ଅଣାୟତ୍ତ କରୁଛି କାଳବୈଶାଖୀ, ଆହୁରି ୪ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର:କାଳବୈଶାଖୀ ବର୍ଷା କରୁଛି ଅଣାୟତ୍ତ। ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଅଧିକ ରହିଥିବା ବେଳେ ଆହୁରି ୪ ଦିନ ଧରି ପ୍ରବଳ ବର୍ଷା ହେବ । ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ତେବେ କାଳବୈଶାଖୀର ପ୍ରଭାବରେ ହଠାତ୍ ବାଦଲ ଆସୁଥିବା କାରଣରୁ ପ୍ରବଳ ବର୍ଷା ସହ ଝଡ ପବନ କରାଇବାରେ ସହାୟକ ହେଉଛି। ଦିନରେ ଉତ୍ତପ୍ତ ବାୟୁ ମଣ୍ଡଳ ସଂସ୍ପର୍ଶରେ ପଶ୍ଚିମ ବାୟୁ ମିଶି ଯେଉଁ ବାଦଲ […]

ଅଣାୟତ୍ତ କରୁଛି କାଳବୈଶାଖୀ, ଆହୁରି ୪ ଦିନ ଧରି ପ୍ରବଳ ବର୍ଷିବ

ଭୁବନେଶ୍ୱର:କାଳବୈଶାଖୀ ବର୍ଷା କରୁଛି ଅଣାୟତ୍ତ। ପଶ୍ଚିମାଝଡ ପ୍ରଭାବରେ ରାଜ୍ୟରେ କାଳବୈଶାଖୀର ପ୍ରଭାବ ଅଧିକ ରହିଥିବା ବେଳେ ଆହୁରି ୪ ଦିନ ଧରି ପ୍ରବଳ ବର୍ଷା ହେବ । ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ । ତେବେ କାଳବୈଶାଖୀର ପ୍ରଭାବରେ ହଠାତ୍ ବାଦଲ ଆସୁଥିବା କାରଣରୁ ପ୍ରବଳ ବର୍ଷା ସହ ଝଡ ପବନ କରାଇବାରେ ସହାୟକ ହେଉଛି। ଦିନରେ ଉତ୍ତପ୍ତ ବାୟୁ ମଣ୍ଡଳ ସଂସ୍ପର୍ଶରେ ପଶ୍ଚିମ ବାୟୁ ମିଶି ଯେଉଁ ବାଦଲ ସୃଷ୍ଟି କରୁଛି ତାହା ଭୟଙ୍କର ବିଜୁଳି ସହ ଭାରି ବର୍ଷା କରାଇଛି। ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ୨୯ ଜିଲ୍ଲାକୁ ଝଡ଼ ପବନ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ୯ ଜିଲ୍ଲାରେ ଭାରି ବର୍ଷା, ଝୁଙ୍କ ପବନ ସହ କୁଆପଥର ବର୍ଷା ନେଇ ରହିଛି ଅରେଞ୍ଜ ଆଲର୍ଟ। ୯ ଜିଲ୍ଲା କେନ୍ଦୁଝର, ମୟୁରଭଂଜ, ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, କଳାହାଣ୍ଡି, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାକି ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ୧ ତାରିଖ ଅର୍ଥାତ ଆସନ୍ତାକାଲି ପାଇଁ ୭ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ୭ ଜିଲ୍ଲା ହେଉଛି କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର । ଏ ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଝଡ ପବନ, ଘଡଘଡି ବିଜୁଳି ଓ କୁଆପଥର ବର୍ଷା ନେଇ ଅରେଞ୍ଜ ଆଲର୍ଟ ରହିଛି। ବାକି ଅନ୍ୟ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ମେ ୪ ତାରିଖ ଯାଏଁ ଏଭଳି ସ୍ଥିତି ଜାରି ରହିବ ବୋଲି ସତର୍କ କରିଛି ପାଣିପାଗ ବିଭାଗ।