ସାମ୍ବାଦିକା ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ
ଭୁବନେଶ୍ୱର,୧ା୮: ସାମ୍ବାଦିକା ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ। ଶ୍ରୀଧରଙ୍କୁ ଧଉଳି ଥାନା ଇନ୍ଦିରା କଲୋନୀସ୍ଥିତ ଭଡ଼ାଘରକୁ ନେଇ ପୋଲିସ୍ ଛାନ୍ଭିନ୍ ଚଳାଇଛି। ତେବେଭଡ଼ା ଘରୁ ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଡାଏରୀ ଜବତ କରି ପୋଲିସ ତନାଘନା ଚଳାଇଛି। ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ […] The post ସାମ୍ବାଦିକା ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ appeared first on Dharitri Odia News.
ଭୁବନେଶ୍ୱର,୧ା୮: ସାମ୍ବାଦିକା ମଧୁମିତାଙ୍କ ସ୍ବାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ଆଣି ପଚରାଉଚରା କରୁଛି ପୋଲିସ। ଶ୍ରୀଧରଙ୍କୁ ଧଉଳି ଥାନା ଇନ୍ଦିରା କଲୋନୀସ୍ଥିତ ଭଡ଼ାଘରକୁ ନେଇ ପୋଲିସ୍ ଛାନ୍ଭିନ୍ ଚଳାଇଛି। ତେବେଭଡ଼ା ଘରୁ ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ ହୋଇଛି। ଡାଏରୀ ଜବତ କରି ପୋଲିସ ତନାଘନା ଚଳାଇଛି।
ଭୁବନେଶ୍ୱରରେ ଏକ ୱେବ ଚ୍ୟାନେଲରେ କାମ କରୁଥିବା ମଧୁମିତା ଭୁବନେଶ୍ୱରର ସାମନ୍ତରାପୁରରେ ରହୁଥିବା ଭଞ୍ଜନଗରର ଶ୍ରୀଧରଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟ ୫ ବର୍ଷର ପ୍ରେମ ସମ୍ପର୍କ ରହିବା ପରେ ଗତ ମାର୍ଚ୍ଚ ୧ ତାରିଖରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ମୃତ୍ୟୁ ପୂର୍ବରୁ ମଧୁମିତାଙ୍କ ଶେଷ ଭିଡିଓ ଏବେ ଭାଇରାଲ ହେଉଛି। ମଧୁମିତାଙ୍କ ମୃତଦେହ ବାପୁଜୀ ନଗର ରେଳ ଧାରଣା ନିକଟରୁ ଉଦ୍ଧାର କରାଯାଇଥିଲା।
ସ୍ବାମୀଙ୍କ ପରକୀୟା ପ୍ରୀତି ଯୋଗୁ ମଧୁମିତା ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଶ୍ରୀଧରଙ୍କୁ ଧଉଳି ଥାନା ପୋଲିସ ଗିରଫ କରିଥିଲା।
The post ସାମ୍ବାଦିକା ମଧୁମିତାଙ୍କ ହାତଲେଖା ସୁଇସାଇଡ୍ ନୋଟ୍ ଜବତ appeared first on Dharitri Odia News.