ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ

ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବାଉଁଶୁଣୀ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦଇତାରୀ ମହାକୁଡ଼ ଏବଂ ରଞ୍ଜିତ କର୍ମୀ। ମିଳିଥିବା ସୂଚନା ମୁତାବକ, ମନମୁଣ୍ଡାରୁ ଏକ ତରଭୁଜ ବୋଝେଇ ଟ୍ରକ ବୌଦ୍ଧ ଆସୁଥିବା ବେଳେ ବାଉଁଶୁଣୀ ପୋଲିସର ଏକ ଟିମ୍‌ ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣୀ ବାଘ […] The post ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ appeared first on Dharitri Odia News.

ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ

ବାଉଁଶୁଣୀ,୧୧।୪: ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନା ହୋମଗାର୍ଡ ସମାରୁ ସେଠୀଙ୍କୁ ପୋଲିସ ଗିରଫ କରିଛି। ତାଙ୍କ ସହ ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବାଉଁଶୁଣୀ ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦଇତାରୀ ମହାକୁଡ଼ ଏବଂ ରଞ୍ଜିତ କର୍ମୀ।

ମିଳିଥିବା ସୂଚନା ମୁତାବକ, ମନମୁଣ୍ଡାରୁ ଏକ ତରଭୁଜ ବୋଝେଇ ଟ୍ରକ ବୌଦ୍ଧ ଆସୁଥିବା ବେଳେ ବାଉଁଶୁଣୀ ପୋଲିସର ଏକ ଟିମ୍‌ ୫୭ ନମ୍ବର ଜାତୀୟ ରାଜପଥ ବାଉଁଶୁଣୀ ବାଘ ନଦୀ ପୋଲ ନିକଟରେ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲା। ପୋଲିସ ଯାଞ୍ଚ ବେଳେ ୧୪୦ କେଜି ଗଞ୍ଜେଇ ଜବତ କରିଛି।

ଉକ୍ତ ମାମଲାରେ ଟ୍ରକରେ ଥିବା ମନମୁଣ୍ଡା ଥାନା ପରିବନ୍ଧ ଗ୍ରାମର ଦଇତାରୀ ମହାକୁଡ଼ ଓ ରଞ୍ଜିତ କର୍ମୀଙ୍କୁ ପୋଲିସ ଘଟଣାସ୍ଥଳରୁ ଗିରଫ କରିଥିଲା l ତଦନ୍ତ ପରେ ସମ୍ପୃକ୍ତ ଗଞ୍ଜେଇ ଚାଲାଣର ମାଷ୍ଟରମାଇଣ୍ଡ ମନମୁଣ୍ଡା ଥାନାର ହୋମଗାର୍ଡ ତଥା ପୋଲିସ ଗାଡ଼ି ଡ୍ରାଇଭର ସମାରୁ ସେଠୀଙ୍କୁ ଗିରଫ କରିଥିଲା। ଗୁରୁବାର ସମସ୍ତ ଅଭିଯୁକ୍ତଙ୍କୁ ବାଉଁଶୁଣୀ ପୋଲିସ କୋର୍ଟ ଚାଲାଣ କରିଛି।

The post ତରଭୁଜ ବୋଝେଇ ଟ୍ରକରୁ ମିଳିଲା ୧୪୦ କେଜି ଗଞ୍ଜେଇ: ମାଷ୍ଟରମାଇଣ୍ଡ ହୋମ୍‌ଗାର୍ଡ ଗିରଫ appeared first on Dharitri Odia News.