ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope

ମେଷ ଆର୍ଥିକ ଉନ୍ନତି ସହ କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନ ପ୍ରଭୃତିରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମରେ ବ୍ୟତିକ୍ରମକୁ ସମାଧାନ କରିପାରିବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତି ଦେଖାଦେଇପାରେ। ବୃଷ ଶାରୀରିକ ଦୁର୍ବଳତା ଦୂରେଇଯିବାର ଅନୁଭବ କରିବେ ଓ ବନ୍ଧୁମାନଙ୍କ ସହାନୁଭୂତି ମଧ୍ୟ ପାଇବେ। ରବିଙ୍କ ସ୍ଥିତିରୁ ପାରିବାରିକ ସ୍ଥିତିରେ ଉନ୍ନତିର ଆଶା କରାଯାଇପାରେ। ସଚ୍ଚୋଟତା ଓ କର୍ମଦକ୍ଷତା ହେତୁ […] The post ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope
ମେଷ
ଆର୍ଥିକ ଉନ୍ନତି ସହ କୌଣସି ନୂଆ କାମଟିଏ ଆରମ୍ଭ କରିବା ସକାଶେ ଯୋଜନା କରିବେ। ଯାନବାହନ, ପାରିବାରିକ ସମ୍ପର୍କ, ହୋଟେଲ ଶିଳ୍ପ, ଛୋଟ ଦୋକାନ ପ୍ରଭୃତିରୁ ସୁଫଳ ମିଳିବ। ଆନୁଷ୍ଠାନିକ କାମରେ ବ୍ୟତିକ୍ରମକୁ ସମାଧାନ କରିପାରିବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ନେଇ ସହମତି ଦେଖାଦେଇପାରେ।
ବୃଷ
ବୃଷ
ଶାରୀରିକ ଦୁର୍ବଳତା ଦୂରେଇଯିବାର ଅନୁଭବ କରିବେ ଓ ବନ୍ଧୁମାନଙ୍କ ସହାନୁଭୂତି ମଧ୍ୟ ପାଇବେ। ରବିଙ୍କ ସ୍ଥିତିରୁ ପାରିବାରିକ ସ୍ଥିତିରେ ଉନ୍ନତିର ଆଶା କରାଯାଇପାରେ। ସଚ୍ଚୋଟତା ଓ କର୍ମଦକ୍ଷତା ହେତୁ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ସାଧାରଣ କଥାକୁ କେନ୍ଦ୍ରକରି ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
ମିଥୁନ
ମିଥୁନ
ନୂଆ ଯୋଜନା ମାଧ୍ୟମରେ ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ମିଳିବ। ପୂର୍ବାହ୍ନରେ କିଛି ଦିନ ହେଲା ଥିବା ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବା ସୂଚନା ରହିଛି। ବସ୍ତ୍ର ଓ ଅଳଙ୍କାର, ଔଷଧପତ୍ର କିମ୍ବା ସୌଖୀନ ଦ୍ରବ୍ୟ କ୍ରୟ କରିବା କ୍ଷେତ୍ରରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଆଜିର ଗ୍ରହସ୍ଥିତି ଅନ୍ୟମାନଙ୍କ ସହ ମିଳିମିଶି କାମ କରିବାର ସୁଯୋଗ ଲାଭକରି ଖୁସି ରହିବେ। ଭାଙ୍ଗିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ଅର୍ଥ ଓ ସମ୍ମାନ ବୃଦ୍ଧି ପାଇଁ ଚେଷ୍ଟିତ ହେବେ ଏବଂ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିପାରନ୍ତି। ମାଲିମକଦ୍ଦମାରେ ସଫଳତା ପାଇବା ସହ ଶିକ୍ଷା, ଗବେଷଣା, ପରୀକ୍ଷାରେ ସଫଳତା ମିଳିବ।
ସି˚ହ
ସି˚ହ
ଅନ୍ୟମାନଙ୍କଠାରୁ କିଛି ଖବର ଶୁଣି କିମ୍ବା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ। କାର୍ଯ୍ୟବ୍ୟସ୍ତତାଜନିତ ପରିବାର ତଥା ପିଲାମାନଙ୍କୁ ସମୟ ଦେଇପାରିବେ ନାହିଁ। ରାଜନୈତିକ ପରିସ୍ଥିତି, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସଂକଟ ସ୍ଥିତି ଉପୁଜିପାରେ। ଗୃହସୀମା କିମ୍ବା ଜମିଜମାର ବିବାଦୀୟ ଘଟଣା ଅମୀମାଂସିତ ରହିବ।
କନ୍ୟା
ପରିବାରର ଖର୍ଚ୍ଚ ବୃଦ୍ଧି ମାନସିକ ଅସ୍ଥିରତା ସୃଷ୍ଟି କରିବ। ପରୋକ୍ଷ ଶତ୍ରୁତା ସହ ସ୍ବାସ୍ଥ୍ୟହାନି ଓ ଋଣ ପରିଶୋଧର ଚିନ୍ତା ମନକୁ ଘାରିପାରେ। କର୍ମକ୍ଷେତ୍ରରେ ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ କଲେ ମଧ୍ୟ ସମର୍ଥନ ପାଇବେ ନାହିଁ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଆକସ୍ମିକ ଭାବରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
ହିତୈଷୀଙ୍କ ପରାମର୍ଶ ଅନୁଯାୟୀ କର୍ମାରମ୍ଭ ଚିନ୍ତା କରିପାରନ୍ତି। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କଲେ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିଲେ ମଧ୍ୟ କଳା, ସାହିତ୍ୟ, ସଙ୍ଗୀତ ଓ ସଭାସମିତିରେ ସୁନାମ ମିଳିବ। ସାମାଜିକ ସ୍ତରରେ ସେବା ଓ ସହଯୋଗଜନିତ ସୁନାମ ଅର୍ଜନ କରିବେ।
ବିଛା
ବିଛା
ଆଜି ଅନୁରାଧା ନକ୍ଷତ୍ର ସଭାସମିତିରେ ଫଳପ୍ରଦ ଆଲୋଚନା କରିବେ, ଯାହାକି ବହୁଜନାଦୃତ ହେବ। ନିକଟରୁ ଦୂରରେ ରହି ପରିବାରର ଅପ୍ରୀତିଭାଜନ ହେବାକୁ ପଡ଼ିପାରେ। ଆଜିର ଯାତ୍ରା, ପ୍ରକଳ୍ପାରମ୍ଭ, ବ୍ୟବସାୟ ଓ ପରିବହନରେ ସମସ୍ୟାଗ୍ରସ୍ତ ହେବେ। ଉପସ୍ଥିତ ବୁଦ୍ଧିରେ କାମ ହାସଲ ସହ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ।
ଧନୁ
ଧନୁ
ଆଜି ଆୟ ଅପେକ୍ଷା ବ୍ୟୟ ବହୁଗୁଣିତ ହୋଇପାରେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ଯାହାକି କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହେବାରେ ସାହାଯ୍ୟ କରିବ। ମାଙ୍ଗଳିକ କାମ ସକାଶେ ଗୃହସଜ୍ଜା ପ୍ରତି ଆଗ୍ରହ ବଢ଼ିପାରେ। ପରିବାର, ଲୋକସମ୍ପର୍କ, ବାଣିଜ୍ୟ, ବ୍ୟବସାୟ ଓ ଯାତ୍ରା ଗତାନୁଗତିକ ରୀତିରେ ଗଡ଼ିଚାଲିବ।
ମକର
ମକର
ଆଜିର ଯାତ୍ରା ସମୟରେ ଟଙ୍କା, ପଇସା କିମ୍ବା କାଗଜପତ୍ର ହଜିଯାଇପାରେ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ପାରିବାରିକ ଜୀବନଚର୍ଯ୍ୟା ସମସ୍ୟାବହୁଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଆହ୍ବାନରେ ଆନୁଷ୍ଠାନିକ କାମରେ ସଫଳତା ଦିଗକୁ ମନ ବଳାଇବେ। ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଆଜି ମନ ଜାଣିଲା ଭଳି କଥା ଓ କାମ କରି ବନ୍ଧୁ, ପରିଜନଙ୍କ ପ୍ରଶଂସାର ପାତ୍ର ହେବେ। ପରିବହନ ଓ ବ୍ୟବସାୟରେ ଶିଥିଳତା ଦେଖାଦେବ। ରପ୍ତାନି ବାଣିଜ୍ୟରେ କ୍ଷତି ଆଶଙ୍କା ରହିଛି। ପାରିବାରିକ କ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ। ଆବଶ୍ୟକତା ପୂରଣ ପାଇଁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ।
ମୀନମୀନ

ପୂର୍ବଭାଦ୍ର ନକ୍ଷତ୍ର ସକାଶେ ଦିନଟି ବହୁତ ବଢ଼ିଆ। ଯାହା ଚାହୁଁଛନ୍ତି ତାହା ପାଇବେ। ତଥାପି କର୍ମକ୍ଷେତ୍ରରେ ବିଜାତୀୟ ବ୍ୟକ୍ତି ଜଣେ ଅସହଯୋଗ କରିପାରେ, ଏଣୁ ସତର୍କତା ଅବଲମ୍ବନୀୟ। ପରିବାରରେ ସନ୍ତାନଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି। ଅବଶ୍ୟ ପଡ଼ୋଶୀଙ୍କ ସ୍ନେହ, ଶ୍ରଦ୍ଧା ଓ ଆଦର ମଧ୍ୟରେ ନିଜକୁ ହଜାଇ ଦେବେ।

The post ରାଶିଫଳ: ରବିବାର, ସେପ୍ଟେମ୍ବର ୮ ତାରିଖ – Daily Horoscope appeared first on Dharitri Odia News.