ଦୀପାଳି ଦାସଙ୍କ ଆବେଦନ ଗ୍ରହଣ କଲେ ନିର୍ବାଚନ କମିଶନ
ଭୁବନେଶ୍ୱର : ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କ ଆବେଦନ ଗୃହୀତ । ୨୦୨୪ ନିର୍ବାଚନରେ ଝାରସୁଗୁଡ଼ାରେ ଇଭିଏମ୍ ହେରଫେର ପ୍ରସଙ୍ଗରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଆଜି ସକାଳ ୯ ଟା ବେଳେ ମଙ୍ଗଳ ବଜାରଠାରେ ଦୀପାଳି ଦାସ ସୂଚନା ଦେଇଛନ୍ତି । ଝାରସୁଗୁଡା ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ଦୀପାଳି ଦାସ । ଯାହାକୁ ନେଇ ସେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ […]

ଭୁବନେଶ୍ୱର : ଝାରସୁଗୁଡା ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଳି ଦାସଙ୍କ ଆବେଦନ ଗୃହୀତ । ୨୦୨୪ ନିର୍ବାଚନରେ ଝାରସୁଗୁଡ଼ାରେ ଇଭିଏମ୍ ହେରଫେର ପ୍ରସଙ୍ଗରେ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ । ଆଜି ସକାଳ ୯ ଟା ବେଳେ ମଙ୍ଗଳ ବଜାରଠାରେ ଦୀପାଳି ଦାସ ସୂଚନା ଦେଇଛନ୍ତି । ଝାରସୁଗୁଡା ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ଦୀପାଳି ଦାସ । ଯାହାକୁ ନେଇ ସେ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଆବେଦନ ଗ୍ରହଣ ପରେ ଏବେ ପୁନଃ ଯାଞ୍ଚ ହେବ ୧୩ଟି ମତଦାନ କେନ୍ଦ୍ରର ଇଭିଏମ୍। ଏନେଇ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସେ ଯାଞ୍ଚ ପାଇଁ ଆବେଦନ କରିଥିଲେ। ଆଜି ତାଙ୍କ ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ ଆୟୋଗ।
ସୂଚନାନୁସାରେ,ଚଳିତ ନିର୍ବାଚନରେ ଝାରସୁଗୁଡା ବିଧାନସଭା ଆସନରୁ ବିଧାୟିକା ଭାବରେ ଲଢୁଥିଲେ ଦୀପାଳି ଦାସ । ସେ ମାତ୍ର ୧୩୩୩ ଖଣ୍ଡ ଭୋଟରେ ବିଜେପି ବିଧାୟକ ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ପରାସ୍ତ ହୋଇଥିଲେ । ତେବେ ନିର୍ବାଚନ ଫଳାଫଳକୁ ନେଇ ଅସନ୍ତୁଷ୍ଟ ଥିଲେ ଦୀପାଳି ।