କପିଲ ଶର୍ମାଙ୍କ କାଫେକୁ ଗୁଳି କରିଥିବା ହରଜିତ ସିଂ ଲଡ୍ଡି କିଏ? ବବର ଖାଲସାର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ…
ମୁମ୍ବାଇ,୧୦।୭: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାପ୍ସ କାଫେରେ ଗୁଳିକାଣ୍ଡ ପାଇଁ ହରଜିତ ସିଂହ ଲଡ୍ଡି ଦାୟୀ। ସେ ଜଣେ ଖଲିସ୍ତାନୀ ଆତଙ୍କବାଦୀ ଯିଏ କାନାଡାର ବ୍ରିଟିଶ କଲମ୍ବିଆର ସରେରେ ଥିବା କପିଲ ଶର୍ମାଙ୍କ କ୍ୟାପ୍ସ କାଫେରେ ଅଚାନକ ଗୁଳିକାଣ୍ଡ କରିଛନ୍ତି। ଗୁଳିକାଣ୍ଡର ଦାୟିତ୍ୱ ନେଇଥିବା ହରଜିତ ସିଂହ ଲଡ୍ଡି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ, ଯାହାଙ୍କ ଉପରେ ଦେଶର ସୁରକ୍ଷା ସଂସ୍ଥା NIA ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି। ହରଜିତ ସିଂହ […] The post କପିଲ ଶର୍ମାଙ୍କ କାଫେକୁ ଗୁଳି କରିଥିବା ହରଜିତ ସିଂ ଲଡ୍ଡି କିଏ? ବବର ଖାଲସାର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ… appeared first on Dharitri Odia News.
ମୁମ୍ବାଇ,୧୦।୭: ପ୍ରସିଦ୍ଧ ହାସ୍ୟ ଅଭିନେତା କପିଲ ଶର୍ମାଙ୍କ କ୍ୟାପ୍ସ କାଫେରେ ଗୁଳିକାଣ୍ଡ ପାଇଁ ହରଜିତ ସିଂହ ଲଡ୍ଡି ଦାୟୀ। ସେ ଜଣେ ଖଲିସ୍ତାନୀ ଆତଙ୍କବାଦୀ ଯିଏ କାନାଡାର ବ୍ରିଟିଶ କଲମ୍ବିଆର ସରେରେ ଥିବା କପିଲ ଶର୍ମାଙ୍କ କ୍ୟାପ୍ସ କାଫେରେ ଅଚାନକ ଗୁଳିକାଣ୍ଡ କରିଛନ୍ତି। ଗୁଳିକାଣ୍ଡର ଦାୟିତ୍ୱ ନେଇଥିବା ହରଜିତ ସିଂହ ଲଡ୍ଡି ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ, ଯାହାଙ୍କ ଉପରେ ଦେଶର ସୁରକ୍ଷା ସଂସ୍ଥା NIA ୧୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛି।
ହରଜିତ ସିଂହ ଲଡ୍ଡି ଭାରତରେ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ବବର ଖାଲସା ଇଣ୍ଟରନ୍ୟାସନାଲର ସଦସ୍ୟ। ସୁରକ୍ଷା ସଂସ୍ଥା ଅନୁଯାୟୀ, ସେ ଜର୍ମାନୀରେ ରୁହନ୍ତି। କପିଲ ଶର୍ମାଙ୍କ ଉପରେ ଗୁଳିକାଣ୍ଡ ପୂର୍ବରୁ ମଧ୍ୟ ବିଶ୍ୱ ହିନ୍ଦୁ ପରିଷଦ ନେତା ବିକାଶ ପ୍ରଭାକର ଓରଫ ବିକାଶ ବଗାଙ୍କ ହତ୍ୟାକାଣ୍ଡରେ ହରଜିତ ସିଂହ ଲଡ୍ଡିଙ୍କ ନାମ ଆସିଥିଲା। ତା’ପରେ NIA ମାମଲାର ତଦନ୍ତ କରି ତାର ଚାର୍ଜସିଟରେ କହିଛି ଯେ ପାକିସ୍ତାନସ୍ଥିତ ବବର ଖାଲସା ଇଣ୍ଟରନ୍ୟାସନାଲ ମୁଖ୍ୟ ୱାଧୱା ସିଂହ ବବର ଏବଂ ଜର୍ମାନୀସ୍ଥିତ ହରିଜିତ ସିଂହ ଓରଫ ଲଡ୍ଡି ମିଳିତ ଭାବରେ ୧୩ ଏପ୍ରିଲ ୨୦୨୪ରେ ପଞ୍ଜାବର ରୂପନଗର ଜିଲାର ନାଙ୍ଗଲ ଅଞ୍ଚଳରେ VHP ନେତାଙ୍କୁ ହତ୍ୟା କରିଥିଲେ।
ଏବେ ଏହି ହରଜିତ ସିଂହ କାନାଡାର କ୍ୟାପ୍ସ କାଫେରେ ଗୁଳି ଚଳାଇଛନ୍ତି ଏବଂ ଏହାର ଦାୟିତ୍ୱ ମଧ୍ୟ ନେଇଛନ୍ତି। ଏହି ଆକ୍ରମଣର ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ କାଫେ ବାହାରେ ଏକ କାରରେ ବସିଥିବା ଜଣେ ବ୍ୟକ୍ତି ଗୁଳି ଚଳାଇଥିବା ଦେଖାଯାଉଛି। ଯଦିଓ ଆକ୍ରମଣର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କିନ୍ତୁ କୁହାଯାଉଛି ଯେ କପିଲ ଶର୍ମାଙ୍କ କିଛି ପୁରୁଣା ବୟାନରେ ରାଗି ହରଜିତ ସିଂହ କପିଲଙ୍କ ନୂଆ ଖୋଲାଯାଇଥିବା କାଫେରେ ଗୁଳି ଚଳାଇଥିଲେ। ଏବେ ପୋଲିସ ଏହି ସମ୍ପୂର୍ଣ୍ଣ ମାମଲାର ତଦନ୍ତ କରୁଛି, କିନ୍ତୁ ଯଦି ଏହି ଆକ୍ରମଣ ପ୍ରକୃତରେ ବବର ଖାଲସା ଇଣ୍ଟରନ୍ୟାସନାଲ ଦ୍ୱାରା ହୋଇଛି, ତେବେ ଏହା କେବଳ କପିଲ ଶର୍ମାଙ୍କ ପାଇଁ ଚିନ୍ତାର ବିଷୟ ନୁହେଁ, ବରଂ ଭାରତ ପାଇଁ ମଧ୍ୟ ଚିନ୍ତାର କାରଣ।
The post କପିଲ ଶର୍ମାଙ୍କ କାଫେକୁ ଗୁଳି କରିଥିବା ହରଜିତ ସିଂ ଲଡ୍ଡି କିଏ? ବବର ଖାଲସାର ମୋଷ୍ଟ ଓ୍ବାଣ୍ଟେଡ ଆତଙ୍କବାଦୀ… appeared first on Dharitri Odia News.