Video: ରାମଲୀଳାରେ ସୀତାଙ୍କୁ ଧୂମପାନ କରାଇ ଗିରଫ ହେଲେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର, ପାଞ୍ଚ ଛାତ୍ର

ପୁଣେ,୩।୨: ପୁଣେ ବିଶ୍ୱବିଦ୍ୟାଳୟର ରାମଲୀଳା ନାଟକ ପରିବେଶ ସମୟରେ ସୀତା ମାତାଙ୍କୁ ସିଗାରେଟ ଟଣାଇ ଗିରଫ ହୋଇଛନ୍ତି ଜଣେ ପ୍ରଫେସର ଏବଂ ପାଞ୍ଚ ଜଣ ଛାତ୍ର। ନାଟକ ପରିବେଷଣରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି। ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ର କାର୍ଯ୍ୟକର୍ତ୍ତା ତଥା ପୁଣେ ବିଶ୍ୱବିଦ୍ୟାଳୟର ଲଲିତ କାଲା କେନ୍ଦ୍ରର ଛାତ୍ରମାନେ ଶୁକ୍ରବାର ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିବା ନାଟକକୁ ନେଇ ପ୍ରତିବାଦ କରିଥିଲେ। ଆନୁଷ୍ଠାନିକ ଭାବେ […] The post Video: ରାମଲୀଳାରେ ସୀତାଙ୍କୁ ଧୂମପାନ କରାଇ ଗିରଫ ହେଲେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର, ପାଞ୍ଚ ଛାତ୍ର appeared first on Dharitri Odia News.

Video: ରାମଲୀଳାରେ ସୀତାଙ୍କୁ ଧୂମପାନ କରାଇ ଗିରଫ ହେଲେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର, ପାଞ୍ଚ ଛାତ୍ର

ପୁଣେ,୩।୨: ପୁଣେ ବିଶ୍ୱବିଦ୍ୟାଳୟର ରାମଲୀଳା ନାଟକ ପରିବେଶ ସମୟରେ ସୀତା ମାତାଙ୍କୁ ସିଗାରେଟ ଟଣାଇ ଗିରଫ ହୋଇଛନ୍ତି ଜଣେ ପ୍ରଫେସର ଏବଂ ପାଞ୍ଚ ଜଣ ଛାତ୍ର। ନାଟକ ପରିବେଷଣରେ ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି।

ଅଖିଳ ଭାରତୀୟ ବିଦ୍ୟା ପରିଷଦ (ଏବିଭିପି) ର କାର୍ଯ୍ୟକର୍ତ୍ତା ତଥା ପୁଣେ ବିଶ୍ୱବିଦ୍ୟାଳୟର ଲଲିତ କାଲା କେନ୍ଦ୍ରର ଛାତ୍ରମାନେ ଶୁକ୍ରବାର ସନ୍ଧ୍ୟାରେ ମଞ୍ଚସ୍ଥ ହୋଇଥିବା ନାଟକକୁ ନେଇ ପ୍ରତିବାଦ କରିଥିଲେ। ଆନୁଷ୍ଠାନିକ ଭାବେ ସେଣ୍ଟର ଫର ପର୍ଫମିଂ ଆର୍ଟ କୁହାଯାଉଥିବା ଲଲିତ କାଲା କେନ୍ଦ୍ରର ଏହି ନାଟକ ‘ରାମଲେଲା’ରେ ବିଭିନ୍ନ ଭୂମିକାରେ ଅଭିନୟ କରୁଥିବା କଳାକାରଙ୍କ ବ୍ୟାକଷ୍ଟେଜ୍ ବ୍ୟବହାର ଉପରେ ଆଧାରିତ ଥିଲା।

ଏବିଭିପି କାର୍ଯ୍ୟକାରି ହର୍ଷବର୍ଦ୍ଧନ ହରପୁଡେ ଦେଇଥିବା ଅଭିଯୋଗକୁ ଭିତ୍ତି କରି ଧାରା ୨୯୫(ଏ) (କୌଣସି ଶ୍ରେଣୀର ଧାର୍ମିକ ଭାବନାକୁ କ୍ରୋଧିତ କରିବା ଉଦ୍ଦେଶ୍ୟମୂଳକ ତଥା ମନ୍ଦ ଉଦ୍ଦେଶ୍ୟ) ଏବଂ ଭାରତୀୟ ଦଣ୍ଡବିଧି ଆଇନର ଅନ୍ୟାନ୍ୟ ପ୍ରଯୁଜ୍ୟ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିଲା।

ସେ କହିଛନ୍ତି ଲଲିତ କାଲା କେନ୍ଦ୍ର ବିଭାଗର ମୁଖ୍ୟ ଡ. ପ୍ରବୀଣ ଭୋଲେ ଏବଂ ଛାତ୍ର ଭବଶ ପାଟିଲ, ଜୟ ପେଡନେକର, ପ୍ରଥାମେଶ ସାୱନ୍ତ, ଋଷିକେଶ ଡାଲଭି ଏବଂ ୟଶ ଚିଖଲେଙ୍କୁ ପୋଲିସ ଗିରଫ କରିଛି।

ଦାଖଲ ହୋଇଥିବା ମାମଲା ଅନୁଯାୟୀ, ନାଟକରେ ସୀତାଙ୍କୁ ଚରିତ୍ର ପରିବେଶହନା କରୁଥିବା ଜଣେ ପୁରୁଷ କଳାକାର ସିଗାରେଟ୍ ଟାଣୁଥିବା ଏବଂ ଅଶାଳୀନ ଭାଷା ବ୍ୟବହାର କରୁଥିବା ଦେଖାଯାଇଥିଲା। ଏହାର ପ୍ରତିବାଦ କରି ଯେତେବେଳେ ଏବିଭିପିର ସଦସ୍ୟମାନେ ପ୍ରଦର୍ଶନ ବନ୍ଦ କରିଥିଲେ, ସେତେବେଳେ କଳାକାରମାନେ ସେମାନଙ୍କୁ ଆକ୍ରମଣ କରିଥିଲେ।

The post Video: ରାମଲୀଳାରେ ସୀତାଙ୍କୁ ଧୂମପାନ କରାଇ ଗିରଫ ହେଲେ ପୁଣେ ବିଶ୍ୱବିଦ୍ୟାଳୟର ପ୍ରଫେସର, ପାଞ୍ଚ ଛାତ୍ର appeared first on Dharitri Odia News.