ଗଙ୍ଗାଜଳ ଛିଞ୍ଚି ବିଧାନସଭାରେ ପ୍ରବେଶ କଲେ ବିଜେଡି ସଦସ୍ୟ
ଭୁବନେଶ୍ୱର : ବିଧାନସଭାରେ ରୋଚକ ଦୃଶ୍ୟ । ଗଙ୍ଗା ଜଳ ଛିଞ୍ଚି ବିଧାନସଭା ଭିତରକୁ ପ୍ରବେଶ କଲେ ବିଜେଡି ସଦସ୍ୟ । ବିଧାନସଭାରେ କେବେ ପୋଲିସ ପଶିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ବିଧାନସଭାରେ ପୋଲିସ ପଶିବାରୁ ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ । ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ […]

ଭୁବନେଶ୍ୱର : ବିଧାନସଭାରେ ରୋଚକ ଦୃଶ୍ୟ । ଗଙ୍ଗା ଜଳ ଛିଞ୍ଚି ବିଧାନସଭା ଭିତରକୁ ପ୍ରବେଶ କଲେ ବିଜେଡି ସଦସ୍ୟ । ବିଧାନସଭାରେ କେବେ ପୋଲିସ ପଶିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ବିଧାନସଭାରେ ପୋଲିସ ପଶିବାରୁ ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ ।
ପ୍ରଶ୍ନକାଳରେ ବିଜେଡିର କିଛି ବିଧାୟକ ହାତରେ କଳସ ଧରିଗୃହ ମଧ୍ୟରେ ଗଙ୍ଗା ଜଳ ପକେଇଥିଲେ । ବିଜେଡି ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ଅନୁରୋଧ କରିଥିଲେ ଗୃହ ଭିତରକୁ କଳସ ଧରି ନ ଆସିବା ପାଇଁ । ଯାହା ପରେ ବିଜେଡିର ବିଧାୟକ ମାନେ ବାହାରକୁ ଚାଲି ଯାଇଥିଲେ ।
ଏହାକୁ ବିରୋଧ କରି ରାଜସ୍ୱ ମନ୍ତ୍ରୀ କହିଥିଲେ, ଏହି ଗୃହ ଏକ ସ୍ଥାୟୀ ଓ ପବିତ୍ର ଗୃହ । କୌଣସି କାର୍ଯ୍ୟପକ୍ଷ ହେଉ କି ପ୍ରତିପକ୍ଷ ହେଉ ଏଭଳି କାର୍ଯ୍ୟ ନାହିଁ ଯାହା ଗୃହକୁ ଅପବିତ୍ର କରିବ । ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ଠିକଠାକ ହେଉ । ଗୃହ ସେଥିରେ ଲାଭାନିତ୍ୱ ହେବ ।
ସୂଚନାନୁସାରେ, ଗତକାଲି ଲୋୟର ପିଏମଜି ଠାରୁ ଆରମ୍ଭ କରି ବିଧାନସଭା ସାମ୍ନା ଯାଏଁ ଦେଖିବାକୁ ମିଳିଥିଲା କଂଗ୍ରେସ ନେତାଙ୍କର ପ୍ରତିବାଦ ଓ ରାଲି । କଂଗ୍ରେସ ଦଳ ସହ ଯୋଗ ଦେଇଥିଲା ବିଜେଡି । ଦୁଇ ଦଳର ନେତା ଓ ବିଧାୟକ ମିଶି ବିଧାନସଭା ଭିତରକୁ ଧସେଇ ପଶିବା ସହ ସାମ୍ନାରେ ଧାରଣାରେ ବସିଥିଲେ । ସେମାନଙ୍କ ମଧ୍ୟରୁ ଅନେକ ବିଧାୟକଙ୍କୁ ପୋଲିସ ଉଠାଇନେଇଥିଲା ।
୧୪ କଂଗ୍ରେସ ବିଧାୟକଙ୍କ ନିଲମ୍ବନ ପରେ ଆଜି ସ୍ଥିତି ସାଂଘାତିକ ଦେଖିବାକୁ ମିଳିଛି । ବିଧାନସଭାରେ ପ୍ରବେଶ ପାଇଁ କଂଗ୍ରେସ ବିଧାୟକ-ପୁଲିସ ମୁହାଁମୁହିଁ ହୋଇଥିଲେ । ରଣକ୍ଷେତ୍ର ପାଲଟିଲା ବିଧାନସଭା ସମ୍ମୁଖ ।
ଅନ୍ୟପଟେ ବଜେଟ ଅଧିବେଶନ କାଳରେ ବିରୋଧୀ ଦଳର ଦାବି ରଖୁନାହାନ୍ତି ସରକାର। ବିଧାୟକମାନଙ୍କ କଣ୍ଠରୋଧ କରାଯାଇଛି ବୋଲି ଅଭିଯୋଗ କରୁଛି ବିଜେଡି।