କ୍ୟାରିୟରକୁ ନେଇ କ’ଣ କୁହନ୍ତି ହରି
ଧାରାବାହିକ ଥିଲା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଗଧାଡିର ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଭାଇ। ଏବେ ସେ କେବଳ ନିଜକୁ ଅଭିନୟରେ ବାନ୍ଧି ରଖି ନାହାନ୍ତି, କାହାଣୀ ଏବଂ ସଂଳାପ ରଚନାରେ ନିଜକୁ ବ୍ୟସ୍ତ ରଖୁଛନ୍ତି। କମେଡି ବ୍ୟତୀତ ଭିନ୍ନ ଭିନ୍ନ ଭାବପ୍ରବଣ ଚରିତ୍ରରେ ସେ ଅଭିନୟ କରିସାରିଲେଣି। ନିଜ ଆକ୍ଟିଂ କ୍ୟାରିୟର ବିଷୟରେ ସେ କହନ୍ତି, ”ଚଳଚ୍ଚିତ୍ରରେ ମୋତେ ସୁଯୋଗ ମିଳିବା ପୂର୍ବରୁ ମୁଁ ଧାରାବାହିକରେ ଅଭିନୟ […] The post କ୍ୟାରିୟରକୁ ନେଇ କ’ଣ କୁହନ୍ତି ହରି appeared first on Dharitri Odia News.
ଧାରାବାହିକ ଥିଲା ମୋ କ୍ୟାରିୟରର ଟର୍ନିଂ ପଏଣ୍ଟ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ଆଗଧାଡିର ହାସ୍ୟାଭିନେତା ହରିହର ମହାପାତ୍ର ଓରଫ ହରି ଭାଇ। ଏବେ ସେ କେବଳ ନିଜକୁ ଅଭିନୟରେ ବାନ୍ଧି ରଖି ନାହାନ୍ତି, କାହାଣୀ ଏବଂ ସଂଳାପ ରଚନାରେ ନିଜକୁ ବ୍ୟସ୍ତ ରଖୁଛନ୍ତି। କମେଡି ବ୍ୟତୀତ ଭିନ୍ନ ଭିନ୍ନ ଭାବପ୍ରବଣ ଚରିତ୍ରରେ ସେ ଅଭିନୟ କରିସାରିଲେଣି। ନିଜ ଆକ୍ଟିଂ କ୍ୟାରିୟର ବିଷୟରେ ସେ କହନ୍ତି, ”ଚଳଚ୍ଚିତ୍ରରେ ମୋତେ ସୁଯୋଗ ମିଳିବା ପୂର୍ବରୁ ମୁଁ ଧାରାବାହିକରେ ଅଭିନୟ କରୁଥିଲି। ନୀରଦ ମହାପାତ୍ରଙ୍କ ପ୍ରଯୋଜିତ ଏବଂ ଚୌଧୁରୀ ବିକାଶ ଦାସଙ୍କ ନିର୍ଦ୍ଦେଶିତ ଧାରାବାହିକ ‘ବାପନାହଘଫନର’ର ଶୁଟିଂ ଚାଲିଥାଏ। ଏହାର କ୍ୟାମେରାମ୍ୟାନ ଥାଆନ୍ତି ବିଶିଷ୍ଟ ସିନେମାଟୋଗ୍ରାଫର ତଥା ନିର୍ଦ୍ଦେଶକ ରାଜୁ ମିଶ୍ର। ଏହାର ଶୁଟିଂର ମାସେ ପରେ ମୋତେ ସେ କଲ୍ କରି କହିଲେ, ‘ହରି, ତୁମେ ସିନେମାରେ ଅଭିନୟ କରିବ’। ସେଭଳି ଏକ ସୁଯୋଗକୁ ମୁଁ ହାତଛଡା କରିବାକୁ ଚାହୁଁ ନ ଥିଲି। ତାଙ୍କ ନିର୍ଦ୍ଦେଶିତ ‘ସତ ମିଛ’ ଥିଲା ମୋ ଅଭିନୀତ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର। ସେ ବୋଧହୁଏ ଧାରାବାହିକରେ ମୋ ଅଭିନୟକୁ ଭଲ ଭାବରେ ତର୍ଜମା କରି ମୋତେ ଏଭଳି ସୁଯୋଗ ଦେଇଥିଲେ। ତେଣୁ ସେହି ଧାରାବାହିକଟି ହିଁ ମୋ ଅଭିନୟ କ୍ୟାରିୟରରେ ଏକ ଟର୍ନିଂ ପଏଣ୍ଟ ଆଣିଥିଲା। ୟା ଭିତରେ ତ ମୁଁ ଅନେକ ସିନେମାରେ ଅଭିନୟ କରିଛି। ଦର୍ଶକ ମୋତେ ଏବେ ଜଣେ ଅଲରାଉଣ୍ଡର ଭାବରେ ଗ୍ରହଣ କରିନେଲେଣି। ମୋ ମତରେ ଯଦି ନିଜର ଅଭିନୟ ଦର୍ଶକଙ୍କୁ ବାନ୍ଧି ରଖିଲା ତେବେ ତୁମେ ନିଶ୍ଚୟ ଜଣେ ସଫଳ ଅଭିନେତା। ସ୍ବପ୍ନ ତ ଅସୁମାରୀ। ମୋର ଡ୍ରିମ୍ ରୋଲ ହେଉଛି ଗୋପବନ୍ଧୁ କିମ୍ବା ହିଟଲରଙ୍କ ଭଳି ଚରିତ୍ର। କାରଣ ଏସବୁ ରୋଲ୍ରେ ସମାଜ ପ୍ରତି ସ୍ବତନ୍ତ୍ର ବାର୍ତ୍ତା ରହିଛି। ଏବେ ବଳି ପ୍ରଥା ଏବଂ ବିଲୁପ୍ତ ପ୍ରାୟ କଣ୍ଢେଇ ନାଚ ଉପରେ ଦୁଇଟି ସ୍କ୍ରିପ୍ଟ ପ୍ରସ୍ତୁତ କରିଛି। ସୁଯୋଗ ମିଳିଲେ ନିଶ୍ଚୟ ସିନେମା ତିଆରି କରିବି।“
The post କ୍ୟାରିୟରକୁ ନେଇ କ’ଣ କୁହନ୍ତି ହରି appeared first on Dharitri Odia News.