୍ଷ appeared first on Odisha.News.

ସମ୍ବଲପୁର(ରେଢାଖୋଲ):ଭୀମ ଭୋଇ ଜଣେ ରହସ୍ୟବାଦୀ କବି ଥିଲେ। ତାଙ୍କ କବିତା ବୁଝିବା ସହଜ ନୁହେଁ। ତାଙ୍କ ରଚନାଗୁଡ଼ିକର ଗବେଷଣା ସାପେକ୍ଷ।ରେଢ଼ାଖୋଲ ବ୍ଲକ୍ କନ୍ଧରାସ୍ଥିତ ଭୀମ ଭୋଇ ସ୍ମୃତିପୀଠରେ ଗୁରୁବାର ଆୟୋଜିତ ସନ୍ଥକବିଙ୍କ ଜୟନ୍ତୀ ଉତ୍ସବରେ ଅତିଥି ଗଣ ବକ୍ତବ୍ୟରେ ଏଭଳି କହିଛନ୍ତି। ରେଢ଼ାଖୋଲ ସନ୍ଥକବି ଭୀମ ଭୋଇ ଏକାଡେମୀର ଅଧ୍ୟକ୍ଷ ମୁରଲୀଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଜୟନ୍ତୀ ଉତ୍ସବରେ ଆୟକର ବିଭାଗର ଅବସରପ୍ରାପ୍ତ ଅଧିକାରୀ ତଥା ଲେଖକ ରାଧାକାନ୍ତ ସେଠ୍ ମୁଖ୍ୟ ଅତିଥି, ଭାରତୀୟ ଡାକ ବିଭାଗର ଅବସରପ୍ରାପ୍ତ ଅଧିକାରୀ ତଥା କବି ସନ୍ତୋଷ ରଥ ମୁଖ୍ୟବକ୍ତା, ଅବସରପ୍ରାପ୍ତ ଅଧ୍ୟାପକ ଡ. ଦୀପେନ ପଟ୍ଟନାୟକ ଓ ଭୀମ ଭୋଇ ଉନ୍ନୟନ ପରିଷଦର ସଭାପତି ଚକ୍ରଧର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଉତ୍ସବରେ ବ୍ରହ୍ମ ଅବଧୂତ ବାବା ଆନନ୍ଦଚନ୍ଦ୍ର ଦାସ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ମହିମା ଧର୍ମ ଉପରେ ଆଲୋଚନା କରିଥିଲେ। ମହାବୀର ସିଂଦେଓ ପ୍ରାରମ୍ଭିକ ସୂଚନା, ଅନୀଲ ମେହେର ଅତିଥି ପରିଚୟ ପ୍ରଦାନ ଓ ପରୀକ୍ଷିତ ଦାଶ ଧନ୍ୟବାଦ ଦେଇଥିଲେ। ଏ ଅବସରରେ କବି ବିପିନ୍ ମହାନନ୍ଦଙ୍କ ସଂଯୋଜନାରେ ଅନୁଷ୍ଠିତ କବିତା ଆସରରେ ଆର୍. ପୁଷ୍ପାଞ୍ଜଳି, ଗୀତାରାଣୀ ସାହୁ, କନ୍ଦର୍ପ ବେହେରା, ଆକାଶ ସାହୁ, ରାଧାକାନ୍ତ ସେଠ୍, ଦୀପେନ ପଟ୍ଟନାୟକ, ସନ୍ତୋଷ ରଥ, ବିପିନ୍ ମହାନନ୍ଦ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ପ୍ରାଧ୍ୟାପକ ଅଖିଳ ବିଶ୍ବାଳ, ହିମାଂଶୁ ଶେଖର ପ୍ରଧାନ, ଚନ୍ଦ୍ରହାସ୍ୟ ପ୍ରଧାନ, ଆଦିକନ୍ଦ ପ୍ରଧାନଙ୍କ ସହ ମହିମା ଭକ୍ତମଣ୍ଡଳୀ ଉପସ୍ଥିତ ଥିଲେ।
The post ସନ୍ଥକବି ଭୀମ ଭୋଇ ଜୟନ୍ତୀ:ସନ୍ଥଙ୍କ କବିତା ଗବେଷଣା ସାପେକ୍ଷ appeared first on Odisha.News.