ଲଗାତାର ଚତୁର୍ଥ ମ୍ୟାଚରେ ଜିମ୍ବାୱେକୁ ହରାଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ଭାରତ

ହରାରେ: ଶୁବମନ୍‌ ଗିଲ୍‌ଙ୍କ ନେତୃତ୍ବାଧୀନ ଭାରତୀୟ ଯୁବ କ୍ରିକେଟ୍ ଦଳ ପଞ୍ଚମ ତଥା ଶେଷ ମୁକାବିଲାକୁ ୪୨ ରନ୍‌ରେ ଜିତି ଲଗାତାର ଚତୁର୍ଥ ବିଜୟ ହାସଲ କରିବା ସହ ଶୃଙ୍ଖଳା ଜିତିଛି। ପ୍ରଥମ ମ୍ୟାଚ୍‌କୁ ଲଜ୍ଜାଜନକ ଭାବେ ହାରିବା ପରେ ପରବର୍ତ୍ତୀ ଚାରିଟି ଲଢ଼େଇରେ ଆତ୍ମବିଶ୍ବାସରେ ଭରପୂର ଭାରତୀୟ କ୍ରିକେଟ୍ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି ବିଦେଶ ମାଟିରେ ନୂଆ ଇତିହାସ ରଚିଛି। ଭାରତ ଚତୁର୍ଥ ମ୍ୟାଚ୍‌କୁ ଜିତି ଶୃଙ୍ଖଳା ବିଜୟର ସ୍ବାଦ ଚାଖି ସାରିଥିଲା। ଫଳରେ […]

ଲଗାତାର ଚତୁର୍ଥ ମ୍ୟାଚରେ ଜିମ୍ବାୱେକୁ ହରାଇ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଲା ଭାରତ

ହରାରେ: ଶୁବମନ୍‌ ଗିଲ୍‌ଙ୍କ ନେତୃତ୍ବାଧୀନ ଭାରତୀୟ ଯୁବ କ୍ରିକେଟ୍ ଦଳ ପଞ୍ଚମ ତଥା ଶେଷ ମୁକାବିଲାକୁ ୪୨ ରନ୍‌ରେ ଜିତି ଲଗାତାର ଚତୁର୍ଥ ବିଜୟ ହାସଲ କରିବା ସହ ଶୃଙ୍ଖଳା ଜିତିଛି। ପ୍ରଥମ ମ୍ୟାଚ୍‌କୁ ଲଜ୍ଜାଜନକ ଭାବେ ହାରିବା ପରେ ପରବର୍ତ୍ତୀ ଚାରିଟି ଲଢ଼େଇରେ ଆତ୍ମବିଶ୍ବାସରେ ଭରପୂର ଭାରତୀୟ କ୍ରିକେଟ୍ ଦଳ ସଫଳ ପ୍ରତ୍ୟାବର୍ତ୍ତନ କରି ବିଦେଶ ମାଟିରେ ନୂଆ ଇତିହାସ ରଚିଛି। ଭାରତ ଚତୁର୍ଥ ମ୍ୟାଚ୍‌କୁ ଜିତି ଶୃଙ୍ଖଳା ବିଜୟର ସ୍ବାଦ ଚାଖି ସାରିଥିଲା। ଫଳରେ ଆଜି ଜିମ୍ବାୱେ ପାଖରେ ସମ୍ମାନରେ ଶୃଙ୍ଖଳା ଶେଷ କରିବାର ସୁଯୋଗ ଥିଲା। ହେଲେ ଭାରତୀୟ ଖେଳାଳି ଅପୂର୍ବ ତାଳମେଳରେ ଖେଳି ଜିମ୍ବାୱେକୁ ବିଜୟ ଧାରାକୁ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ। ପ୍ରାରମ୍ଭିକ ବିଫଳତା ସତ୍ତ୍ବେ ସଂଜୁ ସାମସନ (୫୮)ଙ୍କ ଦାୟିତ୍ବବାନ ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ଭାରତ ୧୬୭ ରନ୍ ସଂଗ୍ରହ କରିଥିଲା। ଏହା ପରେ ଘରୋଇ ଜିମ୍ବାୱେକୁ ୯ ବଲ୍‌ ପୂର୍ବରୁ ମାତ୍ର ୧୨୫ ରନ୍‌ରେ ଅଲଆଉଟ୍ କରି ସ୍ମରଣୀୟ ବିଜୟ ପାଇଥିଲା। ଦ୍ରୁତ ବୋଲର ମୁକେଶ କୁମାର ମାତ୍ର ୨୨ ରନ୍‌ରେ ୪ ୱିକେଟ୍ ନେଇ ଜିମ୍ବାୱେର ବିପର୍ଯ୍ୟୟ ଘଟାଇଥିଲେ। ତେବେ ଅଲରାଉଣ୍ଡ୍ ପ୍ରଦର୍ଶନ ପାଇଁ ଶିବମ ଦୁବେ (୨୬ ରନ୍ ୧୨ ବଲ୍, ୨/୨୫) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେହିଭଳି ଭାରତୀୟ ଦଳର ଅନ୍ୟତମ ସଫଳ ଅଲ୍‌ରାଉଣ୍ଡର୍ ୱାସିଂଟନ୍ ସୁନ୍ଦର (୨୮ ରନ୍, ୮ ୱିକେଟ୍) ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥ‌ିଲେ।