ଭରତପୁର ଥାନା ବିବାଦ ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ୟାପଟେନ୍‌ ଓ ତାଙ୍କ ବାନ୍ଧବୀ

ଭୁବନେଶ୍ୱର ୨୩।୦୯ : ଭାରତପୁର ଥାନାରେ ହାଇଡ୍ରାମା ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ସେନା କ୍ୟାପଟେନ୍‌ ଓ ତାଙ୍କ ବାନ୍ଧବୀ । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ ।ମୁଖ୍ୟମନ୍ତ୍ରୀଙ୍କ ଭେଟିବା ପରେ ପୀଡିତା କହିଛନ୍ତି ଯେ, ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ ଦେଲେ ମୋହନ ଚରଣ ମାଝୀ ।ଏହାସହିତ ପୀଡିତାଙ୍କ ବାପା କହିଛନ୍ତି ଯେ, ଓଡିଶା ସରକାର ଆମ ଅନୁରୋଧ ସ୍ୱୀକାର କଲେ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ୨ ଦିନ ପୂର୍ବରୁ ପୋଲିସ ମାନେ ପୋଷାକ ପିନ୍ଧି ପ୍ରତିବାଦ କଲେ । ତେଣୁ ଯଦି ପୋଲିସ ନିଜ ବିରୋଧରେ ତଦନ୍ତ କରିବ,  ତେଣୁ ସନ୍ଦେହ ଥିଲା ତଦନ୍ତ ପ୍ରଭାବିତ ହେବ ।  ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଧନ୍ୟବାଦ । ଆମର ଯାହା ଯାହା ଅନୁରୋଧ ଥିଲା ସରକାର ମାନିଛନ୍ତି । ପ୍ରଥମ ଥର ପାଈଁ ଉଭୟ ଜୁଡିସିଆଲ ତଦନ୍ତ ସହ କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହାଦ୍ୱାରା ଆଗକୁ ଏମିତି ଘଟଣା ଘଟିବନି । ସମସ୍ତେ ଅଧିକ ସତର୍କ ହେବେ । ଯିଏ ଦୋଷୀ ବଞ୍ଚିବାକୁ ହାତ ଗୋଡ଼ ମାରିବ । ସିଲେକ୍ଟିଭ ଭିଡିଓ ବାହାରକୁ ଆଣି ଚରିତ୍ର ସଂହାର କରୁଛନ୍ତି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଆକ୍ସନ ନେବାକୁ ବି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଭରତପୁର ହାଇଡ୍ରାମା

ଭରତପୁର ଥାନା ବିବାଦ ମାମଲା, ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କ୍ୟାପଟେନ୍‌ ଓ ତାଙ୍କ ବାନ୍ଧବୀ

ଭୁବନେଶ୍ୱର ୨୩।୦୯ : ଭାରତପୁର ଥାନାରେ ହାଇଡ୍ରାମା ଘଟଣା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ସେନା କ୍ୟାପଟେନ୍‌ ଓ ତାଙ୍କ ବାନ୍ଧବୀ । ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଦନ ସିଂଦେଓ ଏବଂ ପ୍ରଭାତୀ ପରିଡାଙ୍କ ସହ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ଭେଟିବା ପରେ ପୀଡିତା କହିଛନ୍ତି ଯେ, ଲୋକଙ୍କ ମୁଖ୍ୟମନ୍ତ୍ରୀ ବୋଲି ପ୍ରମାଣ ଦେଲେ ମୋହନ ଚରଣ ମାଝୀ ।ଏହାସହିତ ପୀଡିତାଙ୍କ ବାପା କହିଛନ୍ତି ଯେ, ଓଡିଶା ସରକାର ଆମ ଅନୁରୋଧ ସ୍ୱୀକାର କଲେ । ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ୨ ଦିନ ପୂର୍ବରୁ ପୋଲିସ ମାନେ ପୋଷାକ ପିନ୍ଧି ପ୍ରତିବାଦ କଲେ । ତେଣୁ ଯଦି ପୋଲିସ ନିଜ ବିରୋଧରେ ତଦନ୍ତ କରିବ,  ତେଣୁ ସନ୍ଦେହ ଥିଲା ତଦନ୍ତ ପ୍ରଭାବିତ ହେବ ।  ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିବାରୁ ଧନ୍ୟବାଦ । ଆମର ଯାହା ଯାହା ଅନୁରୋଧ ଥିଲା ସରକାର ମାନିଛନ୍ତି । ପ୍ରଥମ ଥର ପାଈଁ ଉଭୟ ଜୁଡିସିଆଲ ତଦନ୍ତ ସହ କ୍ରାଇମବ୍ରାଞ୍ଚ ତଦନ୍ତ ହେବ। ଏହାଦ୍ୱାରା ଆଗକୁ ଏମିତି ଘଟଣା ଘଟିବନି । ସମସ୍ତେ ଅଧିକ ସତର୍କ ହେବେ । ଯିଏ ଦୋଷୀ ବଞ୍ଚିବାକୁ ହାତ ଗୋଡ଼ ମାରିବ । ସିଲେକ୍ଟିଭ ଭିଡିଓ ବାହାରକୁ ଆଣି ଚରିତ୍ର ସଂହାର କରୁଛନ୍ତି । ସେମାନଙ୍କ ବିରୋଧରେ ମାମଲା ରୁଜୁ କରି ଆକ୍ସନ ନେବାକୁ ବି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । 

ସୂଚନାଯୋଗ୍ୟ ଯେ, ଭରତପୁର ହାଇଡ୍ରାମା ଘଟଣାରେ ମୁଖ୍ୟମନ୍ତ୍ରୀ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଜଷ୍ଟିସ୍‌ ଚିତରଞ୍ଜନ ଦାସଙ୍କ ନେତୃତ୍ୱରେ ଏହାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ମାନ୍ୟବର କମିଶନକୁ ଅନୁରୋଧ କରାଯାଇଛି । ଏହାସହିତ ମାନ୍ୟବର ହାଇକୋର୍ଟଙ୍କ ପ୍ରତ୍ୟକ୍ଷ ତଦାରଖରେ କ୍ରାଇମବ୍ରାଞ୍ଚ ତଦନ୍ତକୁ ତ୍ବରାନ୍ବିତ କରିବା ପାଇଁ ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଅନୁରୋଧ କରାଯାଇଛି।