ରାଉରକେଲାରେ ଭୋଲ୍‌ଟାସର ପ୍ରଥମ ବ୍ରାଣ୍ଡ୍‌ ଶପ୍‌

ଭୁବନେଶ୍ୱର,୧୩।୧(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଭୋଲ୍‌ଟାସ ଲିମିଟେଡ୍‌ର ନ୍ୟୁ ବ୍ରାଣ୍ଡ୍‌ ଶପ୍‌ ରାଉରକେଲାଠରେ ଉଦ୍‌ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ବି.କେ. ରିଟେଲ୍ସ ଆନୁକୂଲ୍ୟରେ ବୁଧବାର ରାଉରକେଲାର ଫର୍ଟିଲାଇଜର ଟାଉନଶିପ ଇ ବ୍ଲକ୍‌ ମାର୍କେଟଠାରେ ଆନୁଷ୍ଠାନିକ ଭାବେ ଉକ୍ତ ଶପର ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୋଲ୍‌ଟାସ୍‌ର ଆଞ୍ଚଳିକ ମୁଖ୍ୟ ଇଷ୍ଟ-୨ ମାନସ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଅଧିକାରୀ, […] The post ରାଉରକେଲାରେ ଭୋଲ୍‌ଟାସର ପ୍ରଥମ ବ୍ରାଣ୍ଡ୍‌ ଶପ୍‌ appeared first on Dharitri Odia News.

ରାଉରକେଲାରେ ଭୋଲ୍‌ଟାସର ପ୍ରଥମ ବ୍ରାଣ୍ଡ୍‌ ଶପ୍‌

ଭୁବନେଶ୍ୱର,୧୩।୧(ଅନୁରାଧା ମହାରଣା): ଦେଶର ଅଗ୍ରଣୀ ଘରୋଇ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଭୋଲ୍‌ଟାସ ଲିମିଟେଡ୍‌ର ନ୍ୟୁ ବ୍ରାଣ୍ଡ୍‌ ଶପ୍‌ ରାଉରକେଲାଠରେ ଉଦ୍‌ଘାଟିତ ହୋଇଯାଇଛି। କମ୍ପାନୀର ସ୍ବୀକୃତିପ୍ରାପ୍ତ ବି.କେ. ରିଟେଲ୍ସ ଆନୁକୂଲ୍ୟରେ ବୁଧବାର ରାଉରକେଲାର ଫର୍ଟିଲାଇଜର ଟାଉନଶିପ ଇ ବ୍ଲକ୍‌ ମାର୍କେଟଠାରେ ଆନୁଷ୍ଠାନିକ ଭାବେ ଉକ୍ତ ଶପର ଆରମ୍ଭ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭୋଲ୍‌ଟାସ୍‌ର ଆଞ୍ଚଳିକ ମୁଖ୍ୟ ଇଷ୍ଟ-୨ ମାନସ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ କମ୍ପାନୀର ଅଧିକାରୀ, ଆଉଟ୍‌ଲେଟର ସ୍ବତ୍ୱାଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ରାଜ୍ୟରେ ଭୋଲ୍‌ଟାସ୍‌ର ଏହା ୧୮ତମ ବ୍ରାଣ୍ଡ୍‌ ଶପ୍‌ ହୋଇଥିବା ବେଳେ ସମଗ୍ର ଦେଶରେ ଭୋଲ୍ଟାସ୍‌ର ୩୦୦ରୁ ଅଧିକ ଆଉଟ୍‌ଲେଟ୍‌ ରହିଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏଠାରେ ଭୋଲ୍ଟାସ୍‌ ଏବଂ ଭୋଲ୍ଟାସ୍‌ ବେକୋରର ସମସ୍ତ ଉପତ୍ାଦ ଉପଲବ୍ଧ। ଭୋଲ୍ଟାସ୍‌୍‌ର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ ବକ୍ସି କହିଛନ୍ତି, ଗ୍ରାହକଙ୍କ ଚାହିଦାକୁ ସର୍ବଦା ଗୁରୁତ୍ୱ ଦେଇଆସୁଥିବା ଭୋଲ୍ଟାସ୍‌ର ଏହି ନୂଆ ଆଉଟ୍‌ଲେଟ୍‌ ଗୋଟିଏ ଛାତ ତଳେ ସମସ୍ତ ଉପକରଣ ଯୋଗାଇଦେବ।

The post ରାଉରକେଲାରେ ଭୋଲ୍‌ଟାସର ପ୍ରଥମ ବ୍ରାଣ୍ଡ୍‌ ଶପ୍‌ appeared first on Dharitri Odia News.