ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସେବାୟତଙ୍କ ପଦଯାତ୍ରା
ଭଦ୍ରକ,୧।୯(ସନାତନ ରାଉତ): ବାରିପଦା ଦେବୋତ୍ତର ବିଭାଗ ଓ ମନ୍ଦିର ସମସ୍ୟା ସମ୍ପର୍କରେ ମଠ, ମନ୍ଦିରର ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇବା ପାଇଁ ଗତ ଅଗଷ୍ଟ ୨୮ରୁ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ମନ୍ଦିର ଜମିକୁ ବିଭିନ୍ନ ସରକାରୀ ସଂସ୍ଥା ଓ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି। ଏହି ସମ୍ପତ୍ତିର ପୁନଃଉଦ୍ଧାର, ଠାକୁରଙ୍କ ବେଶ ପାଇଁ ରହିଥିବା ସୁନା ରୁପା ଅଳଙ୍କାର ଉପଯୁକ୍ତ ମରାମତି, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରରେ […] The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସେବାୟତଙ୍କ ପଦଯାତ୍ରା appeared first on Dharitri Odia News.
ଭଦ୍ରକ,୧।୯(ସନାତନ ରାଉତ): ବାରିପଦା ଦେବୋତ୍ତର ବିଭାଗ ଓ ମନ୍ଦିର ସମସ୍ୟା ସମ୍ପର୍କରେ ମଠ, ମନ୍ଦିରର ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ଜଣାଇବା ପାଇଁ ଗତ ଅଗଷ୍ଟ ୨୮ରୁ ପଦଯାତ୍ରାରେ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି।
ବାରିପଦାର ଶ୍ରୀ ଶ୍ରୀ ହରିବଳଦେବ ମନ୍ଦିର ଜମିକୁ ବିଭିନ୍ନ ସରକାରୀ ସଂସ୍ଥା ଓ କିଛି ମୁଷ୍ଟିମେୟ ଲୋକ ଜବରଦଖଲ କରିଛନ୍ତି। ଏହି ସମ୍ପତ୍ତିର ପୁନଃଉଦ୍ଧାର, ଠାକୁରଙ୍କ ବେଶ ପାଇଁ ରହିଥିବା ସୁନା ରୁପା ଅଳଙ୍କାର ଉପଯୁକ୍ତ ମରାମତି, ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରରେ ଛତିଶାନିଯୋଗ, ସେବାୟତମାନଙ୍କୁ ଠିକ୍ ପାଉଣା ମିଳୁ ନ ଥିବାରୁ ନୀତିନିୟମ ପରିଚାଳନାରେ ଅନିୟମିତତା, ମନ୍ଦିର ସୌନ୍ଦର୍ଯ୍ୟକରଣ, ଭକ୍ତଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା, ମନ୍ଦିରର ଆୟ ବୃଦ୍ଧି ପାଇଁ ଦେବୋତ୍ତର ଜମିରେ କଲ୍ୟାଣ ମଣ୍ଡପ ଓ ମାର୍କେଟ୍ କମ୍ପ୍ଲେକ୍ସର ବ୍ୟବସ୍ଥା, ଦେବୋତ୍ତର ବିଭାଗ ପରିଚାଳନା ନିମନ୍ତେ ସ୍ବତନ୍ତ୍ର ଅଫିସର ନିଯୁକ୍ତି ଆଦି ଦାବି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବା ପାଇଁ ପଦଯାତ୍ରାରେ ବାହାରଛି। ପଦଯାତ୍ରାରେ ବାହାରିଥିବା ସେବାୟତମାନେ ରବିବାର ଭଦ୍ରକରେ ପହଞ୍ଚତ୍ିବା ପରେ ବାଇପାସ୍ସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ବରିଷ୍ଠ ହିନ୍ଦୁ ସଙ୍ଗଠକ ମାନସ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେବାୟତମାନେ ଏହା ପ୍ରକାଶ କରିଛନ୍ତି। ଅରୁଣ କୁମାର ମିଶ୍ର ଓ କାମେଶ୍ୱର ତ୍ରିପାଠୀ ସମ୍ମିଳନୀକୁ ସମ୍ବୋଧିତ କରିଥିବା ବେଳେ ସ୍ଥାନୀୟ ହିନ୍ଦୁ ସଙ୍ଗଠନର ତପନ ମହାନ୍ତି, ଦଶରଥ ସାହୁ, ଧୀରେନ ନାୟକ, କ୍ଷୀତିଶ ରାଉତ, ସୁଶାନ୍ତ ସାହୁ, ରାଜୀବ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
The post ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ସେବାୟତଙ୍କ ପଦଯାତ୍ରା appeared first on Dharitri Odia News.