ଆଜି ରାଜ୍ୟରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା: ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୋହନ ସରକାର

ଭୁବନେଶ୍ୱର,୧୨।୯: ଆଜି ରାଜ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ କାର୍ଯ୍ୟକ୍ରମ ହେବ। ଖୁବ୍‌ଶୀଘ୍ର ରାଜ୍ୟରେ ୩୫ ହଜାର ଯୁବତୀଯୁବକଙ୍କୁ ଯୋଗାଇ ଦିଆଯିବ ନିଯୁକ୍ତି। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ। ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିଯୁକ୍ତି ସମ୍ପର୍କରେ ଡିସେମ୍ବର ସୁଦ୍ଧା […] The post ଆଜି ରାଜ୍ୟରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା: ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୋହନ ସରକାର appeared first on Dharitri Odia News.

ଆଜି ରାଜ୍ୟରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା: ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୋହନ ସରକାର

ଭୁବନେଶ୍ୱର,୧୨।୯: ଆଜି ରାଜ୍ୟରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକସେବା ଭବନ କନ୍‌ଭେନ୍‌ଶନ ସେଣ୍ଟରରେ କାର୍ଯ୍ୟକ୍ରମ ହେବ।

ଖୁବ୍‌ଶୀଘ୍ର ରାଜ୍ୟରେ ୩୫ ହଜାର ଯୁବତୀଯୁବକଙ୍କୁ ଯୋଗାଇ ଦିଆଯିବ ନିଯୁକ୍ତି। ବିଭିନ୍ନ ବିଭାଗରେ ଖାଲି ପଡିଥିବା ପଦବୀକୁ ଦେଖି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯିବ। ଖାଲି ପଡିଥିବା ପଦବୀ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପୂରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ନିଯୁକ୍ତି ସମ୍ପର୍କରେ ଡିସେମ୍ବର ସୁଦ୍ଧା ବିଜ୍ଞାପନ ପ୍ରକାଶ କରାଯିବ। ସୂଚନାଯୋଗ୍ୟ, ରାଜ୍ୟରେ ଖାଲିପଡିଥିବା ୧ ଲକ୍ଷ ୩୨ ହଜାର ୪୫୯ଟି ପଦବୀ ସରକାର ପୂରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।

ଅନ୍ୟପଟେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ବୈଠକର ଅଧ୍ୟକ୍ଷତାରେ କରିବେ। ସକାଳ ୧୦ଟାରେ ବୈଠକ ଅନୁଷ୍ଠିତ ହେବ। ବୈଠକରେ ବହୁ ପ୍ରସ୍ତାବ ଉପରେ ମୋହର ବାଜିପାରେ।

The post ଆଜି ରାଜ୍ୟରେ ଅନୁଷ୍ଠିତ ହେବ ନିଯୁକ୍ତି ମେଳା: ୪୬୭ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ଦେବେ ମୋହନ ସରକାର appeared first on Dharitri Odia News.