ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ
ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର ମମତାମୟୀ ବେହେରାଙ୍କୁ ମହିଳା ମୋର୍ଚ୍ଚାର ନୂତନ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି। ଭାଜପା ଜିଲା ସଭାପତି ହେମନ୍ତ କୁମାର ପାଢ଼ୀ ଗୁରୁବାର ଏହି ନିଯୁକ୍ତି ଦେଇଛନ୍ତି। ମମତାମୟୀ ରାଜ୍ୟ ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟା ଥିବାବେଳେ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ଆଧାର କରି ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା […] The post ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ appeared first on Dharitri Odia News.
ଭଦ୍ରକ,୨୯।୩(ସନାତନ ରାଉତ): ସାଧାରଣ ନିର୍ବାଚନ ପୂର୍ବରୁ ଭଦ୍ରକ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପଦରେ ବଦଳ କରାଯାଇଛି। ଭଦ୍ରକ ବ୍ଲକ ଅଧୀନ କୋରକୋରା ପଞ୍ଚାୟତ ନୂଆସାହିର ମମତାମୟୀ ବେହେରାଙ୍କୁ ମହିଳା ମୋର୍ଚ୍ଚାର ନୂତନ ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।
ଭାଜପା ଜିଲା ସଭାପତି ହେମନ୍ତ କୁମାର ପାଢ଼ୀ ଗୁରୁବାର ଏହି ନିଯୁକ୍ତି ଦେଇଛନ୍ତି। ମମତାମୟୀ ରାଜ୍ୟ ମହିଳା ମୋର୍ଚ୍ଚାର କାର୍ଯ୍ୟକାରିଣୀ ସଦସ୍ୟା ଥିବାବେଳେ ତାଙ୍କର ସାଙ୍ଗଠନିକ ଦକ୍ଷତାକୁ ଆଧାର କରି ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲା ସଭାନେତ୍ରୀ ପଦ ଦିଆଯାଇଛି। ନିର୍ବାଚନର ଘଡ଼ିସନ୍ଧି ମୂହୁର୍ତ୍ତରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ତାଙ୍କୁ ଯେଉଁ ଗୁରୁଦାୟିତ୍ୱ ଦିଆଯାଇଛି, ନିଶ୍ଚିତ ଭାବେ ଜିଲାରେ ଦଳକୁ ନିର୍ବାଚନରେ ସଫଳତା ହାସଲ ପାଇଁ ଆପ୍ରାଣ ଉଦ୍ୟମ ଜାରି ରଖିବେ। ମୋଦିଜୀଙ୍କ ବିକାଶକୁ ନେଇ ଜିଲାରେ ଅଧିକ ମହିଳା ଭୋଟ୍ ସଂଗ୍ରହ ପାଇଁ ଚେଷ୍ଟା କରିବେ ବୋଲି ସେ କହିଛନ୍ତି।
The post ଆଗକୁ ନିର୍ବାଚନ: ବଦଳିଲେ ଜିଲା ମହିଳା ମୋର୍ଚ୍ଚା ସଭାନେତ୍ରୀ appeared first on Dharitri Odia News.