ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଚାହୁଁଛନ୍ତି ସ୍ତ୍ରୀ ମେଲାନିଆ

ଓ୍ବାଶିଂଟନ୍‌,୨।୯: ଆମେରିକା ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଆନ୍ଥୋନି ସ୍କାରାମୁଚି ଏକ ବଡ଼ ଦାବି କରିଛନ୍ତି। ହ୍ବାଇଟ ହାଉସର ଯୋଗାଯୋଗ ନିର୍ଦ୍ଦେଶକ ଆନ୍ଥୋନୀ ସ୍କାରାମୁସି ଦାବି କରିଛନ୍ତି, କମଲା ହାରିସଙ୍କ ବିଜୟକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ତାଙ୍କ ଅପେକ୍ଷା ଅଧିକ ଉତ୍ସାହିତ ଅଛନ୍ତି। ମେଲାନିଆ ଟ୍ରମ୍ପ ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏତେ ପସନ୍ଦ କରନ୍ତି ନାହିଁ। ସେ ତାଙ୍କୁ ଘୃଣା କରନ୍ତି। ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ […] The post ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଚାହୁଁଛନ୍ତି ସ୍ତ୍ରୀ ମେଲାନିଆ appeared first on Dharitri Odia News.

ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଚାହୁଁଛନ୍ତି ସ୍ତ୍ରୀ ମେଲାନିଆ

ଓ୍ବାଶିଂଟନ୍‌,୨।୯: ଆମେରିକା ନିର୍ବାଚନ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଆନ୍ଥୋନି ସ୍କାରାମୁଚି ଏକ ବଡ଼ ଦାବି କରିଛନ୍ତି। ହ୍ବାଇଟ ହାଉସର ଯୋଗାଯୋଗ ନିର୍ଦ୍ଦେଶକ ଆନ୍ଥୋନୀ ସ୍କାରାମୁସି ଦାବି କରିଛନ୍ତି, କମଲା ହାରିସଙ୍କ ବିଜୟକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ସ୍ତ୍ରୀ ମେଲାନିଆ ଟ୍ରମ୍ପ ତାଙ୍କ ଅପେକ୍ଷା ଅଧିକ ଉତ୍ସାହିତ ଅଛନ୍ତି। ମେଲାନିଆ ଟ୍ରମ୍ପ ପ୍ରକୃତରେ ଡୋନାଲ୍ଡ ଟ୍ରମ୍ପଙ୍କୁ ଏତେ ପସନ୍ଦ କରନ୍ତି ନାହିଁ। ସେ ତାଙ୍କୁ ଘୃଣା କରନ୍ତି।
ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ ଅଭିଯାନରୁ ମେଲାନିଆ ଟ୍ରମ୍ପଙ୍କ ସମ୍ପୂର୍ଣ୍ଣ ଅନୁପସ୍ଥିତି ମଧ୍ୟରେ ସ୍କାରାମୁସିଙ୍କ ମନ୍ତବ୍ୟ ଆସିଛି। କିଛି ବିବୃତ୍ତି ବ୍ୟତୀତ ମେଲାନିଆ ଏହି ନିର୍ବାଚନ ଠାରୁ ସମ୍ପୂର୍ଣ୍ଣ ଦୂରରେ ରହିଛନ୍ତି।
ଆନ୍ଥୋନି ସ୍କାରାମୁସି, ‘ଦ ମୁଚ’ ଭାବରେ ଜଣାଶୁଣା। ସେ ଜୁଲାଇ ୨୧ରୁ ଜୁଲାଇ ୩୧, ୨୦୧୭ ପର୍ଯ୍ୟନ୍ତ ହ୍ବାଇଟ ହାଉସରେ ଯୋଗାଯୋଗ ଦାୟିତ୍ୱରେ ଥିଲେ। ଏହା ପରେ ରାଷ୍ଟ୍ରପତି ଟ୍ରମ୍ପ ତାଙ୍କୁ ଅବିଶ୍ୱନୀୟତା ଜୁଲାଇ ୩୧ରେ ଚାକିରିରୁ ବରଖାସ୍ତ କରିଥିଲେ।

The post ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଚାହୁଁଛନ୍ତି ସ୍ତ୍ରୀ ମେଲାନିଆ appeared first on Dharitri Odia News.