କିଏ ଆରମ୍ଭ କରିଥିଲେ ଘିବଲି ଟ୍ରେଣ୍ଡ ? କାହା ଫଟୋ ପ୍ରଥମେ ହୋଇଥିଲା ଭାଇରାଲ୍…

ନୂଆଦିଲ୍ଲୀ ୦୮।୦୪:  ସାରା ବିଶ୍ବରେ ଘିବଲି ଟ୍ରେଣ୍ଡ । ଛୋଟଠାରୁ ବଡ ସମସ୍ତେ ଘିବଲି ପାଇଁ ପାଗଳ । ନିଜେ ହେଉଛନ୍ତି ଆଉ ପରିବାରକୁ କରୁଛନ୍ତି କାର୍ଟୁନ୍‌ । ଘିବଲି କିମିଆ ପାଇଁ ବଢୁଛି ସର୍ଭର ଉପରେ ଚାପ । ଏମିତିକି OpenAI CEO Sam Altman କହିଥିଲେ କି ତାଙ୍କୁ ଚାପ ପଡୁଛି । ତାଙ୍କ ଟିମ୍‌କୁ ଆରାମ କରିବାକୁ ଦିଅନ୍ତୁ ।  ଏତେ ପରେ ବି ଥମୁନି ଘିବଲି କିମିଆ । ଦିନକୁ ଦିନ ବଢୁଛି ଘିବଲି କ୍ରେଜ୍‌ । କିନ୍ତୁ ଏଠି ପ୍ରଶ୍ନ ଆସୁଛି କିଏ ସେହି ବ୍ୟକ୍ତି ଯିଏକି ଘିବଲି ଟ୍ରେଣ୍ଡର କରିଥିଲେ ଆରମ୍ଭ ? ପ୍ରଥମେ କାହାର ଫଟୋ ହୋଇଥିଲା ଭାଇରାଲ୍‌ ? ବ୍ୟକ୍ତି ଜଣକ ହେଉଛନ୍ତି ସଫ୍‌ଓୟାର୍‌ ଇଞ୍ଜିନିୟର ଗ୍ରାଣ୍ଟ ସ୍ଲାଟନ୍ । ସେ ଆମେରିକା ଓ୍ବାସିଂଟନ ସେଟଲେ ସହରର ବାସିନ୍ଦା । ସେ ହିଁ ଘିବଲି ଟ୍ରେଣ୍ଡର କରିଥିଲେ ଆରମ୍ଭ । ୨୬ ମାର୍ଚ୍ଚରେ ନିଜର ନୂଆ ଇମେଜ ମେକର ଆଣିଥିଲା OpenAI । ଏହାପରେ ସଫ୍‌ଓୟାର୍‌ ଇଞ୍ଜିନିୟର ସ୍ଲାଟନ୍ ଏହି ଟୁଲ୍‌ର କରିଥିଲେ ବ୍ୟବହାର । ସେ ନିଜ ପରିବାରର ଫଟୋକୁ ଟୁଲ୍‌ରେ ତିଆରି କରିଥିଲେ । ଫଟୋରେ ରହିଥିଲେ ସେ, ତାଙ୍କ ପତ୍ନୀ ଏବଂ ତାଙ୍କ କୁକୁର । ଏଠାରେ ସେ ଘିବଲି ଷ୍ଟୁଡିଓ ଷ୍ଟାଇଲ୍‌ର ଇମେଜ୍‌ ତିଆରି କରିଥିଲ । ସଫ୍ଟୱେର୍ ଇଞ୍ଜିନିୟର ଜଣକ ଏହି ଫଟୋକୁ X ପ୍ଲାଟଫର୍ମରେ ସେୟାର କରିଥିଲେ । ସେ ଏହି ଫଟୋକୁ ମାର୍ଚ୍ଚ ୨୬ ତାରିଖରେ ସେୟାର କରିଥିଲେ ଏବଂ କିଛି ଘଣ୍ଟା ମଧ୍ୟରେ ଫଟୋଟି ଇଣ୍ଟରନେଟରେ ଭାଇର

କିଏ ଆରମ୍ଭ କରିଥିଲେ ଘିବଲି ଟ୍ରେଣ୍ଡ ? କାହା ଫଟୋ ପ୍ରଥମେ ହୋଇଥିଲା ଭାଇରାଲ୍…

ନୂଆଦିଲ୍ଲୀ ୦୮।୦୪:  ସାରା ବିଶ୍ବରେ ଘିବଲି ଟ୍ରେଣ୍ଡ । ଛୋଟଠାରୁ ବଡ ସମସ୍ତେ ଘିବଲି ପାଇଁ ପାଗଳ । ନିଜେ ହେଉଛନ୍ତି ଆଉ ପରିବାରକୁ କରୁଛନ୍ତି କାର୍ଟୁନ୍‌ । ଘିବଲି କିମିଆ ପାଇଁ ବଢୁଛି ସର୍ଭର ଉପରେ ଚାପ । ଏମିତିକି OpenAI CEO Sam Altman କହିଥିଲେ କି ତାଙ୍କୁ ଚାପ ପଡୁଛି । ତାଙ୍କ ଟିମ୍‌କୁ ଆରାମ କରିବାକୁ ଦିଅନ୍ତୁ ।  ଏତେ ପରେ ବି ଥମୁନି ଘିବଲି କିମିଆ । ଦିନକୁ ଦିନ ବଢୁଛି ଘିବଲି କ୍ରେଜ୍‌ । କିନ୍ତୁ ଏଠି ପ୍ରଶ୍ନ ଆସୁଛି କିଏ ସେହି ବ୍ୟକ୍ତି ଯିଏକି ଘିବଲି ଟ୍ରେଣ୍ଡର କରିଥିଲେ ଆରମ୍ଭ ? ପ୍ରଥମେ କାହାର ଫଟୋ ହୋଇଥିଲା ଭାଇରାଲ୍‌ ? ବ୍ୟକ୍ତି ଜଣକ ହେଉଛନ୍ତି ସଫ୍‌ଓୟାର୍‌ ଇଞ୍ଜିନିୟର ଗ୍ରାଣ୍ଟ ସ୍ଲାଟନ୍ । ସେ ଆମେରିକା ଓ୍ବାସିଂଟନ ସେଟଲେ ସହରର ବାସିନ୍ଦା । ସେ ହିଁ ଘିବଲି ଟ୍ରେଣ୍ଡର କରିଥିଲେ ଆରମ୍ଭ । 

୨୬ ମାର୍ଚ୍ଚରେ ନିଜର ନୂଆ ଇମେଜ ମେକର ଆଣିଥିଲା OpenAI । ଏହାପରେ ସଫ୍‌ଓୟାର୍‌ ଇଞ୍ଜିନିୟର ସ୍ଲାଟନ୍ ଏହି ଟୁଲ୍‌ର କରିଥିଲେ ବ୍ୟବହାର । ସେ ନିଜ ପରିବାରର ଫଟୋକୁ ଟୁଲ୍‌ରେ ତିଆରି କରିଥିଲେ । ଫଟୋରେ ରହିଥିଲେ ସେ, ତାଙ୍କ ପତ୍ନୀ ଏବଂ ତାଙ୍କ କୁକୁର । ଏଠାରେ ସେ ଘିବଲି ଷ୍ଟୁଡିଓ ଷ୍ଟାଇଲ୍‌ର ଇମେଜ୍‌ ତିଆରି କରିଥିଲ । ସଫ୍ଟୱେର୍ ଇଞ୍ଜିନିୟର ଜଣକ ଏହି ଫଟୋକୁ X ପ୍ଲାଟଫର୍ମରେ ସେୟାର କରିଥିଲେ । 

ସେ ଏହି ଫଟୋକୁ ମାର୍ଚ୍ଚ ୨୬ ତାରିଖରେ ସେୟାର କରିଥିଲେ ଏବଂ କିଛି ଘଣ୍ଟା ମଧ୍ୟରେ ଫଟୋଟି ଇଣ୍ଟରନେଟରେ ଭାଇରାଲ ହୋଇଥିଲା । ଏହି ଘିବଲି ଫଟୋ ଇଣ୍ଟରନେଟରେ ଲକ୍ଷ ଲକ୍ଷ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଗ୍ରାଣ୍ଟ ସ୍ଲାଟନ୍ ଦୀର୍ଘ ସମୟ ଧରି ଟେକ୍ନୋଲୋଜି ଇଣ୍ଡଷ୍ଟ୍ରୀ ସହିତ ଜଡିତ । ବାସ୍ତବରେ ସେ ଅନେକ କମ୍ପାନୀ ସହିତ କାମ କରିଛନ୍ତି । ସେ Amazon Web Serviceରେ ସିନିୟର ଇଞ୍ଜିନିୟର ପଦବୀରେ କାମ କରିସାରିଛନ୍ତି । ବର୍ତ୍ତମାନ ସେ Row Zeroର ଫାଉଣ୍ଡିଙ୍ଗ୍ ଇଞ୍ଜିନିୟର । ଏଠାରେ ସେ ବିଶ୍ୱର ଦ୍ରୁତତମ ସ୍ପ୍ରେଡସିଟ୍ ବିକାଶ କରିବାରେ ଲାଗିଛନ୍ତି । ତାଙ୍କର AI ରିସର୍ଚ୍ଚ ଉପରେ ଗଭୀର ଜ୍ଞାନ ଅଛି ।

ତେବେ ଘିବଲି ହେଉଛି ଏକ ଟୁଲ୍‌  । ଯେଉଁଥିରେ ପେଣ୍ଟିଙ୍ଗ ପରି ସଫ୍ଟ କଲ୍‌ର ଟୋନ୍‌, ଡେଟଲିଙ୍ଗ୍‌ ଏବଂ ମ୍ୟାଜିକାଲ୍‌ ଥିମ୍‌ ରହିଥାଏ ।  OpenAIର ନୂଆ ଟୁଲ୍‌ ସାହାଯ୍ୟରେ ଏହି ସ୍ୱତନ୍ତ୍ର ଆର୍ଟ ଷ୍ଟାଇଲ୍‌କୁ ସହଜରେ ରିକ୍ରିଏଟ୍‌ କରାଯାଇପାରିବ ।  ଘିବଲି ଷ୍ଟାଇଲ୍ ଫଟୋଗୁଡ଼ିକ ବାସ୍ତବରେ ଜାପାନର ଏକ ପ୍ରସିଦ୍ଧ ଆନିମେସନ୍ କମ୍ପାନୀରୁ ଆସିଛି । ଏହି କମ୍ପାନୀ ହାୟାଓ ମିୟାଜାକିଙ୍କ ଦ୍ୱାରା ପ୍ରତିଷ୍ଠିତ । ଏହି ଷ୍ଟୁଡିଓଟି ସ୍ପିରିଟେଡ୍ ଆୱେ, ମାଇଁ ନେବର ଟୋଟୋରୋ ଏବଂ କିକି'ସ୍ ଡେଲିଭରି ସର୍ଭିସ୍ ଭଳି ଫିଲ୍ମ ତିଆରି କରିସାରିଛି।