ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ
ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଶୁକ୍ରବାର ଅପିଲ୍ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା ପରିତ୍ୟାଗ ନ କରନ୍ତି, ତେବେ ଲାଲ୍ ଆତଙ୍କର ମୂଳୋତ୍ପାଟନ କରିବାକୁ ଅଭିଯାନ ଆରମ୍ଭ ହେବ ବୋଲି ଶାହା ଚେତାବନୀ ଦେଇଛନ୍ତି। ଶାହା ନିଜ ବାସଭବନରେ ଛତିଶଗଡ଼ ମାଓବାଦୀ ହିଂସାକାଣ୍ଡ ଘଟଣା ଉପରେ ଉଦ୍ବୋଧନ ଦେଇ କହିଥିଲେ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ ସେମାନଙ୍କର ଶେଷ ନିଃଶ୍ୱାସ ନେବେ। ସେମାନଙ୍କୁ […] The post ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ appeared first on Dharitri Odia News.
ନୂଆଦିଲ୍ଲୀ,୨୦ା୯: ମାଓବାଦୀମାନେ ସେମାନଙ୍କ ଅସ୍ତ୍ରଶସ୍ତ୍ର ତ୍ୟାଗକରି ଆତ୍ମସମର୍ପଣ କରିବା ନିମନ୍ତେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଶୁକ୍ରବାର ଅପିଲ୍ କରିଛନ୍ତି। ସେମାନେ ଯଦି ହିଂସାତ୍ମକ ପନ୍ଥା ପରିତ୍ୟାଗ ନ କରନ୍ତି, ତେବେ ଲାଲ୍ ଆତଙ୍କର ମୂଳୋତ୍ପାଟନ କରିବାକୁ ଅଭିଯାନ ଆରମ୍ଭ ହେବ ବୋଲି ଶାହା ଚେତାବନୀ ଦେଇଛନ୍ତି।
ଶାହା ନିଜ ବାସଭବନରେ ଛତିଶଗଡ଼ ମାଓବାଦୀ ହିଂସାକାଣ୍ଡ ଘଟଣା ଉପରେ ଉଦ୍ବୋଧନ ଦେଇ କହିଥିଲେ, ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ମାଓବାଦୀ ସେମାନଙ୍କର ଶେଷ ନିଃଶ୍ୱାସ ନେବେ। ସେମାନଙ୍କୁ ସମୂଳେ ବିନାଶ କରାଯିବ। ମାଓବାଦ ଉଭୟ ମାନବ ଜାତି ଏବଂ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ବିପଦ ବୋଲି ସ୍ବରାଷ୍ଟ୍ର ମନ୍ତ୍ରୀ କହିଛନ୍ତି।
The post ମାଓବାଦୀଙ୍କୁ ଅସ୍ତ୍ରତ୍ୟାଗ ପାଇଁ ଶାହାଙ୍କ ଆହ୍ବାନ appeared first on Dharitri Odia News.