ହିତାଧିକାରୀଙ୍କୁ ମିଳିବ ୩ ମାସର ଆଗୁଆ ଚାଉଳ
ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ତିନି ମାସର ଆଗୁଆ ଚାଉଳ । ଏନେଇ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଧାରରେ ପ୍ରତି ହିତାଧିକାରୀଙ୍କୁ ୧୫ କିଲୋ ଲେଖାଏଁ ଚାଉଳ ଦିଆଯିବ। ସାଧାରଣ ବଣ୍ଟନ ବିଭାଗର କାର୍ଯ୍ୟ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବାଦ୍ ପଡ଼ିଥିବା ୧.୩୧ ଲକ୍ଷ ଶ୍ରମିକଙ୍କୁ ତୁରନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ […]

ଭୁବନେଶ୍ୱର : ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ତିନି ମାସର ଆଗୁଆ ଚାଉଳ । ଏନେଇ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ଆଗୁଆ ଚାଉଳ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏହି ଆଧାରରେ ପ୍ରତି ହିତାଧିକାରୀଙ୍କୁ ୧୫ କିଲୋ ଲେଖାଏଁ ଚାଉଳ ଦିଆଯିବ। ସାଧାରଣ ବଣ୍ଟନ ବିଭାଗର କାର୍ଯ୍ୟ ସମୀକ୍ଷା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ବାଦ୍ ପଡ଼ିଥିବା ୧.୩୧ ଲକ୍ଷ ଶ୍ରମିକଙ୍କୁ ତୁରନ୍ତ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇ-କେଓ୍ଵାଇସି ବ୍ୟବସ୍ଥାକୁ ତ୍ଵରାନ୍ଵିତ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାଧାରଣ ବଣ୍ଟନ ବ୍ୟବସ୍ଥାର ସମୀକ୍ଷା କରି ହିତାଧିକାରୀମାନଙ୍କୁ ୩ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟା ଅକ୍ଟୋବର ପହିଲାଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ୪୦ଲକ୍ଷ ପରିବାର ଏପର୍ଯ୍ୟନ୍ତ ଚାଉଳ ପାଇନାହାନ୍ତି । ଏହି ପରିବାରଗୁଡ଼ିକୁ ତୁରନ୍ତ ଚାଉଳ ବଣ୍ଟନ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଯୋଗ୍ୟ, ରାଜ୍ୟରେ ସରକାର ବଦଳିବା ପରେ ଗତ ଅଗଷ୍ଟ ମାସ ଠାରୁ ରାସନକାର୍ଡ ପାଇଁ ଇ-ବାଧ୍ୟତାମୂଳକ କରାଯାଇଛି। ଇ-କେୱାଇସି ନ କଲେ ହିତାଧିକାରୀଙ୍କ ନାଁ ରାସନକାର୍ଡରୁ କଟିବା ସହ ସାମଗ୍ରୀ ମିଳିବନି ବୋଲି ସରକାର ଚେତାବନୀ ଦେଇଛନ୍ତି। ଏବେ ରାଜ୍ୟରେ ଇ-କେୱାଇସି ଜାରି ରହିଛି। ହିତାଧିକାରୀମାନେ ନିକଟସ୍ଥ କଣ୍ଟ୍ରୋଲ ଡିଲରଙ୍କ ପାଖରେ ଲାଇନ ଲଗାଉଛନ୍ତି।
ସେହିପରି ଇ-ଶ୍ରମିକ ଭାବରେ ପଞ୍ଜୀକରଣ କରିଥିବା ସବୁ ଶ୍ରମିକମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ସାମିଲ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଇ-ଶ୍ରମିକରେ ପଞ୍ଜିକୃତ ହୋଇଥିବା ୧କୋଟି ୩୦ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ସମସ୍ତେ ସାମିଲ ହୋଇଥିବା ବେଳେ ଆଉ ୧ଲକ୍ଷ ୩୧ ହଜାର ଶ୍ରମିକ ବାଦ୍ ପଡ଼ିଛନ୍ତି। ସେମାନଙ୍କୁ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ତୁରନ୍ତ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।