ଇଥିଓପିଆରେ ଭୟଙ୍କର ସଡ଼କ ଦୁର୍ଘଟଣା; ନଦୀକୁ ଖସିଲା ଟ୍ରକ୍, ୭୧ ମୃତ
ନୂଆଦିଲ୍ଲୀ: ଇଥିଓପିଆରେ ଛାତିଥରା ସଡ଼କ ଦୁର୍ଘଟଣା । ଲୋକଙ୍କ ନେଇ ଯାଉଥିବା ଏକ ଟ୍ରକ୍ ନଦୀକୁ ଖସିପଡ଼ିଛି । ଦୁର୍ଘଟଣାରେ ଅନ୍ୟୁନ ୭୧ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୬୮ଜଣ ପୁରୁଷ ରହିଥିବା ବେଳେ ୩ଜଣ ମହିଳା ରହିଛନ୍ତି । ଆହତଙ୍କ ମଧ୍ୟରେ ୫ ଜଣ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଇଥୋପିଆରେ ଏକ ବ୍ରିଜ୍ରେ ଚଢ଼ୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକ୍ଟି ନଦୀକୁ ଖସି ପଡ଼ିଥିଲା । ସେଥିରେ ଥିବା ଯାତ୍ରୀମାନେ ଏକ ବିବାହ ଉତ୍ସବରୁ ଫେରୁଥିଲେ । କେତେକ ପରିବାରର ଏକାଧିକ ସଦସ୍ୟଙ୍କ ମୃତ୍ୟୁ ଘଟିଛି । ଇଥିଓପିଆରେ ବଡ଼ ସଡ଼କ ଦୁର୍ଘଟଣା ବେଶ୍ ସାଧାରଣ । ଏଠାରେ ଡ୍ରାଇଭରଙ୍କ ଗାଡ଼ିଚାଳନା ମାନ ବେଶ୍ ଖରାପ ଏବଂ ଅଧିକାଂଶ ଗାଡ଼ିର ଫିଟ୍ନେସ ମଧ୍ୟ ନ ଥାଏ । ଇଥୋପିଆରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟା ସଡ଼କ ଦୁର୍ଘଟଣା ହୋଇଥାଏ । ଏଥିରେ ବହୁ ହାନି ଘଟୁଥିବା ସୂଚନା ରହିଛି । ଦ୍ରୁତଗତିରେ ଗାଡ଼ି ଚଳାଇବା ଏବଂ ଟ୍ରାଫିକ୍ ନିୟମକୁ ନମାନିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।
ନୂଆଦିଲ୍ଲୀ: ଇଥିଓପିଆରେ ଛାତିଥରା ସଡ଼କ ଦୁର୍ଘଟଣା । ଲୋକଙ୍କ ନେଇ ଯାଉଥିବା ଏକ ଟ୍ରକ୍ ନଦୀକୁ ଖସିପଡ଼ିଛି । ଦୁର୍ଘଟଣାରେ ଅନ୍ୟୁନ ୭୧ ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ୬୮ଜଣ ପୁରୁଷ ରହିଥିବା ବେଳେ ୩ଜଣ ମହିଳା ରହିଛନ୍ତି । ଆହତଙ୍କ ମଧ୍ୟରେ ୫ ଜଣ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ରହିଛି । ଇଥୋପିଆରେ ଏକ ବ୍ରିଜ୍ରେ ଚଢ଼ୁଥିବାବେଳେ ଭାରସାମ୍ୟ ହରାଇ ଟ୍ରକ୍ଟି ନଦୀକୁ ଖସି ପଡ଼ିଥିଲା । ସେଥିରେ ଥିବା ଯାତ୍ରୀମାନେ ଏକ ବିବାହ ଉତ୍ସବରୁ ଫେରୁଥିଲେ । କେତେକ ପରିବାରର ଏକାଧିକ ସଦସ୍ୟଙ୍କ ମୃତ୍ୟୁ ଘଟିଛି ।
ଇଥିଓପିଆରେ ବଡ଼ ସଡ଼କ ଦୁର୍ଘଟଣା ବେଶ୍ ସାଧାରଣ । ଏଠାରେ ଡ୍ରାଇଭରଙ୍କ ଗାଡ଼ିଚାଳନା ମାନ ବେଶ୍ ଖରାପ ଏବଂ ଅଧିକାଂଶ ଗାଡ଼ିର ଫିଟ୍ନେସ ମଧ୍ୟ ନ ଥାଏ । ଇଥୋପିଆରେ ପ୍ରତିବର୍ଷ ହଜାର ହଜାର ସଂଖ୍ୟା ସଡ଼କ ଦୁର୍ଘଟଣା ହୋଇଥାଏ । ଏଥିରେ ବହୁ ହାନି ଘଟୁଥିବା ସୂଚନା ରହିଛି । ଦ୍ରୁତଗତିରେ ଗାଡ଼ି ଚଳାଇବା ଏବଂ ଟ୍ରାଫିକ୍ ନିୟମକୁ ନମାନିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି ।