ଦମ୍ଦାର୍ କ୍ୟାମେରା ସହ ଲଞ୍ଚ ହେଲା Realme Narzo 70 Pro 5G , ପ୍ରୋସସର ବି ରହିଛି ଦମ୍ଦାର୍
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ରିୟଲମି ଭାରତରେ ଏହାର ନାର୍ଜୋ ୭୦ ପ୍ରୋ ୫ଜି (Realme Narzo 70 Pro 5G) ସ୍ମାର୍ଟଫୋନ୍ ଲଞ୍ଚ କରିଛି।କମ୍ପାନି ଅନୁଯାୟୀ, ଏହି ସ୍ମାର୍ଟଫୋନ୍ରେ ଗ୍ରାହକଙ୍କୁ ମିଳିବ ଦମ୍ଦାର୍ ପ୍ରୋସସର ଏବଂ କ୍ୟାମେରାର ମଜା।ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର୍ସ ହେବ ଦାମ୍। ଏଭଳି ରହିଛି ଫିଚର୍ସ:ଫୋନ୍ରେ ଫିଚର୍ସ ବିଷୟରେ କହିଲେ ଏହି ସ୍ମାର୍ଟଫୋନ୍ରେ ଗ୍ରାହକଙ୍କୁ ୧୨୦Hzର ରିଫ୍ରେଶ ରେଟ୍ ସହ ୬.୬୭ ଇଞ୍ଚ ଆମୋଲେଡ୍ ଡିସପ୍ଲେ ମିଳିବ। ଫୋନ୍ରେ ମିଡିଆଟେକ୍ ଡିମେନସିଟି ୭୦୫୦ ୫ଜି ପ୍ରୋସେସର ରହିଛି। ତେବେ ଫୋନ୍ର ସବୁଠୁ ଆକର୍ଷଣୀୟ ଫିଚର୍ସ ହେଉଛି ଏହାର ଟ୍ରିପଲ ରିୟର କ୍ୟାମେରା ସେଟଅପ୍। କାରଣ ଏହି ଫୋନ୍ରେ Sony IMX890 OIS ସେନ୍ସର ସହ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ଖାଲି ସେତିକି ନୁହେଁ ୮ ମେଗାପିକ୍ସଲର ଅଲ୍ଟ୍ରାଓ୍ବାଇଡ୍ ଏବଂ ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ରହିଛି।ସେହିଭଳି ଫୋନ୍ରେ ୧୬ମେଗାପିକ୍ସେଲର ସେଲ୍ଫି କ୍ୟାମେରା ରହିଛି। ଆହୁରି ମଧ୍ୟ ଫୋନ୍ରେ ୫ ହଜାର ଏମଏଏଚର ବ୍ୟାଟେରୀ ସହ ୬୭ ଓ୍ବାଟର ଫାଷ୍ଟ ଚାର୍ଜିଂ ସୁବିଧା ରହିଛି। ଫୋନ୍ ଗ୍ଲାସ୍ ଗ୍ରୀନ୍ ଏବଂ ଗ୍ଲାସ୍ ଗୋଲ୍ଡ କଲର୍ ଅପ୍ସନ ସହ କିଣିପାରିବେ ଗ୍ରାହକ।Realme Narzo 70 Pro 5G: ଦାମ୍ ଏବଂ ଭାରିଆଣ୍ଟ8GB RAM+ 128GB ଷ୍ଟୋରେଜ: ୧୯,୯୯
ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ରିୟଲମି ଭାରତରେ ଏହାର ନାର୍ଜୋ ୭୦ ପ୍ରୋ ୫ଜି (Realme Narzo 70 Pro 5G) ସ୍ମାର୍ଟଫୋନ୍ ଲଞ୍ଚ କରିଛି।କମ୍ପାନି ଅନୁଯାୟୀ, ଏହି ସ୍ମାର୍ଟଫୋନ୍ରେ ଗ୍ରାହକଙ୍କୁ ମିଳିବ ଦମ୍ଦାର୍ ପ୍ରୋସସର ଏବଂ କ୍ୟାମେରାର ମଜା।ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଏହାର ଫିଚର୍ସ ହେବ ଦାମ୍।
ଏଭଳି ରହିଛି ଫିଚର୍ସ:
ଫୋନ୍ରେ ଫିଚର୍ସ ବିଷୟରେ କହିଲେ ଏହି ସ୍ମାର୍ଟଫୋନ୍ରେ ଗ୍ରାହକଙ୍କୁ ୧୨୦Hzର ରିଫ୍ରେଶ ରେଟ୍ ସହ ୬.୬୭ ଇଞ୍ଚ ଆମୋଲେଡ୍ ଡିସପ୍ଲେ ମିଳିବ। ଫୋନ୍ରେ ମିଡିଆଟେକ୍ ଡିମେନସିଟି ୭୦୫୦ ୫ଜି ପ୍ରୋସେସର ରହିଛି। ତେବେ ଫୋନ୍ର ସବୁଠୁ ଆକର୍ଷଣୀୟ ଫିଚର୍ସ ହେଉଛି ଏହାର ଟ୍ରିପଲ ରିୟର କ୍ୟାମେରା ସେଟଅପ୍। କାରଣ ଏହି ଫୋନ୍ରେ Sony IMX890 OIS ସେନ୍ସର ସହ ୫୦ ମେଗାପିକ୍ସେଲର ପ୍ରାଇମେରୀ କ୍ୟାମେରା ରହିଛି। ଖାଲି ସେତିକି ନୁହେଁ ୮ ମେଗାପିକ୍ସଲର ଅଲ୍ଟ୍ରାଓ୍ବାଇଡ୍ ଏବଂ ୨ ମେଗାପିକ୍ସେଲର ମାକ୍ରୋ କ୍ୟାମେରା ରହିଛି।ସେହିଭଳି ଫୋନ୍ରେ ୧୬ମେଗାପିକ୍ସେଲର ସେଲ୍ଫି କ୍ୟାମେରା ରହିଛି। ଆହୁରି ମଧ୍ୟ ଫୋନ୍ରେ ୫ ହଜାର ଏମଏଏଚର ବ୍ୟାଟେରୀ ସହ ୬୭ ଓ୍ବାଟର ଫାଷ୍ଟ ଚାର୍ଜିଂ ସୁବିଧା ରହିଛି। ଫୋନ୍ ଗ୍ଲାସ୍ ଗ୍ରୀନ୍ ଏବଂ ଗ୍ଲାସ୍ ଗୋଲ୍ଡ କଲର୍ ଅପ୍ସନ ସହ କିଣିପାରିବେ ଗ୍ରାହକ।
Realme Narzo 70 Pro 5G: ଦାମ୍ ଏବଂ ଭାରିଆଣ୍ଟ
8GB RAM+ 128GB ଷ୍ଟୋରେଜ: ୧୯,୯୯୯ ଟଙ୍କା
8GB RAM+ 256GB ଷ୍ଟୋରେଜ: ୨୧,୯୯୯ ଟଙ୍କା
Realme Narzo 70 Pro 5G ସ୍ମାର୍ଟଫୋନ୍ର ଓପନ ସେଲ୍ ମାର୍ଚ୍ଚ ୨୨ରୁ ଆମାଜନରେ ଆରମ୍ଭ ହେବ।