ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା କାର, ୫ ମୃତ

ନୂଆଦିଲ୍ଲୀ ୨୭।୦୮: ଆନ୍ଧ୍ରପ୍ରଦେଶରେ ଭୟଙ୍କର ଦୁର୍ଘଟଣା । କଡପା ଜିଲ୍ଲାରେ ଦୁଇଟି ଅଲଗା ଅଲଗା ରାସ୍ତାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗୁବ୍ବାଲାଚେରୁଭୁ ଘାଟ ରାସ୍ତାରେ ପ୍ରଥମ ଦୁର୍ଘଟଣା ଘଟିଛି। ଏଠାରେ ଏକ କଣ୍ଟେନର ଟ୍ରକ ସହିତ ଧକ୍କା ହେଲା କାର। ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ କଣ୍ଟେନର ଟ୍ରକର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି କାରରେ ଥିବା ବ୍ୟକ୍ତିମାନେ ଗୋଟିଏ ପରିବାରର ସଦସ୍ୟ ଥିଲେ । ଯେଉଁମାନେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରୁ ଫେରୁଥିଲେ। ବର୍ତ୍ତମାନ ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହ ପଠାଇଛି। କଣ୍ଟେନର ଟ୍ରକର ଡ୍ରାଇଭର ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ। ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।ଦ୍ୱିତୀୟ ଘଟଣା ଧୁଭୁରୁ ମଣ୍ଡଳର ଚିନ୍ତଗୁଣ୍ଟ ନିକଟରେ ଘଟିଛି। ଏଠାରେ ଏକ କାରରେ ଯାତ୍ରା କରୁଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କାରଟି ତିରୁମାଲା ଯାଉଥିଲା । ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଦ୍ରୁତ ଗତିରେ କାର ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁଇଟି ଘଟଣା ସୋମବାର ଆନ୍ଧ୍ରପ୍ରଦେଶର YSR କଡପା ଜିଲ୍ଲାରେ ଘଟିଛି। ଉଭୟ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।  

ଆନ୍ଧ୍ରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା କାର, ୫ ମୃତ

ନୂଆଦିଲ୍ଲୀ ୨୭।୦୮: ଆନ୍ଧ୍ରପ୍ରଦେଶରେ ଭୟଙ୍କର ଦୁର୍ଘଟଣା । କଡପା ଜିଲ୍ଲାରେ ଦୁଇଟି ଅଲଗା ଅଲଗା ରାସ୍ତାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଗୁବ୍ବାଲାଚେରୁଭୁ ଘାଟ ରାସ୍ତାରେ ପ୍ରଥମ ଦୁର୍ଘଟଣା ଘଟିଛି। ଏଠାରେ ଏକ କଣ୍ଟେନର ଟ୍ରକ ସହିତ ଧକ୍କା ହେଲା କାର। ଦୁର୍ଘଟଣାରେ କାରରେ ଥିବା ଚାରି ଜଣ ଏବଂ କଣ୍ଟେନର ଟ୍ରକର ଡ୍ରାଇଭରଙ୍କର ମୃତ୍ୟୁ ଘଟିଛି। 

କୁହାଯାଉଛି କାରରେ ଥିବା ବ୍ୟକ୍ତିମାନେ ଗୋଟିଏ ପରିବାରର ସଦସ୍ୟ ଥିଲେ । ଯେଉଁମାନେ ସମ୍ପର୍କୀୟଙ୍କ ଅନ୍ତିମ ସଂସ୍କାରରୁ ଫେରୁଥିଲେ। ବର୍ତ୍ତମାନ ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହ ପଠାଇଛି। କଣ୍ଟେନର ଟ୍ରକର ଡ୍ରାଇଭର ଏପର୍ଯ୍ୟନ୍ତ ଚିହ୍ନଟ ହୋଇ ପାରିନାହିଁ। ପୋଲିସ ମାମଲା ରୁଜୁ କରି ଅଧିକ ତଦନ୍ତ ଆରମ୍ଭ କରିଛି।

ଦ୍ୱିତୀୟ ଘଟଣା ଧୁଭୁରୁ ମଣ୍ଡଳର ଚିନ୍ତଗୁଣ୍ଟ ନିକଟରେ ଘଟିଛି। ଏଠାରେ ଏକ କାରରେ ଯାତ୍ରା କରୁଥିବା ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। କାରଟି ତିରୁମାଲା ଯାଉଥିଲା । ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି। ପୋଲିସ କହିଛି ଯେ ଦ୍ରୁତ ଗତିରେ କାର ନିୟନ୍ତ୍ରଣ ବାହାରକୁ ଯାଇ ଓଲଟି ପଡିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସେମାନେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ଏହି ଦୁଇଟି ଘଟଣା ସୋମବାର ଆନ୍ଧ୍ରପ୍ରଦେଶର YSR କଡପା ଜିଲ୍ଲାରେ ଘଟିଛି। ଉଭୟ ଘଟଣାରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।