ଭଞ୍ଜନଗର ମେଡିକାଲକୁ ମିଳିବ ଜିଲା ମାନ୍ୟତା, ପର୍ଯ୍ୟଟନ କ୍ଷେତ୍ରରେ ବି ପ୍ରମୁଖ ସ୍ଥାନରେ ରହିବ…

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଗାନ୍ଧୀ କୈଳାସ ପାହାଡ଼ର ପାଦଦେଶରେ ଥିବା ପୁରୁଣା ହନୁମାନ ମନ୍ଦିର ସ୍ଥାନରେ ଏକ ନୂଆ ମନ୍ଦିର ନିର୍ମାଣ ହେବ। ବୁଧବାର ସନ୍ଧ୍ୟାରେ ତାହାର ଶିଳାନ୍ୟାସ ହୋଇଥିଲା। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ସଭାରେ ବିଧାୟକ ନାୟକ ଯୋଗଦେଇ ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଭଞ୍ଜନଗର ଅଞ୍ଚଳ ପ୍ରମୁଖ ସ୍ଥାନରେ ରହିବ ବୋଲି କହିଥିଲେ। […] The post ଭଞ୍ଜନଗର ମେଡିକାଲକୁ ମିଳିବ ଜିଲା ମାନ୍ୟତା, ପର୍ଯ୍ୟଟନ କ୍ଷେତ୍ରରେ ବି ପ୍ରମୁଖ ସ୍ଥାନରେ ରହିବ… appeared first on Dharitri Odia News.

ଭଞ୍ଜନଗର ମେଡିକାଲକୁ ମିଳିବ ଜିଲା ମାନ୍ୟତା, ପର୍ଯ୍ୟଟନ କ୍ଷେତ୍ରରେ ବି ପ୍ରମୁଖ ସ୍ଥାନରେ ରହିବ…

ଭଞ୍ଜନଗର,୩୦।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସହର ଗାନ୍ଧୀ କୈଳାସ ପାହାଡ଼ର ପାଦଦେଶରେ ଥିବା ପୁରୁଣା ହନୁମାନ ମନ୍ଦିର ସ୍ଥାନରେ ଏକ ନୂଆ ମନ୍ଦିର ନିର୍ମାଣ ହେବ। ବୁଧବାର ସନ୍ଧ୍ୟାରେ ତାହାର ଶିଳାନ୍ୟାସ ହୋଇଥିଲା। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ତାହାର ଶିଳାନ୍ୟାସ କରିଥିଲେ। ଏହି ଅବସରରେ ସେଠାରେ ଆୟୋଜିତ ସଭାରେ ବିଧାୟକ ନାୟକ ଯୋଗଦେଇ ଆଗାମୀ ଦିନରେ ପର୍ଯ୍ୟଟନ କ୍ଷେତ୍ରରେ ଭଞ୍ଜନଗର ଅଞ୍ଚଳ ପ୍ରମୁଖ ସ୍ଥାନରେ ରହିବ ବୋଲି କହିଥିଲେ।

ବିଧାୟକ କହିଛନ୍ତି, ଭଞ୍ଜନଗରକୁ ପର୍ଯ୍ୟଟନ କ୍ଷେତ୍ର କରିବା ପାଇଁ ବିପୁଳ ଅନୁଦାନ ବ୍ୟବସ୍ଥା କରାଯାଇଛି। ସେଥିମଧ୍ୟରୁ କିଛି ଅର୍ଥ ବର୍ତ୍ତମାନ ଅନୁମୋଦନ ହୋଇ ତାହାର କାମ ଚାଲିଛି। ବିନିଯୋଗ ପ୍ରମାଣପତ୍ର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାଖଲ ପରେ ଅନୁଦାନ ପରିମାଣ ପର୍ଯ୍ୟାୟ କ୍ରମେ ବଢିବ। ଗଣେଷ ମନ୍ଦିର ପାଇଁ ୧୦ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି। ସହରର ମଧ୍ୟସ୍ଥଳରେ ଥିବା ଗାନ୍ଧୀ କୈଳାସ ପାହାଡ଼କୁ ପର୍ଯ୍ୟଟନ ମାନଚିତ୍ରରେ ଯୋଡ଼ିବା ପାଇଁ ପାହାଡ଼ର ଉନ୍ନତିକରଣ କରାଯିବ। ଏଥିପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ୮ କୋଟି ଟଙ୍କା ଅନୁଦାନ ଆସିବ। ଏଥିସହ ଅନ୍ୟାନ୍ୟ ବିଭାଗରୁ ମଧ୍ୟ ଅନୁଦାନ ଅଣାଯିବ। ସହରର ଚତୁପାର୍ଶ ରିଙ୍ଗ ରୋଡ ହେବ। ଏଥିପାଇଁ ୪୦୦ କୋଟି ଟଙ୍କା ବ୍ୟୟ ହେବ। ଭଞ୍ଜନଗର ଅଞ୍ଚଳର ବିକାଶ ପାଇଁ ପ୍ରାୟ ୧୨୦୦ କୋଟି ରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ଯୋଜନା ଅଛି । ସେଥିମଧ୍ୟରୁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପୁନରୁଦ୍ଧାର ପାଇଁ ମଧ୍ୟ ଅନୁଦାନ ବ୍ୟବସ୍ଥା ହୋଇଛି ।

ସେହିଭଳି ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟ ଉପରେ ଭଞ୍ଜନଗର ଉପଖଣ୍ଡ ସମେତ କନ୍ଧମାଳ ଏବଂ ନୟାଗଡ଼ ଜିଲ୍ଲାର କିଛି ଅଞ୍ଚଳର ଜନସାଧାରଣ ସ୍ବାସ୍ଥ୍ୟ ସେବା ପାଇବା ପାଇଁ ନିର୍ଭରଶୀଳ। ତେଣୁ ଭଞ୍ଜନଗର ମେଡିକାଲକୁ ଜିଲା ହସ୍ପିଟାଲର ମାନ୍ୟତା ଦେବା ପାଇଁ ପଦକ୍ଷେପ ନିଆଯାଉଛି। ଜିଲା ହସପିଟାଲର ମାନ୍ୟତା ମିଳିଲେ ସମସ୍ତ କ୍ଷେତ୍ରରେ ଉନ୍ନତି ହେବ। ଏହାଦ୍ବାରା ଆମ ଅଞ୍ଚଳର ଜନସାଧାରଣ ଉନ୍ନତ ସ୍ବାସ୍ଥ୍ୟ ସେବା ପାଇପାରିବେ। ଆଉ ସେମାନେ ବାହାରକୁ ଯାଇ ଖର୍ଚ୍ଚାନ୍ତ ହେବାକୁ ପଡିବ ନାହିଁ ବୋଲି ବିଧାୟକ କହିଥିଲେ। ଉପେନ୍ଦ୍ର ଭଞ୍ଜ ହାଇସ୍କୁଲ ଏବଂ ଦୀନବନ୍ଧୁ ବେହେରା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟକୁ କଲେଜରେ ପରିଣତ କରାଯିବ। ପାହାଡ ତଳେ ଥିବା ପୁରୁଣା ଜେଲକୁ ଭାଙ୍ଗି ସେଠାରେ ୮୦ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ହେବ। ଜଳଭଣ୍ଡାରରୁ ମାଟି ବାହାର କରିବା ପାଇଁ ୨୦୦ କୋଟି ଟଙ୍କା ବ୍ୟୟ ହେବ ବୋଲି ବିଧାୟକ ନାୟକ କହିଥିଲେ।

ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଏନ ଏ ସି ଅଧକ୍ଷ ଗୋପବନ୍ଧୁ ମହାପାତ୍ର, ନଗର ଏମ୍‌ପି ପ୍ରତିନିଧି ସନ୍ତୋଷ ତିଆଡି, ଭାଜପା ନେତା ଧୋବା ଗୌଡ଼, ଶିବ ଶଙ୍କର ମହାପାତ୍ର, ଶାନ୍ତନୁ ଦାସ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବାର୍‌ ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ନଗର ଭାଜପା ସଭାପତି ବିଷ୍ଣୁ ପ୍ରସାଦ ପ୍ରଧାନ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

The post ଭଞ୍ଜନଗର ମେଡିକାଲକୁ ମିଳିବ ଜିଲା ମାନ୍ୟତା, ପର୍ଯ୍ୟଟନ କ୍ଷେତ୍ରରେ ବି ପ୍ରମୁଖ ସ୍ଥାନରେ ରହିବ… appeared first on Dharitri Odia News.