ଜଣାପଡିଲା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ! ଏଥିପାଇଁ ଧର୍ମେନ୍ଦ୍ର…
ଭୁବନେଶ୍ୱର,୭।୬: ନିର୍ବାଚନ ସରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ସସପେନ୍ସ ଲାଗି ରହିଛି। ତେବେ ଏହାର ଫାଇନାଲ ନିଷ୍ପତ୍ତି ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୃଥିୀରାଜ ହରିଚନ୍ଦନଙ୍କ ସହିତ ଏମପିମାନେ ମଧ୍ୟରେ ଦିଲ୍ଲୀରେ ଡେରା ପକେଇଛନ୍ତି। ହୁଏତ ଶୁକ୍ରବାର ରାତି ସୁଦ୍ଧା କିମ୍ବା ଶନିବାର ସୁଦ୍ଧା ମୁଖ୍ୟମନ୍ତ୍ରୀ ନାଁରେ ମୋହର ବାଜିପାରେ। ଏଥିପାଇଁ ଜନତା ମଇଦାନରେ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। କିନ୍ତୁ […] The post ଜଣାପଡିଲା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ! ଏଥିପାଇଁ ଧର୍ମେନ୍ଦ୍ର… appeared first on Dharitri Odia News.
ଭୁବନେଶ୍ୱର,୭।୬: ନିର୍ବାଚନ ସରିବା ପରେ ଭାରତୀୟ ଜନତା ପାର୍ଟି ଓଡ଼ିଶାରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେ ନେଇ ସସପେନ୍ସ ଲାଗି ରହିଛି। ତେବେ ଏହାର ଫାଇନାଲ ନିଷ୍ପତ୍ତି ପାଇଁ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ, ପୃଥିୀରାଜ ହରିଚନ୍ଦନଙ୍କ ସହିତ ଏମପିମାନେ ମଧ୍ୟରେ ଦିଲ୍ଲୀରେ ଡେରା ପକେଇଛନ୍ତି। ହୁଏତ ଶୁକ୍ରବାର ରାତି ସୁଦ୍ଧା କିମ୍ବା ଶନିବାର ସୁଦ୍ଧା ମୁଖ୍ୟମନ୍ତ୍ରୀ ନାଁରେ ମୋହର ବାଜିପାରେ। ଏଥିପାଇଁ ଜନତା ମଇଦାନରେ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଆରମ୍ଭ ହେଲାଣି। କିନ୍ତୁ ତା’ ପୂର୍ବରୁ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ବିଭିନ୍ନ ଆଲୋଚନା ଜାରି ରହିଛି।
ଚର୍ଚ୍ଚାରେ କିଛି ଏମପି ଓ ବିଧାୟକଙ୍କ ନାଁ ରହିଥିବାବେଳେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଅଭିଜ୍ଞତା ଏବଂ ଦକ୍ଷତା ଦୃଷ୍ଟିରୁ ସିଏମ ପୋଷ୍ଟ ପାଇଁ ଧର୍ମେନ୍ଦ୍ରଙ୍କ ଦାବିଦାରୀ ପକ୍କା କରୁଛି । ହେଲେ ଗିରୀଶ ମୁର୍ମୁ, ବୈଜୟନ୍ତ ପଣ୍ଡା, ପ୍ରତାପ ଷଡଙ୍ଗୀ, ଜୁଏଲ ଓରାମ, କେ.ଭି. ସିଂହ ଦେବ, ସୁରେଶ ପୂଜାରୀଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।
ରାଜ୍ୟରେ ଭାଜପା ମୁଖ୍ୟମନ୍ତ୍ରୀ ଶପଥ ନେବା ପାଇଁ ଜନତା ମଇଦାନରେ ପ୍ରସ୍ତୁତି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ ସମେତ ଅମିତ ଶାହ, ଜେ.ପି. ନଡ୍ଡା, ଓ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଯୋଗ ଦେବାର ରହିଛିି। ଆଉ ଏସବୁ ମଧ୍ୟରେ କିଏ ହେବ ମୁଖ୍ୟମନ୍ତ୍ରୀ ସେ ଚର୍ଚ୍ଚା ସବୁଠୁ ଅଧିକ ରହିଛି। ତେବେ ସିଏମ ରେସରେ ଆଗରେ ଅଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଭାଜପାର କେନ୍ଦ୍ରୀୟ ନେତୃତ୍ୱ ଧର୍ମେନ୍ଦ୍ରଙ୍କ ନାଁତ୍ରେ ମୋହର ମାରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ଧର୍ମେନ୍ଦ୍ରଙ୍କ ନାଁ ସବୁଠୁ ଆଗରେ ରହିବାର କାରଣ ହେଉଛି, ଓଡ଼ିଶାରେ ଜଣେ ଟାଣୁଆ ଚେହେରାକୁ ଆଗକୁ ଆଣିବା ପାଇଁ କେନ୍ଦ୍ରୀୟ ଭାଜପା ଯୋଜନା କରୁଛି। ଆଉ ଧର୍ମେନ୍ଦ୍ରଙ୍କ ନାଁ ଆଗରେ ରହିବାର କାରଣ ତାଙ୍କର ସାଙ୍ଗଠନିକ ଦକ୍ଷତା ଓ ଅଭିଜ୍ଞତା। ସଂଗଠନରୁ ଜନ୍ମ ନେଇଛନ୍ତି ଧର୍ମେନ୍ଦ୍ର। ଆରଏସଏସ ଓ ଏବିଭିପିରେ କାର୍ଯ୍ୟ କରିବାର ଅନୁଭୂତି ରହିଛି। ଓଡ଼ିଶାରେ ଭାଜପାକୁ ଆଗକୁ ନେବାର ଦକ୍ଷତା ତାଙ୍କର ରହିଛି। ଭାରତୀୟ ଯୁବମୋର୍ଚ୍ଚାରେ କାମ କରିଛନ୍ତି। ସେ ଓଡ଼ିଶାରେ ୨୦୦୦ରୁ ୨୦୦୪ ଯାଏଁ ବିଧାୟକ ରହିଥିବାବେଳେ ୨୦୦୪ରୁ ୨୦୦୯ ଏମପି ମଧ୍ୟ ରହିଛନ୍ତି। ଯୁବ ପିଧାୟକ ଭାବେ ବିଧାନସଭାରେ ପୁରସ୍କୃତ ମଧ୍ୟ ହୋଇଛନ୍ତି। ଶୀର୍ଷ ନେତୃତ୍ୱଙ୍କ ସହ ତାଙ୍କର ଘନିଷ୍ଠତା ସହ ତାଙ୍କ ଗୁଡ ଲିଷ୍ଟରେ ମଧ୍ୟ ଧର୍ମେନ୍ଦ୍ର ଅଛନ୍ତି। ଏଥିସହ ସେ ପୂର୍ବରୁ ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ରହି ଆସିଛନ୍ତି। ସବୁଠୁ ବଡ଼ କଥା ହେଲା ସେ ଓବିସି ବର୍ଗରୁ ଆସିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାରଙ୍କର ବଡ଼ ଦାୟିତ୍ୱରେ ଅଛନ୍ତି।
ଯଦି ଆମେ ପଛକୁ ଯାଇ ଦେଖିବା ତେବେ ଭାଜପା କ୍ଷମତାକୁ ଆସିବାର ମୂଳଦୁଆ ୨୦୧୭ ପଞ୍ଚାୟତ ନିର୍ବାଚନରେ ପଡିଥିଲା। ଆଉ ଏଥିରେ ଦଳ ବିପୁଳ ବିଜୟ ହାସଲ କରିଥିଲା। ଆଉ ଏହାକୁ ଯିଏ ରୂପରେଖ ଦେଇଥିଲେ ସେ ହେଲେ ଧର୍ମେନ୍ଦ୍ର ପ୍ରଧାନ। ସେ ଏହାର ପ୍ରଚ୍ଛଦ ପଟର ନାୟକ ସହ ରଣନୀତି ପ୍ରସ୍ତୁତ କରିଥିଲେ।
ସେପଟେ ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ କହିଛନ୍ତି, ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନେଇ ପାର୍ଲିଆମେଣ୍ଟାରି କମିଟି ନିଷ୍ପତ୍ତି ନେବ। ପାର୍ଲିଆମେଣ୍ଟାରୀ କମିଟି ଜଣେ ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି କରିବେ। ସେ ଓଡିଶା ଯିବେ ଓ ବିଧାୟକ ଦଳ ବୈଠକ ଡାକି ମୁଖ୍ୟମନ୍ତ୍ରୀ କିଏ ହେବେ ର୍ନିଣ୍ଣୟ ହେବ।
The post ଜଣାପଡିଲା ଓଡ଼ିଶାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ! ଏଥିପାଇଁ ଧର୍ମେନ୍ଦ୍ର… appeared first on Dharitri Odia News.