ପାକିସ୍ତାନର ପୂର୍ବତନ ଅଧିନାୟକଙ୍କୁ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା
ନୂଆଦିଲ୍ଲୀ,୨୭।୬: ଟି -୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଭାରତୀୟ ଦଳ ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏକାଦଶ ସୁପର-୮ ମ୍ୟାଚରେ ଇଞ୍ଜାମାମ ଉଲ ହକ ଅର୍ଶଦୀପ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେମିଫାଇନାଲ ମ୍ୟାଚ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଅର୍ଶଦୀପ ସିଂଙ୍କୁ ସମର୍ଥନ କରି ଇଞ୍ଜାମାମଙ୍କୁ ମୁହଁତୋଢ ଉତ୍ତର ଦେଇଥିଲେ। ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ଇଞ୍ଜାମାମ […] The post ପାକିସ୍ତାନର ପୂର୍ବତନ ଅଧିନାୟକଙ୍କୁ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା appeared first on Dharitri Odia News.
ନୂଆଦିଲ୍ଲୀ,୨୭।୬: ଟି -୨୦ ବିଶ୍ୱକପ ୨୦୨୪ରେ ଭାରତୀୟ ଦଳ ବହୁତ ଭଲ ପ୍ରଦର୍ଶନ କରୁଛି। ଭାରତୀୟ ଦଳ ଆଜି ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ଖେଳିବ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଇଥିବା ଏକାଦଶ ସୁପର-୮ ମ୍ୟାଚରେ ଇଞ୍ଜାମାମ ଉଲ ହକ ଅର୍ଶଦୀପ ସିଂଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ସେମିଫାଇନାଲ ମ୍ୟାଚ ପୂର୍ବରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମା ଅର୍ଶଦୀପ ସିଂଙ୍କୁ ସମର୍ଥନ କରି ଇଞ୍ଜାମାମଙ୍କୁ ମୁହଁତୋଢ ଉତ୍ତର ଦେଇଥିଲେ।
ପାକିସ୍ତାନର କିମ୍ବଦନ୍ତୀ ଖେଳାଳି ଇଞ୍ଜାମାମ ଦାବି କରିଥିଲେ, ମ୍ୟାଚ ସମୟରେ ବଲରେ କିଛି ଟାମ୍ପରିଂ କରାଯାଇଥିଲା। ଫଳରେ ଅଷ୍ଟ୍ରେଲିଆର ଇନିଂସ ସମୟରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂ ରିଭର୍ସ ସୁଇଂ କରିବାରେ ସଫଳ ହୋଇଥିଲେ। ଯଦି ପାକିସ୍ତାନୀ ବୋଲରମାନେ ଏହା କରିଥାନ୍ତେ, ତେବେ ସବୁ ଜାଗାରେ ଉତ୍ତେଜନା ସୃଷ୍ଟି ହୋଇଥାନ୍ତା।
ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ଗ୍ରହଣ କରିବାକୁ ରୋହିତ ଶର୍ମା କୌଣସି ପ୍ରକାରେ ପ୍ରସ୍ତୁତ ନ ଥିଲେ। ରୋହିତ ଶର୍ମା କହିଛନ୍ତି, ମୁଁ ଏହାର କ’ଣ ଉତ୍ତର ଦେବି? ଯଦି ଆପଣ ଉଜ୍ଜ୍ୱଳ ସୂର୍ଯ୍ୟକିରଣରେ ଖେଳୁଛନ୍ତି ଏବଂ ଉଇକେଟ ଶୁଖିଲା, ତେବେ ବଲ ରିଭର୍ସ ସୁଇଂ ହେବ। ବଲ କେବଳ ଆମ ପାଇଁ ନୁହେଁ, ସବୁ ଦଳ ପାଇଁ ସ୍ବିଙ୍ଗ ହେଉଛି। ଯେଉଁମାନେ ଏଭଳି ଅଭିଯୋଗ କରୁଛନ୍ତି ସେମାନଙ୍କ ମନ ଖୋଲିବା ଜରୁରୀ। ବୁଝିବାକୁ ପଡ଼ିବ ଯେ, ଆମେ କେଉଁଠୁ ଏବେ ଖେଳୁଛୁ, ଆମେ ଏବେ ଇଂଲଣ୍ଡ କିମ୍ବା ଅଷ୍ଟ୍ରେଲିଆରେ ଖେଳୁନାହୁଁ।
The post ପାକିସ୍ତାନର ପୂର୍ବତନ ଅଧିନାୟକଙ୍କୁ ମୁହଁତୋଡ ଜବାବ ଦେଲେ ରୋହିତ ଶର୍ମା appeared first on Dharitri Odia News.