ଓଡ଼ିଶାରେ ଗଡିବ ନୂଆ ବନ୍ଦେ ଭାରତ ଟ୍ରେନ, ମଙ୍ଗଳବାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର ୧୧/୦୩: ଏହାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ୮୫ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ହେବ ଭିତ୍ତିପ୍ରସ୍ତର ସ୍ଥାପନ । ଇଷ୍ଟ କୋଷ୍ଟ ରେଳବାଈର ଅତିରିକ୍ତ ମହା ପ୍ରବନ୍ଧକ ମହେଶ କୁମାର ବେହେରା ଏନେଇ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ହଜାର କୋଟିର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ । ଦେଶରେ ଚାଲିବ ଆଉ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ଓଡିଶାରେ ମଧ୍ୟ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । Ecorରେ ୪୧ଟି ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ ଉଦଘାଟନ ହେବ । ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଏଥିସହ ୧୬୨ଟି ଇଲେକ୍ଟ୍ରୋନିକ ଇଣଟର ଲକିଙ୍ଗ ସିଷ୍ଟମ ୮୫ଟି ସୋଲାର ପାୱାର ଷ୍ଟେସନ, ପାଞ୍ଚୋଟି ଗୁଡ଼ସ ଶେଡ, ଆଠଟି ଅଟୋ ସିଗନାଲ ସିଷ୍ଟମ, ୯ଟି ନୂଆ ଲାଇନର ଦୋହରି କରଣ କରାଯିବ । ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗୋଟିଏ ଜନ ଔଷଧି କେନ୍ଦ୍ରର ଉଦ୍ଘାଟନ ମଧ୍ୟ ହେବ । ଓଡିଶା ପାଇଁ ଥିବା ନୂଆ ବନ୍ଦେ ଭାରତ ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ଦେଇ ବିଜୟାନଗରମ୍ ଯିବ । ଶନିବାର ବ୍ୟତୀତ ଅନ୍ୟ ଦିନ ଗୁଡିକରେ ଏହି ଟ୍ରେନ ଚାଲିବ ଯାତାୟତ ହେବ ।
ଭୁବନେଶ୍ୱର ୧୧/୦୩: ଏହାର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ୮୫ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ପ୍ରକଳ୍ପର ହେବ ଭିତ୍ତିପ୍ରସ୍ତର ସ୍ଥାପନ । ଇଷ୍ଟ କୋଷ୍ଟ ରେଳବାଈର ଅତିରିକ୍ତ ମହା ପ୍ରବନ୍ଧକ ମହେଶ କୁମାର ବେହେରା ଏନେଇ ସୂଚନା ଦେଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୮୫ହଜାର କୋଟିର ଭିତ୍ତି ପ୍ରସ୍ତର ସ୍ଥାପନା କରିବେ । ଦେଶରେ ଚାଲିବ ଆଉ ୧୦ଟି ନୂଆ ବନ୍ଦେ ଭାରତ ଏକ୍ସପ୍ରେସ । ଓଡିଶାରେ ମଧ୍ୟ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । Ecorରେ ୪୧ଟି ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ ଉଦଘାଟନ ହେବ । ଓଡ଼ିଶାରେ ୨୭୪ଟି ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ ।
ଏଥିସହ ୧୬୨ଟି ଇଲେକ୍ଟ୍ରୋନିକ ଇଣଟର ଲକିଙ୍ଗ ସିଷ୍ଟମ ୮୫ଟି ସୋଲାର ପାୱାର ଷ୍ଟେସନ, ପାଞ୍ଚୋଟି ଗୁଡ଼ସ ଶେଡ, ଆଠଟି ଅଟୋ ସିଗନାଲ ସିଷ୍ଟମ, ୯ଟି ନୂଆ ଲାଇନର ଦୋହରି କରଣ କରାଯିବ । ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ଗୋଟିଏ ଜନ ଔଷଧି କେନ୍ଦ୍ରର ଉଦ୍ଘାଟନ ମଧ୍ୟ ହେବ । ଓଡିଶା ପାଇଁ ଥିବା ନୂଆ ବନ୍ଦେ ଭାରତ ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ଦେଇ ବିଜୟାନଗରମ୍ ଯିବ । ଶନିବାର ବ୍ୟତୀତ ଅନ୍ୟ ଦିନ ଗୁଡିକରେ ଏହି ଟ୍ରେନ ଚାଲିବ ଯାତାୟତ ହେବ ।