ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ…
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ ଅତିବାହିତ କରିପାରିବ। ସେଭଳି ଗୋଟିଏ ବିଷୟ ହେଲା ବିଶ୍ୱାସ। ଚାଣକ୍ୟ କୁହନ୍ତି କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ତାଙ୍କୁ ପରଖି ନେବା ଉଚିତ। କାରଣ ଏହାଦ୍ୱାରା ଭବିଷ୍ୟତରେ ପ୍ରତାରିତ ହେବାରୁ ନିଜକୁ ରକ୍ଷା କରିହେବ। ତେବେ ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ରଖିବା ଉଚିତ। ଚାଣକ୍ୟ ଏହି ଶ୍ଲୋକରେ […] The post ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ… appeared first on Dharitri Odia News.
ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ବିଷୟରେ ଉଲ୍ଲେଖ କରାଯାଇଛି। ଏହାକୁ ମାନିଲେ ଯେକେହି ସଫଳ ଏବଂ ସୁଖୀ ଜୀବନ ଅତିବାହିତ କରିପାରିବ। ସେଭଳି ଗୋଟିଏ ବିଷୟ ହେଲା ବିଶ୍ୱାସ।
ଚାଣକ୍ୟ କୁହନ୍ତି କାହା ଉପରେ ବିଶ୍ୱାସ କରିବା ପୂର୍ବରୁ ତାଙ୍କୁ ପରଖି ନେବା ଉଚିତ। କାରଣ ଏହାଦ୍ୱାରା ଭବିଷ୍ୟତରେ ପ୍ରତାରିତ ହେବାରୁ ନିଜକୁ ରକ୍ଷା କରିହେବ। ତେବେ ଏଥିପାଇଁ ନିମ୍ନଲିଖିତ ବିଷୟରେ ଧ୍ୟାନ ରଖିବା ଉଚିତ।
ଚାଣକ୍ୟ ଏହି ଶ୍ଲୋକରେ କହିଛନ୍ତି, ଶୁଦ୍ଧ ସୁନାକୁ ପରଖିବା ପାଇଁ ଯେପରି ଘଷିବା, କାଟିବା, ନିଆଁରେ ତତାଇବା ଏବଂ ହାତୁଡ଼ି ପାହାର ଖାଇବାକୁ ପଡ଼ିଥାଏ, ସେହିଭଳି କୌଣସି ବ୍ୟକ୍ତିକୁ ପରଖିବା ପାଇଁ ତ୍ୟାଗ, ଗୁଣ, କର୍ମ ଏବଂ ଚରିତ୍ର ଭଳି ଚାରୋଟି କଥାକୁ ଧ୍ୟାନ ଦେବା ଉଚିତ।
-ତ୍ୟାଗର ଭାବନା: କୌଣସି ବ୍ୟକ୍ତି ଉପରେ ବିଶ୍ୱାସ କରିବା ପୂର୍ବରୁ ସେ ଅନ୍ୟପାଇଁ ତ୍ୟାଗ କରିଛନ୍ତି କି ନାହିଁ ଜାଣି ନିଅନ୍ତୁ। ଯଦି କେହି ଅନ୍ୟର ସୁଖ ପାଇଁ ନିଜର ସୁଖକୁ ତ୍ୟାଗ କରେ ତେବେ ସେଭଳି ବ୍ୟକ୍ତି ବିଶ୍ୱାସଯୋଗ୍ୟ
-ଚରିତ୍ର:ଯେଉଁ ଲୋକର ଚରିତ୍ର ଭଲ ସେ ଅନ୍ୟ ବିଷୟରେ କେବେହେଲେ ଖରାପ କଥା ଚିନ୍ତା କରନ୍ତି ନାହିଁ। ଏଭଳି ଲୋକ ଉପରେ ବିଶ୍ୱାସ କରିହୁଏ। ଅପରପକ୍ଷେ ଅନ୍ୟ ବିଷୟରେ ଖରାପ କଥା କହୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ ନୁହେଁ।
-ଗୁଣର ତୁଳନା: ଯେଉଁ ଲୋକଙ୍କ ମଧ୍ୟରେ କ୍ରୋଧ, ଆଳସ୍ୟ, ସ୍ବାର୍ଥ, ମିଥ୍ୟା ଏବଂ ଅହଙ୍କାର ଭଳି ଅବଗୁଣ ଥାଏ, ତାଙ୍କ ଉପରେ ବିଶ୍ୱାସ କରିବା ଉଚିତ ନୁହେଁ। ଯେଉଁଲୋକ ଶାନ୍ତ ସ୍ବଭାବର ଏବଂ ସତ୍ୟର ପଥରେ ଚାଲିଥାଏ ତାଙ୍କର ବିଶ୍ୱାସ କରନ୍ତୁ।
-କର୍ମକୁ ପରଖିବା: ଯେଉଁ ଲୋକ ନିଜ ସ୍ବାର୍ଥ ପାଇଁ କାହାକୁ ପ୍ରତାରିତ କରିପାରେ। ଲୋଭୀ ସ୍ବଭାବର ଏବଂ ମିଛ କହି ଧନ କମାଇଥାଏ, ସେଭଳି ଲୋକଙ୍କ ଉପରେ ଭରସା କରିବା ଉଚିତ ନୁହେଁ। ଏଣୁ କେବଳ ଭଲ କର୍ମ କରୁଥିବା ବ୍ୟକ୍ତିଙ୍କୁ ବିଶ୍ୱାସ କରିବା ଉଚିତ।
The post ଅନ୍ୟ ଉପରେ ସହଜରେ ବିଶ୍ୱାସ କରୁଛନ୍ତି କି? ମନେରଖନ୍ତୁ… appeared first on Dharitri Odia News.