ଉତ୍କର୍ଷ ଓଡ଼ିଶା ଲୋଗୋ ଉନ୍ମୋଚିତ, ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଉନ୍ମୋଚିତ ହେଲା ଉତ୍କର୍ଷ ଓଡ଼ିଶା ୨୦୨୫ ଲୋଗୋ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଲୋଗୋ ଉନ୍ମୋଚିତ ହୋଇଛି। ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚିବ, ଶିଳ୍ପାନୁଷ୍ଠାନର କର୍ମକର୍ତ୍ତା, ଶିଳ୍ପପତି, ସମସ୍ତ ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଛନ୍ତି। ପୂର୍ବ ସରକାରରେ ମେକ୍ ଇନ୍ ଓଡ଼ିଶାର ନାମ ପରିବର୍ତ୍ତନ କରି ଉତ୍କର୍ଷ ଓଡ଼ିଶା କରିଛନ୍ତି ମୋହନ ସରକାର ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, ଆମ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ସ୍ଥାନ ତଥା ରାଜ୍ୟକୁ ଅଗ୍ରଗତି ପଥରେ ଆଗକୁ ନେବାପାଇଁ ଉଦ୍ୟମ ଜାରି ରହିଛି। ଶିଳ୍ପନୀତି ଆଧାରରେ ଅନେକ କାର୍ଯ୍ୟକ୍ରମ ହେବ। ‘‘ ଓଡିଶା ପାଇଁ ଅନେକ ସମ୍ଭାବନା ଅଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ରତା ଦେବୁ, ଆମ ସରକାର ପ୍ରତିଶୃତି ବଦ୍ଧ। ଓଡ଼ିଶାର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଅଛି, ୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସେଥିପାଇଁ ଏହି ନିରନ୍ତର ପ୍ରୟାସ ଜାରି ରହିଛି।’’ସେହିଭଳି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି  ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି। ଇନଭେଷ୍ଟରଙ୍କୁ ଆକୃଷ୍ଟ କରିବାକୁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି ରାଜ୍ୟ ସରକ

ଉତ୍କର୍ଷ ଓଡ଼ିଶା ଲୋଗୋ ଉନ୍ମୋଚିତ, ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବର: ଉନ୍ମୋଚିତ ହେଲା ଉତ୍କର୍ଷ ଓଡ଼ିଶା ୨୦୨୫ ଲୋଗୋ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏବଂ ମୁଖ୍ୟ ସଚିବ ମନୋଜ ଆହୁଜାଙ୍କ ଉପସ୍ଥିତିରେ ଲୋଗୋ ଉନ୍ମୋଚିତ ହୋଇଛି। ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ସଚିବଶିଳ୍ପାନୁଷ୍ଠାନର କର୍ମକର୍ତ୍ତାଶିଳ୍ପପତିସମସ୍ତ ଜିଲ୍ଲାର ଜିଲ୍ଲାପାଳ ପ୍ରମୁଖ ଯୋଗ ଦେଇଛନ୍ତି। ପୂର୍ବ ସରକାରରେ ମେକ୍ ଇନ୍ ଓଡ଼ିଶାର ନାମ ପରିବର୍ତ୍ତନ କରି ଉତ୍କର୍ଷ ଓଡ଼ିଶା କରିଛନ୍ତି ମୋହନ ସରକାର ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତିଆମ ଓଡ଼ିଶାକୁ ଶିଳ୍ପ କ୍ଷେତ୍ରରେ ଭାରତ ବର୍ଷରେ ଏକ ସ୍ୱତନ୍ତ୍ର ସ୍ଥାନ ତଥା ରାଜ୍ୟକୁ ଅଗ୍ରଗତି ପଥରେ ଆଗକୁ ନେବାପାଇଁ ଉଦ୍ୟମ ଜାରି ରହିଛି। ଶିଳ୍ପନୀତି ଆଧାରରେ ଅନେକ କାର୍ଯ୍ୟକ୍ରମ ହେବ। 

‘‘ ଓଡିଶା ପାଇଁ ଅନେକ ସମ୍ଭାବନା ଅଛି। ଶିଳ୍ପ କ୍ଷେତ୍ରରେ ଓଡ଼ିଶାକୁ ସ୍ୱତନ୍ତ୍ରତା ଦେବୁଆମ ସରକାର ପ୍ରତିଶୃତି ବଦ୍ଧ। ଓଡ଼ିଶାର ଲୋକଙ୍କୁ ଯେଉଁ ପ୍ରତିଶ୍ରୁତି ଅଛି୨୦୩୬ ସୁଦ୍ଧା ସମୃଦ୍ଧ ଓଡ଼ିଶା ଗଠନ କରିବାରେ ସେଥିପାଇଁ ଏହି ନିରନ୍ତର ପ୍ରୟାସ ଜାରି ରହିଛି।’’

ସେହିଭଳି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି  ଓଡ଼ିଶାକୁ ଅଗ୍ରଣୀ ରାଜ୍ୟରେ ପରିଣତ କରିବାକୁ ଲକ୍ଷ୍ୟ ରହିଛି। ଇନଭେଷ୍ଟରଙ୍କୁ ଆକୃଷ୍ଟ କରିବାକୁ ଅନେକ କାର୍ଯ୍ୟକ୍ରମ କରୁଛନ୍ତି ରାଜ୍ୟ ସରକାର । ଭଲ ଭବ୍ୟ ଭାବେ ଉତ୍କର୍ଷ ଓଡ଼ିଶା କରାଯିବ। ବିଭିନ୍ନ ବିଭାଗର ମିଳିତ ଉଦ୍ୟମର ଆବଶ୍ୟକ ରହିଛି। ସମସ୍ତଙ୍କ ଉଦ୍ୟମ ରହିଲେ ଲକ୍ଷ ସ୍ଥଳରେ ପହଞ୍ଚିପାରିବା। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନ ପାଇଁ ଶିଳ୍ପ ବିଭାଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି।