ଘାଟିରୁ ଖସିଲା ମୋଟରସାଇକେଲ, ଖେଳ ଶିକ୍ଷକଙ୍କ ଜୀବନ ଗଲା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ପତଡ଼ ଘାଟିରେ ଏକ ମୋଟରସାଇକେଲ ଖସିପଡ଼ିବାରୁ ଜଣକଙ୍କର ଜୀବନ ଯାଇଛି। ମୃତକ ଲୁବେନଗଡ଼ ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୂତି ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ଶିକ୍ଷକ ଜଣକ ଶୁକ୍ରବାର ରାତିରେ ସୁଡ୍ରାରୁ ଟିକରବାଜୁ ରାସ୍ତା ଦେଇ ଲୁବେନଗଡ଼ ଯାଉଥିବା ବେଳେ ସୁଡ୍ରା ନିକଟସ୍ଥ ପତଡ଼ ଘାଟିରୁ ଭାରସାମ୍ୟ ହରାଇ ମୋଟରସାଇକେଲ ରାସ୍ତାକଡ଼ ଖାଲକୁ ଖସି ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇ ସେଠାରେ […] The post ଘାଟିରୁ ଖସିଲା ମୋଟରସାଇକେଲ, ଖେଳ ଶିକ୍ଷକଙ୍କ ଜୀବନ ଗଲା appeared first on Dharitri Odia News.

ଘାଟିରୁ ଖସିଲା ମୋଟରସାଇକେଲ, ଖେଳ ଶିକ୍ଷକଙ୍କ ଜୀବନ ଗଲା

ବାଲିଗୁଡ଼ା,୬ା୧(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସୁଡ୍ରା ନିକଟସ୍ଥ ପତଡ଼ ଘାଟିରେ ଏକ ମୋଟରସାଇକେଲ ଖସିପଡ଼ିବାରୁ ଜଣକଙ୍କର ଜୀବନ ଯାଇଛି। ମୃତକ ଲୁବେନଗଡ଼ ସରକାରୀ ବିଦ୍ୟାଳୟର ଖେଳ ଶିକ୍ଷକ ବିଭୂତି ପ୍ରଧାନ ବୋଲି ଜଣାପଡ଼ିଛି।

ସୂଚନାନୁଯାୟୀ, ଶିକ୍ଷକ ଜଣକ ଶୁକ୍ରବାର ରାତିରେ ସୁଡ୍ରାରୁ ଟିକରବାଜୁ ରାସ୍ତା ଦେଇ ଲୁବେନଗଡ଼ ଯାଉଥିବା ବେଳେ ସୁଡ୍ରା ନିକଟସ୍ଥ ପତଡ଼ ଘାଟିରୁ ଭାରସାମ୍ୟ ହରାଇ ମୋଟରସାଇକେଲ ରାସ୍ତାକଡ଼ ଖାଲକୁ ଖସି ପଡ଼ିଥିଲା। ଫଳରେ ସେ ଗୁରୁତର ହୋଇ ସେଠାରେ ପଡ଼ି ରହିଥିବା ଶନିବାର ସକାଳୁ ସେହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକେ ଦେଖିବାକୁ ପାଇଥିଲେ। ଘଟଣା ସମ୍ପର୍କରେ ଖବରପାଇ ବାଲିଗୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ। ସେଠାରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ।

The post ଘାଟିରୁ ଖସିଲା ମୋଟରସାଇକେଲ, ଖେଳ ଶିକ୍ଷକଙ୍କ ଜୀବନ ଗଲା appeared first on Dharitri Odia News.