ନଭେମ୍ବରରେ ଆରମ୍ଭ ହେବ ବିବାହ ଋତୁ, ପାର୍ବଣ ଭଳି ବିକ୍ରି ପାଇଁ ମାରୁତି ସୁଜୁକୀର ଟାର୍ଗେଟ

ନୂଆଦିଲ୍ଲୀ: ଅକ୍ଟୋବରରେ ରେକର୍ଡ ସଂଖ୍ୟକ କାର୍‌ ବିକ୍ରି ସହ ମାରୁତି ସୁଜୁକୀ ୧ ନମ୍ବର ସ୍ଥାନରେ ରହିଛି। ଆଉ ନଭେମ୍ବରରେ ମଧ୍ୟ ଏହି ଧାରା ବଜାୟ ରଖିବା ପାଇଁ କମ୍ପାନି ପ୍ରସ୍ତୁତି ଆରମ୍ଭ କରିଛି। ଖାସକରି ନଭେମ୍ବରରେ ବିବାହ ସିଜିନ ଆରମ୍ଭ ହେଉଥିବା ଏହି ସମୟରେ କାର୍‌ ବିକ୍ରିକୁ ନେଇ ବେଶ୍‌ ଉତ୍ସାହିତ ରହିଛି କମ୍ପାନି।କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କମ୍ପାନି ଅକ୍ଟୋବରରେ ୨, ୦୨, ୪୦୨ ୟୁନିଟ ରିଟେଲ ବିକ୍ରି କରିଛି। ଏହା ପୂର୍ବରୁ ୨୦୨୦ ଅକ୍ଟୋବରରେ ପାର୍ବଣ ସମୟରେ କମ୍ପାନି ସର୍ବାଧିକ ୧, ୯୧, ୪୭୬ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା।ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ ପାର୍ଥୋ ବାନାର୍ଜୀ କହିଛନ୍ତି ‘ନଭେମ୍ବର ଲକ୍ଷାଧିକ ବିବାହ ହେବା ନେଇ ଯୋଜନା ରହିଛି। ଏମିତିରେ ଆମେ ମଧ୍ୟ ଏହାକୁ ନେଇ ଉତ୍ସାହିତ ଅଛୁ। କାରଣ ଅକ୍ଟୋବରର ପ୍ରାୟ ୧୧ରୁ ୧୨ ଦିନ ବିବାହ ଦିନ ରହିଛି। ତେଣୁ ଏମିତିରେ ଗାଡ଼ି ବିକ୍ରି ଭଲ ହୋଇପାରେ। ସୂଚନାଥାଉକି, ଚଳିତ ବର୍ଷର ପାର୍ବଣ ଋତୁରେ କମ୍ପାନିର କାର୍ ବିକ୍ରିରେ ବୃଦ୍ଧି ହୋଇଥିବାବେଳେ, ଚଳିତ ଆର୍ଥିକ ବର୍ଷରେ କମ୍ପାନିରେ ସମୁଦାୟ ସେଲ୍‌ରେ ୪-୫% ବୃଦ୍ଧି ହେବା ନେଇ ଅନୁମାନ ରହିଛି।

ନଭେମ୍ବରରେ ଆରମ୍ଭ ହେବ ବିବାହ ଋତୁ, ପାର୍ବଣ ଭଳି ବିକ୍ରି ପାଇଁ ମାରୁତି ସୁଜୁକୀର ଟାର୍ଗେଟ

ନୂଆଦିଲ୍ଲୀ: ଅକ୍ଟୋବରରେ ରେକର୍ଡ ସଂଖ୍ୟକ କାର୍‌ ବିକ୍ରି ସହ ମାରୁତି ସୁଜୁକୀ ୧ ନମ୍ବର ସ୍ଥାନରେ ରହିଛି। ଆଉ ନଭେମ୍ବରରେ ମଧ୍ୟ ଏହି ଧାରା ବଜାୟ ରଖିବା ପାଇଁ କମ୍ପାନି ପ୍ରସ୍ତୁତି ଆରମ୍ଭ କରିଛି। ଖାସକରି ନଭେମ୍ବରରେ ବିବାହ ସିଜିନ ଆରମ୍ଭ ହେଉଥିବା ଏହି ସମୟରେ କାର୍‌ ବିକ୍ରିକୁ ନେଇ ବେଶ୍‌ ଉତ୍ସାହିତ ରହିଛି କମ୍ପାନି।

କମ୍ପାନିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, କମ୍ପାନି ଅକ୍ଟୋବରରେ ୨, ୦୨, ୪୦୨ ୟୁନିଟ ରିଟେଲ ବିକ୍ରି କରିଛି। ଏହା ପୂର୍ବରୁ ୨୦୨୦ ଅକ୍ଟୋବରରେ ପାର୍ବଣ ସମୟରେ କମ୍ପାନି ସର୍ବାଧିକ ୧, ୯୧, ୪୭୬ ୟୁନିଟ୍‌ ଗାଡ଼ି ବିକ୍ରି କରିଥିଲା।

ମାରୁତି ସୁଜୁକିର ବରିଷ୍ଠ କାର୍ଯ୍ୟକାରୀ ଅଧିକାରୀ ପାର୍ଥୋ ବାନାର୍ଜୀ କହିଛନ୍ତି ‘ନଭେମ୍ବର ଲକ୍ଷାଧିକ ବିବାହ ହେବା ନେଇ ଯୋଜନା ରହିଛି। ଏମିତିରେ ଆମେ ମଧ୍ୟ ଏହାକୁ ନେଇ ଉତ୍ସାହିତ ଅଛୁ। କାରଣ ଅକ୍ଟୋବରର ପ୍ରାୟ ୧୧ରୁ ୧୨ ଦିନ ବିବାହ ଦିନ ରହିଛି। ତେଣୁ ଏମିତିରେ ଗାଡ଼ି ବିକ୍ରି ଭଲ ହୋଇପାରେ। 

ସୂଚନାଥାଉକି, ଚଳିତ ବର୍ଷର ପାର୍ବଣ ଋତୁରେ କମ୍ପାନିର କାର୍ ବିକ୍ରିରେ ବୃଦ୍ଧି ହୋଇଥିବାବେଳେ, ଚଳିତ ଆର୍ଥିକ ବର୍ଷରେ କମ୍ପାନିରେ ସମୁଦାୟ ସେଲ୍‌ରେ ୪-୫% ବୃଦ୍ଧି ହେବା ନେଇ ଅନୁମାନ ରହିଛି।