ଆମେ ଆସିଲେ ହଟାଇ ଦେବୁ ଇଭିଏମ: ଅଖିଳେଶ

ନୂଆଦିଲ୍ଲୀ,୨।୭: ମଙ୍ଗଳବାର ଲୋକ ସଭାରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବିରୋଧୀ ଦଳର ନେତୃତ୍ୱ ନେଉଥିବାବେଳେ ନରେନ୍ଦ୍ର ମୋଦି ସରକାର ଉପରେ ଖୁବ ବର୍ଷିଛନ୍ତି। ଏହି ସମୟରେ ସେ ଇଭିଏମ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ବା ଇଭିଏମ ସଂପୂର୍ଣ୍ଣ ନ ହଟିବା ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ ଏବଂ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଇଭିଏମ ହଟାଇ ଦେବେ। ରାଷ୍ଟ୍ରପତି ଦ୍ରୌପଦୀ […] The post ଆମେ ଆସିଲେ ହଟାଇ ଦେବୁ ଇଭିଏମ: ଅଖିଳେଶ appeared first on Dharitri Odia News.

ଆମେ ଆସିଲେ ହଟାଇ ଦେବୁ ଇଭିଏମ: ଅଖିଳେଶ

ନୂଆଦିଲ୍ଲୀ,୨।୭: ମଙ୍ଗଳବାର ଲୋକ ସଭାରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବିରୋଧୀ ଦଳର ନେତୃତ୍ୱ ନେଉଥିବାବେଳେ ନରେନ୍ଦ୍ର ମୋଦି ସରକାର ଉପରେ ଖୁବ ବର୍ଷିଛନ୍ତି। ଏହି ସମୟରେ ସେ ଇଭିଏମ ବିଷୟରେ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଏବଂ କହିଥିଲେ ଯେ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ ବା ଇଭିଏମ ସଂପୂର୍ଣ୍ଣ ନ ହଟିବା ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ ଏବଂ ଯଦି ସେ କ୍ଷମତାକୁ ଆସନ୍ତି ତେବେ ସେ ଇଭିଏମ ହଟାଇ ଦେବେ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଲୋକ ସଭାରେ ଆଲୋଚନା ବେଳେ ଅଖିଳେଶ ଯାଦବ ମଙ୍ଗଳବାର ଏହା କହିଛନ୍ତି। ଏହି ସମୟରେ ସେ କହିଛନ୍ତି, ‘ଗତକାଲି ମଧ୍ୟ ଇଭିଏମ ଉପରେ କୌଣସି ବିଶ୍ୱାସ ନଥିଲା ଏବଂ ଆଜି ବି ବିଶ୍ୱାସ ନାହିଁ। ଯଦିଓ ମୁଁ ୮୦ ଟି ସିଟ ମଧ୍ୟରୁ ୮୦ଟି ଜିତିବି, ଇଭିଏମ ଉପରେ କୌଣସି ବିଶ୍ୱାସ ନାହିଁ । ଇଭିଏମ ପ୍ରସଙ୍ଗ ମରିନାହିଁ । ଯେତେବେଳେ ଆମେ ଆସିବୁ, ଆମେ ଇଭିଏମ ଉଠାଇ ଦେବୁ।

The post ଆମେ ଆସିଲେ ହଟାଇ ଦେବୁ ଇଭିଏମ: ଅଖିଳେଶ appeared first on Dharitri Odia News.