ସକ୍ରିୟ ରହିବ ହୃତ୍ପିଣ୍ଡ
ହୃତ୍ପିଣ୍ଡ ବା ହାର୍ଟ ଆମ ଶରୀରର ଏକ ପ୍ରମୁଖ ତଥା ଦରକାରୀ ଅଙ୍ଗ। ଦୈନନ୍ଦିନ ଜୀବନରେ ଏହା ସୁସ୍ଥ ରହିଲେ ଆମେ ନୀରୋଗ ରହିବା। ତେବେ କେତେକ କାରଣରୁ ହାର୍ଟ ପ୍ରଭାବିତ ହେବା ଦ୍ୱାରା ଆମେ ଅନେକ ସମୟରେ ହୃଦ୍ଜନିତ ସମସ୍ୟାର ସମ୍ମୁଖୀନ ହେଉଛେ। ତେବେ ହାର୍ଟ କିପରି ସୁସ୍ଥ ରହିବ ସେ ବିଷୟରେ ଆମେ ସଚେତନ ହେବା ନିହାତି ଜରୁରୀ। ଏ ନେଇ ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି […] The post ସକ୍ରିୟ ରହିବ ହୃତ୍ପିଣ୍ଡ appeared first on Dharitri Odia News.
ହୃତ୍ପିଣ୍ଡ ବା ହାର୍ଟ ଆମ ଶରୀରର ଏକ ପ୍ରମୁଖ ତଥା ଦରକାରୀ ଅଙ୍ଗ। ଦୈନନ୍ଦିନ ଜୀବନରେ ଏହା ସୁସ୍ଥ ରହିଲେ ଆମେ ନୀରୋଗ ରହିବା। ତେବେ କେତେକ କାରଣରୁ ହାର୍ଟ ପ୍ରଭାବିତ ହେବା ଦ୍ୱାରା ଆମେ ଅନେକ ସମୟରେ ହୃଦ୍ଜନିତ ସମସ୍ୟାର ସମ୍ମୁଖୀନ ହେଉଛେ। ତେବେ ହାର୍ଟ କିପରି ସୁସ୍ଥ ରହିବ ସେ ବିଷୟରେ ଆମେ ସଚେତନ ହେବା ନିହାତି ଜରୁରୀ। ଏ ନେଇ ଏକ ସରଳ ତଥା ସହଜ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିଜର ମାନସିକତାକୁ ଅଧିକାଂଶ ସମୟ ସକାରାତ୍ମକ ରଖନ୍ତି, ତେବେ ତାଙ୍କର ହାର୍ଟ ଆହୁରି ସକ୍ରିୟ ଭାବେ କାର୍ଯ୍ୟ କରିବ। ଏଭଳି ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ଲଣ୍ଡନ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏକ ସର୍ଭେ ଆରମ୍ଭ କରିଥିଲେ। ଏହାର ଅନ୍ତର୍ଭୁକ୍ତ ବ୍ୟକ୍ତିମାନଙ୍କର ମାନସିକତାକୁ ତର୍ଜମା କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ, ଯେଉଁମାନଙ୍କର ମାନସିକତା ଅଧିକାଂଶ ସମୟ ସକାରାତ୍ମକ ରହୁଛି, ସେମାନଙ୍କର ହାର୍ଟ ଅଧିକ ସକ୍ରିୟ ଭାବରେ କାମ କରୁଛି। ତେଣୁ ଜଣେ ବ୍ୟକ୍ତି ଯେତେ ସମ୍ଭବ ନିଜକୁ ଚାପମୁକ୍ତ ରଖିବା ସହ ନିଜର ମାନସିକତାକୁ ସକାରାତ୍ମକ ରଖିବା ପାଇଁ ସେମାନେ ପରାମର୍ଶ ଦେଇଛନ୍ତି।
The post ସକ୍ରିୟ ରହିବ ହୃତ୍ପିଣ୍ଡ appeared first on Dharitri Odia News.