କୋଲକାତା ବଳାତ୍କାର ମାମଲା: ଗିରଫ ହେଲେ ଆର୍.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ
କୋଲକାତା,୨।୯: କୋଲକାତା ବଳାତ୍କାର ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ସୋମବାର ଗିରଫ କରିଥିବା ସୂଚନା ମିଳିଛି। ନିକଟରେ ସିବିଆଇ ଏହି ମାମଲାରେ ଏକ ଏଫଆଇଆର୍ ପଞ୍ଜୀକୃତ କରିଥିଲା। କୋଲକାତାର ଆର୍.ଜି କର ମେଡିକାଲ କଲେଜକୁ ନେଇ ବିବାଦ ଲାଗି ରହିଛି। ଏଠାରେ ଅଗଷ୍ଟ ୯ରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହା ଏହି ମାମଲାରେ ସିବିଆଇ ତଦନ୍ତ […] The post କୋଲକାତା ବଳାତ୍କାର ମାମଲା: ଗିରଫ ହେଲେ ଆର୍.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ appeared first on Dharitri Odia News.
କୋଲକାତା,୨।୯: କୋଲକାତା ବଳାତ୍କାର ମାମଲାରେ ସିବିଆଇ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆର୍.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ସିବିଆଇ ସୋମବାର ଗିରଫ କରିଥିବା ସୂଚନା ମିଳିଛି। ନିକଟରେ ସିବିଆଇ ଏହି ମାମଲାରେ ଏକ ଏଫଆଇଆର୍ ପଞ୍ଜୀକୃତ କରିଥିଲା।
କୋଲକାତାର ଆର୍.ଜି କର ମେଡିକାଲ କଲେଜକୁ ନେଇ ବିବାଦ ଲାଗି ରହିଛି। ଏଠାରେ ଅଗଷ୍ଟ ୯ରେ ଜଣେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା। ଏହା ଏହି ମାମଲାରେ ସିବିଆଇ ତଦନ୍ତ କରୁଛି। ଏଥିରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଞ୍ଜୟ ରୟଙ୍କୁ ସିବିଆଇ ଗିରଫ କରିସାରିଛି।
ଏହି ଘଟଣାରେ ସନ୍ଦୀପ ଘୋଷଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠିଛି। ଲଗାତାର ଅନେକ ଦିନ ଧରି ସିବିଆଇ ତାଙ୍କୁ ପଚରାଉଚରା କରୁଥିଲା। ପଚରାଉଚରା ବେଳେ ସନ୍ଦୀପ ଘୋଷ କ୍ରମାଗତ ଭାବରେ ନିଜର ବିବୃତ୍ତି ପରିବର୍ତ୍ତନ କରୁଥିଲେ ଏବଂ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ବିବୃତ୍ତିରେ ସନ୍ତୁଷ୍ଟ ନଥିଲେ।
ଏହି ମାମଲାରେ ଅର୍ଥ ହେରଫେର ମଧ୍ୟ ଇଡି ଯାଞ୍ଚ କରିବ। ଏହି ପରିପ୍ରେକ୍ଷୀରେ,କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଅଧିକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ପ୍ରଥମ ସୂଚନା ରିପୋର୍ଟ (ଏଫଆଇଆର) ଆଧାରରେ ଇଡି ଇସିଆଇଆର ଦାଖଲ କରିବ। ଗତ ସପ୍ତାହରେ କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରିଛି।
The post କୋଲକାତା ବଳାତ୍କାର ମାମଲା: ଗିରଫ ହେଲେ ଆର୍.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ appeared first on Dharitri Odia News.