ଅଚାନକ ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଗଲେ ଜିଲ୍ଲାପାଳ: ପିଲାଙ୍କ କଥା ଶୁଣିଲେ, ପାଠ ପଢାଇଲେ
ସାଲେପୁର ୧୧/୦୯: କଟକ ଜିଲ୍ଲାପାଳ ଅଚାନକ ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଥିଲେ । ସାଲେପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ ଶିବିର ଶେଷ ହେବା ପରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ହଟାତ ଯାଇ ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟରେ ପହଞ୍ଚି ଥିଲେ। ସେଠାରେ ଦଶମ ଶ୍ରେଣୀକୁ ଯାଇ ପିଲାମାନଙ୍କୁ କିଛି ସମୟ ପାଇଁ ପାଠପଢ଼ାଇବା ସହିତ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହା ପରେ ନିଜେ ପିଲାଦିନେ କିପରି ସ୍କୁଲରେ ପାଠ ପଢୁଥିଲେ ସେ ଅନୁଭୂତି ବର୍ଣନା କରିଥିଲେ। ଏହା ସହ ବିଦ୍ୟାଳୟରେ ଥିବା ବିଜ୍ଞାନ ଲାବୋରେଟୋରୀ ବୁଲି ଦେଖୁବା ସହିତ ବିଦ୍ୟାଳୟ ପରିସର ବୁଲିଥିଲେ। ବିଦ୍ୟାଳୟ ପରିସରକୁ ସଫାସୁତରା ରଖିବା ସହତ ପ୍ଲାଷ୍ଟିକମୁକ୍ତ ରଖୁବା ନିମନ୍ତେ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପାଠ ପଢ଼ାଉଥିବା ସମୟରେ କଟକ ଜିଲ୍ଲା ଶିକ୍ଷାଧୂକାରୀ ଡଃ ସନ୍ତୋଷ କୁମାର ରାଉତ, ସାଲେପୁର ବିଡ଼ିଓ ଖଗେଶ୍ୱର ପାତ୍ର, ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ, ଶିକ୍ଷୟିତ୍ରୀ ବନ୍ଦନା ଜେନା ପ୍ରମୁଖ ଉପସ୍ଥିତ ଥିଲେ।
ସାଲେପୁର ୧୧/୦୯: କଟକ ଜିଲ୍ଲାପାଳ ଅଚାନକ ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଥିଲେ । ସାଲେପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ଜନଶୁଣାଣୀ ଶିବିର ଶେଷ ହେବା ପରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ ହଟାତ ଯାଇ ସାଲେପୁର ସରକାରୀ ଉଚ୍ଚବିଦ୍ୟାଳୟରେ ପହଞ୍ଚି ଥିଲେ।
ସେଠାରେ ଦଶମ ଶ୍ରେଣୀକୁ ଯାଇ ପିଲାମାନଙ୍କୁ କିଛି ସମୟ ପାଇଁ ପାଠପଢ଼ାଇବା ସହିତ ଶିକ୍ଷା ସମ୍ବନ୍ଧୀୟ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ଏହା ପରେ ନିଜେ ପିଲାଦିନେ କିପରି ସ୍କୁଲରେ ପାଠ ପଢୁଥିଲେ ସେ ଅନୁଭୂତି ବର୍ଣନା କରିଥିଲେ। ଏହା ସହ ବିଦ୍ୟାଳୟରେ ଥିବା ବିଜ୍ଞାନ ଲାବୋରେଟୋରୀ ବୁଲି ଦେଖୁବା ସହିତ ବିଦ୍ୟାଳୟ ପରିସର ବୁଲିଥିଲେ।
ବିଦ୍ୟାଳୟ ପରିସରକୁ ସଫାସୁତରା ରଖିବା ସହତ ପ୍ଲାଷ୍ଟିକମୁକ୍ତ ରଖୁବା ନିମନ୍ତେ ପ୍ରଧାନଶିକ୍ଷକଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳ ପାଠ ପଢ଼ାଉଥିବା ସମୟରେ କଟକ ଜିଲ୍ଲା ଶିକ୍ଷାଧୂକାରୀ ଡଃ ସନ୍ତୋଷ କୁମାର ରାଉତ, ସାଲେପୁର ବିଡ଼ିଓ ଖଗେଶ୍ୱର ପାତ୍ର, ପ୍ରଧାନ ଶିକ୍ଷକ ମନୋରଞ୍ଜନ ବାରିକ, ଶିକ୍ଷୟିତ୍ରୀ ବନ୍ଦନା ଜେନା ପ୍ରମୁଖ ଉପସ୍ଥିତ ଥିଲେ।